Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

ପ୍ରେମ କରିବେ ରୋବଟ୍‍ ସାଥିରେ

Date: Nov 2, 2017    Views: 25


ଦୁନିଆର ସବୁଠାରୁ ମିଠା ଶବ୍ଦ ହେଉଛି ପ୍ରେମ  । ଯୁବକଯୁବତୀଙ୍କ ଲାଗି ପ୍ରେମ ଗୋଟିଏ ନିଆରା ଶବ୍ଦ  । ପ୍ରେମରେ ପଡ଼ିଥିବା ଯୁବକ ମନର ମାନସୀକୁ ନିକଟରେ ନପାଇବା ଯାଏଁ ତା’ ଆଖିକୁ ନିଦ ହୁଏ ନାହିଁ, ଖାଇବାକୁ ଇଛା ହୁଏନି, ସମସ୍ତେ ଥାଇ ବି ଦୁନିଆ ଲାଗେ ଯେମିତି ଏକୁଟିଆ  । ତେବେ ଦିନ ଆସୁଛି ଯୁବକମାନଙ୍କୁ ଆଉ ପ୍ରେମ ପାଇଁ ହତାଶ ହେବାକୁ ପଡ଼ିବନି  । କଥା ହେଉଛି, ଆଗାମୀ ୨୦୨୫ ମସିହା ବେଳକୁ ଯୁବକମାନେ କୋଉ ଝିଅ ପଛରେ ନୁହେଁ, ପ୍ରେମ ପାଇଁ ରୋବଟ୍‍ ପଛରେ ପଡ଼ିଥିବେ  । ଏ କଥା ଅବାସ୍ତବ ଲାଗୁଥିଲେ ବି ସମ୍ପୂର୍ଣ୍ଣ ସତ  । ୨୦୧୩ରେ ପ୍ରକାଶିତ ରିପୋର୍ଟ ଅନୁସାରେ ୯ ପ୍ରତିଶତ ବ୍ୟକ୍ତି ରୋବଟ୍‍ ସହ ଯୌନ ସମ୍ପର୍କ ସ୍ଥାପନ କରି ନିଜର ଖୁସି ତଥା ଆତ୍ମସନ୍ତୋଷ ଜାହିର କରିଛନ୍ତି  । ଧୀରେ ଧୀରେ ଯୁବପିଢ଼ି ରୋବଟ୍‍କୁ ନିଜ ଜୀବନ ସାଥୀ କରିବା ଲାଗି ଆଗ୍ରହ ପ୍ରକାଶ କରୁଥିବାର ଦେଖାଯାଇଛି  । ଏହା ଦ୍ୱାରା ଯୁବକମାନଙ୍କୁ ସଚ୍ଚା ପ୍ରେମ ମିଳୁଥିବାର କିଛି ଗବେଷକ କହିଛନ୍ତି  । ପ୍ରେମ ଓ ଶାରୀରିକ ସୁଖ ପ୍ରଦାନ କରିପାରୁଥିବା ରୋବଟ୍‍ର ମସ୍ତିଷ୍କରେ ମାନବୀୟ ଭାବନାକୁ ସ୍ଥାନ ଦେବା ଲାଗି ସମ୍ପ୍ରତି ବୈଜ୍ଞାନିକମାନେ ପ୍ରଚେଷ୍ଟା ଜାରି ରଖିଛନ୍ତି  । ୨୦୨୫ ମସିହା ବେଳକୁ ମଣିଷକୁ ପ୍ରେମ ଓ ଶାରୀରିକ ସୁଖ ପ୍ରଦାନ କରିବା ଲାଗି ସ୍ୱୟଂସମ୍ପୂର୍ଣ୍ଣ ରୋବଟ୍‍ ବଜାରରେ ପ୍ରବେଶ କରାଇବା ଲାଗି ବୈଜ୍ଞାନିକମାନେ ପ୍ରଚେଷ୍ଟା ଜାରି ରଖିଥିବା ଏକ ରିପୋର୍ଟରୁ ଜଣାଯାଇଛି  ।


    

Maximum 500 characters