Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

ହୀରାକୁଦ ଜଳଭଣ୍ଡାରରେ ବିଦେଶୀ ପକ୍ଷୀ

Date: Nov 3, 2017    Views: 31


ସମ୍ବଲପୁର :  ହୀରାକୁଦ ଜଳଭଣ୍ଡାରକୁ ବିଦେଶୀ ପରିବ୍ରାଜକ ପକ୍ଷୀମାନଙ୍କ ଆଗମନ ଧୀରେ ଧୀରେ ଆରମ୍ଭ ହୋଇଛି । ସେମାନଙ୍କ କାକଳିରେ ଫାଟୁ ପଡୁଛି ଜଳଭଣ୍ଡାର । ଏଥର ଅକ୍ଟୋବର ମାସ ଓ କାର୍ତ୍ତିକ ମାସ ପ୍ରାୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଶୀତ ଅନୁଭୂତ ନ ହେବାରୁ ପକ୍ଷୀମାନଙ୍କ ଆଗମନ ବିଳମ୍ବ ହୋଇଥିବା କୁହାଯାଉଛି । ଫଳରେ ସୁବିସ୍ତୀର୍ଣ୍ଣ ଜଳରାଶିର ନଦୀବନ୍ଧ ଏବଂ ଏହାର କୂଳର ଜଙ୍ଗଲ ଓ ଗ୍ରାମ ମାନଙ୍କରେ ପକ୍ଷୀମାନଙ୍କ କଳରବ ଶୁଣିବାକୁ ମିଳିଲାଣି । ଏଥର ପ୍ରଥମ କରି ଗଲ୍ ଓ ଡକ୍ ପ୍ରଜାତିର ପକ୍ଷୀମାନେ ନଦୀବନ୍ଧରେ ପହଞ୍ଚôଛନ୍ତି । ସାମାନ୍ୟ ଶୀତ ଆସି ଯାଇଥିବାରୁ ଗତ ବର୍ଷ ଅପେକ୍ଷା ଏଥର ଆଗରୁ ପକ୍ଷୀମାନଙ୍କ ଆସିବା ଆରମ୍ଭ ହୋଇଯାଇଛି । ଶୀତ ବିଳମ୍ବରେ ଆସିଥିବାରୁ ଆଗକୁ ଶୀତ ବଢ଼ିଲେ ଏମାନଙ୍କ ଆସିବା ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଅନ୍ୟପକ୍ଷରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ପକ୍ଷୀମାନଙ୍କ ସୁରକ୍ଷା ଓ ଗତିବିଧିକୁ ଅନୁଧ୍ୟାନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।
ପ୍ରାୟ ୮୦୦ ବର୍ଗ କିଲୋମିଟର ପରିମିତ ହୀରାକୁଦ ନଦୀବନ୍ଧକୁ ଅକ୍ଟୋବର ମାସ ବେଳକୁ ପରିବ୍ରାଜକ ବିହଙ୍ଗମାନେ ଆସିଥାନ୍ତି । ହଜାର ହଜାର କିଲୋମିଟର ଆକାଶପଥରେ ଏଠାରେ ଏମାନେ ପହଞ୍ଚô ଶୀତ ଅପସରି ଯିବାପରେ ଫେବୃଆରି ଶେଷ ବେଳକୁ ନିଜ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି । ଏହି ପକ୍ଷୀମାନେ ନଦୀବନ୍ଧର ପାୱାର ଚେନାଲ, ଭିତରେ ଥିବା କୁଦ, ପାଶ୍ୱର୍ବର୍ତ୍ତୀ ଡେବ୍ରୀଗଡ଼ ଅଭୟାରଣ୍ୟ, କମ୍ଗାଁ, ବାରଖଣ୍ଡିଆ,  ରେଙ୍ଗାଲି ଓ ଡାଇକ୍ ପ୍ରଭୃତିର ବନାଞ୍ଚଳରେ ଅବସ୍ଥାନ କରିଥାନ୍ତି । ଏହି ପକ୍ଷୀମାନେ ମୁଖ୍ୟତଃ କାସ୍ପିଆନ୍ ସାଗର, ମଙ୍ଗୋଲିଆ, କେନ୍ଦ୍ର ଓ ଦକ୍ଷିଣ-ପୂର୍ବ ଏସିଆ, ହିମାଳୟ, ବୈକାଲ ହ୍ରଦ ଆଦି ସ୍ଥାନରୁ ଆସିଥାନ୍ତି । ୨୦୧୫-୧୬ ବର୍ଷରେ ହୀରାକୁଦ ନଦୀବନ୍ଧକୁ ରେକଡର଼୍ ୬୦ ପ୍ରଜାତିର ୯୫୯୧୨ ସଂଖ୍ୟକ ପକ୍ଷୀ ଆସିଥିଲେ । ଏଥିରେ ହୁଇସିଲିଂ ଡକ୍, କମନ୍ ପୋ·ଡର଼୍, ଟଫ୍ଟେଡ଼୍ ଡକ୍, ଗ୍ରେଟ୍ କ୍ରେଷ୍ଟେଡ଼୍ ଗ୍ରେଭ ଓ କମନ୍ କୁଟ୍ ଆଦି ପ୍ରଜାତିର ପକ୍ଷୀ ବିଶେଷ ଭାବରେ ଆସିଥିବା ଲକ୍ଷ୍ୟ କରାଯାଇଥିଲା । ୧୬୫୪୭ ଲେସର ହୁଇସିଲିଂ ଡକ୍, ୧୬୪୭୩ କମନ୍ ପୋ·ଡର଼୍, ୧୧୫୦୬ ଟଫ୍ଟେଡ଼୍ ଡକ୍, ୧୦୮୮୬ ଗ୍ରେଟ୍ କ୍ରେଷ୍ଟେଡ଼୍ ଗ୍ରେଭ୍,  ୯୧୪୮ସଂଖ୍ୟକ କମନ୍ କୁଟ୍ ପକ୍ଷୀ ଆସିଥିଲେ । ସେହିଭଳି ୬୧୧୨ ଲିଟିଲ୍ କୋମରାଣ୍ଟ, ୫୭୨୪ ବ୍ଲକ୍ହେଡେଡ଼୍ ଗଲ୍, ୩୫୬୦ ରେଡ଼ କ୍ରେଷ୍ଟେଡ଼ ଗ୍ରେଭ ଓ ୨୨୬୦ ଡାଉନ ହେଡେଡ ଗଲ ମଧ୍ୟ ଆସିଥିଲେ । ୨୦୧୪-୧୫ରେ ୬୩ ପ୍ରଜାତିର ୫୮୦୫୭, ୨୦୧୩-୧୪ରେ ୫୫ ପ୍ରଜାତିର ୬୩୮୯୨, ୨୦୧୨-୧୩ରେ ୫୯ ପ୍ରଜାତିର ୭୯୧୩୮ ପକ୍ଷୀ ଆସିଥିବା ବେଳେ ତା ପୂର୍ବ ବର୍ଷ ୫୨ ପ୍ରଜାତିର ୬୦୮୦୬ ପକ୍ଷୀ ଆସିଥିଲେ । ହେଲେ ଗତବର୍ଷ ଥଣ୍ଡା ପ୍ରବାହରେ ବିଳମ୍ବ ଯୋଗୁଁ ହୀରାକୁଦକୁ ବିଦେଶୀ ପକ୍ଷୀଙ୍କ ଆଗମନ ସଂଖ୍ୟା ପୂର୍ବାପେକ୍ଷା କିଛିକାଂଶରେ ହ୍ରାସ ପାଇଥିଲା । ପକ୍ଷୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ଏଥର ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛି । ଡଙ୍ଗା ସହିତ ବନ ବିଭାଗର ଅଧିକାରୀ ଓ କର୍ମ·ରୀମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ନଦୀବନ୍ଧ ଓ ପାଶ୍ୱର୍ବର୍ତ୍ତୀ ଜଙ୍ଗଲମାନଙ୍କରେ ପହରା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଥିବା ଜଣାପଡ଼ିଛି ।


    

Maximum 500 characters