Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦରିଆପାରି ଖବର

ମୁଖ୍ୟ ଖବର

ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଝିଅ ମୃତ

Date: Nov 3, 2017    Views: 25


ପାକିସ୍ତାନ: ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଝିଅ ତଥା ଶିଳ୍ପପତି ନୁସଲି ୱାଦିଆଙ୍କ ମାଆ ଦିନା ୱାଦିଆଙ୍କ ଗୁରୁବାର ଦିନ ତାଙ୍କ ନିୟୁୟର୍କସ୍ଥିତ ବାସଭବନରେ ଦେହାନ୍ତ ହୋଇ ଯାଇଛି  । ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା ।  ୱାଦିଆ ପରିବାର ତରଫରୁ ପ୍ରକାଶିତ ଏକ ବିବୃତିରେ କୁହାଯାଇଛି ଯେ ସେ ଶାନ୍ତିରେ ମୃତ୍ୟୁ ବରଣ କରିଛନ୍ତି  ।  ସେଥିରେ ଉଲ୍ଲେଖ କରାଯାଇଛି, ତାଙ୍କର ଉତ୍ତରାଧିକାରୀ ଭାବେ ଅଛନ୍ତି ଝିଅ ଡାଏନା, ପୁଅ ନୁସଲି, ନାତି ନେସ୍ ଓ ଜେହ୍ ଏବଂ ଜେହଙ୍କ ପତ୍ନୀ ସେଲିନା ଏବଂ ଦୁଇ ଅଣନାତି ନାତୁଣୀ ଜାହ୍ ଏବଂ ଏଲା ୱାଦିଆ  ।
ମୁମ୍ବାଇସ୍ଥିତ ଜିନ୍ନାଙ୍କ ଘରେ ନିଜର ଅନ୍ତିମ ଜୀବନ ଅତିବାହିତ କରିବାକୁ ·ହୁଁଥିଲେ ଦିନା  ।  ସେ ଏକମାତ୍ର ଉତ୍ତରାଧୀକାରୀଣି ହୋଇ ଥିବାରୁ ସେ ଘର ତାଙ୍କୁ ହସ୍ତାନ୍ତର କରାଯାଉ ବୋଲି ଦାବି କରି ୨୦୧୦ରେ ହାଇକୋର୍ଟଙ୍କୁ ଆବେଦନ କରିଥିଲେ ଦିନା  । “ମିଷ୍ଟର୍ ଏବଂ ମିସେସ୍ ଜିନ୍ନା’ର ଲେଖିକା ଶୀଳା ରେ‡ୀ  କହିଛନ୍ତି ଜଣେ ଧନୀ ବାପ ଏବଂ ସେଲିବ୍ରିଟି ମାଆଙ୍କ ଠାରୁ ଜାତ ହୋଇଥିଲେ ମଧ୍ୟ ୱାଦିଆଙ୍କ ବାଲ୍ୟକାଳ ଥିଲା ଅବହେଳିତ  । ·କର ବାକରମାନେ ତାଙ୍କର ଲାଳନ ପାଳନ କରିଥିଲେ  ।


    

Maximum 500 characters