Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

ଚୁଇଁଗମ ବଢାଏ ଏକାଗ୍ରତା

Date: Nov 2, 2017    Views: 27


ଦାନ୍ତ ଖରାପ ହୋଇଯାଉଥିବା କାରଣରୁ ଅଧିକାଂଶ ଅଭିଭାବକ ସେମାନଙ୍କ ପିଲାମାନଙ୍କୁ ଚୁଇଁଗମ୍‍ ଖାଇବା ଲାଗି ବାରଣ କରିଥାଆନ୍ତି  । ମାତ୍ର ଚୁଇଁଗମ୍‍ ଚୋବାଇବା ଦ୍ୱାରା ସ୍ମରଣଶକ୍ତି ବୃଦ୍ଧି ସାଙ୍ଗକୁ ପିଲାମାନଙ୍କ ଏକାଗ୍ରତା ବୃଦ୍ଧି ପାଇଥାଏ ବୋଲି ବି୍ରଟିଶ ଜର୍ଣ୍ଣାଲ୍‍ ଅଫ୍‍ ସାଇକୋଲୋଜି ପତ୍ରିକାରେ ପ୍ରକାଶିତ ଏକ ତଥ୍ୟରୁ ଜଣାପଡ଼ିଛି  । ଏଥିରେ କୁହାଯାଇଛି ଯେ ଚୁଇଁଗମ୍‍ ଚୋବାଇବା ଦ୍ୱାରା ମଣିଷର ମନ ଗୋଟିଏ ବିଷୟ ଉପରେ କେନ୍ଦ୍ରୀଭୂତ ହୋଇରହିଥାଏ  । ଏଥିରେ ପ୍ରକାଶିତ ତଥ୍ୟ ଲେଖକଙ୍କ କହିବାନୁସାରେ ଚୁଇଁଗମ୍‍ ମସ୍ତିଷ୍କର ସ୍ମୃତିକ୍ଷେତ୍ର ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ  । ତେଣୁ ଚୁଇଁଗମ୍‍ ବ୍ୟବହାର ନକରୁଥିବା ବ୍ୟକ୍ତି ବା ପିଲାଙ୍କ ସ୍ମୃତି ତୁଳନାରେ ଚୁଇଁଗମ୍‍ ବ୍ୟବହାରୀଙ୍କ ଏକଗ୍ରତା ଓ ସ୍ମୃତିଶକ୍ତି ଅଧିକ ରହିଥାଏ  । ଏ ନେଇ ବିଗତ ଦିନରେ ଏକ ପରୀକ୍ଷଣ କରାଯାଇଥିଲା  । ଉକ୍ତ ପରୀକ୍ଷଣରେ ଚୁଇଗମ୍‍ ବ୍ୟବହାରକାରୀମାନେ ଖୁବ୍‍ କମ୍‍ ସମୟ ମଧ୍ୟରେ ବହୁତ କିଛି ମନେରଖିପାରୁଥିବା ପ୍ରମାଣିତ ହୋଇଥିଲା  ।


    

Maximum 500 characters