Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

ଆଦିବାସୀ ବସ୍ତିରେ ବଢୁଛି ଅପପୁଷ୍ଟି, ପ୍ରଶାସନର ଦୃଷ୍ଟି ପଡ଼ୁ

Date: Nov 2, 2017    Views: 41


ଛତିଆ: ବଡଚଣା ବ୍ଲକର ପଶ୍ଚିମାଞ୍ଚଳ ଆଦିବାସୀ ବସ୍ତି ମାନଙ୍କରେ ଅପପୁଷ୍ଟି ବଢିବାରେ ଲାଗିଛି । ଏନେଇ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଉଥିଲେ ମଧ୍ୟ ପ୍ରଶାସନର ଟିକେବି ଚିନ୍ତା ଥିବା ପରି ମନେ ହେଉନି । ଖବର ମତେ ବଡ଼ଚଣା ପଞ୍ଚିମାଞ୍ଚଳର ସିହା, ଶାଳପଡା, ସମିଆଁ, ପାରିଆ, ବୈରୀ ଓ କାଇମାଟିଆ ଅଞ୍ଚଳରେ ଶହ ଶହ ବର୍ଷ ଧରି ଆଦିବାସୀମାନେ ବସବାସ କରନ୍ତି  ।
ଏହି ପଞ୍ଚାୟତମାନଙ୍କ ଭିତରୁ ସମିଆଁ ପଞ୍ଚାୟତର ସମିଆଁ, ଚମ୍ପାପୁର, ସାତମାଣ, କୋହ୍ଲା ଓ ରାଇଝରଆଦି ପାଞ୍ଚଗୋଟି ରାଜସ୍ୱ ଗ୍ରାମରେ ୧୨ରୁ ଊଦ୍ଧ୍ୱର୍ ପଡାଗ୍ରାମ ରହିଥିବା ବେଳେ ଏହି ପଞ୍ଚାୟତରେ ୮ହଜାରରୁ ଊଦ୍ଧ୍ୱର୍ ଲୋକ ବାସକରନ୍ତି । ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକ ହେଉଛନ୍ତି ଆଦିବାସୀ । ସେମାନଙ୍କ ଜୀବନ ବିତେ ବଣଜଙ୍ଗଲରେ । ସେମାନଙ୍କ ପାଖରେ ଜନ୍ମ ଓ ମୃତୁ୍ୟର କୋ÷ଣସି ପ୍ରମାଣ ପତ୍ର ନଥାଏ । ଜନ୍ମଦିନେ ତ ମୃତ୍ୟୁ ଦିନେ ଏହାକୁ ବିଶ୍ୱାସ କରି ବଣଜଙ୍ଗଲର ଖାଦ୍ୟ ଓ ଝରଣା ପାଣିକୁ ପିଇ ଜୀବନ ବିତାନ୍ତି । ସରକାରଙ୍କ କୋ÷ଣସି ଯୋଜନା ଏମାନଙ୍କ ପାଖରେ ପହଞ୍ଚିବା ସାତସପନ । ସରକାର ଏମାନଙ୍କ ପାଇଁ ବହୁ ଯୋଜନା ପ୍ରସ୍ତୁତ କରିଥିଲେ ମଧ୍ୟ ସରକାରୀ କର୍ମ·ରୀ ମାନଙ୍କ ସାହାଯ୍ୟ ସହାନୁଭୁତିକୁ ଅପେକ୍ଷା ନ କରି ନିଜେ ନିଜର କର୍ମ ଉପରେ ବିଶ୍ୱାସ ରହି ଜୀବନ ନିର୍ବାହ କରନ୍ତି । ଏହି ପଞ୍ଚାୟତରେ ଅନେକ ଆଦିବାସୀ  ଗ୍ରାମରେ  ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିମଳ ସଠିକ ଭାବେ ପହଞ୍ଚି ନାହିଁ । ସବୁ ଗାଁକୁ ପକ୍କା ସଡକ ସାତ ସପନ ପାଳଟିଛି । ବିଲ ହିଡ ଦେଇ ଏମାନେ ଗାଁ ଭିତକୁ ଯିବା ଆସିବା କରନ୍ତି । ପାନୀୟ ଜଳ ପାଇଁ ମଧ୍ୟ ସବୁଗ୍ରାମରେ ନଳକୂପ ବସି ନାହିଁ । ଯାହାଫଳରେ ସେମାନେ ଯେଉଁ ପାଣି ବ୍ୟବହାର କରନ୍ତି ତାହା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରଣ ହୋଇଥାଏ । ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନୱାଡି କର୍ମୀମାନଙ୍କ ଦ୍ୱାରା  ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ଦିଆଯାଉଥିବା ସ୍ୱାସ୍ଥ୍ୟ ସେବା ସହିତ ପୁଷ୍ଟିକର ଖାଦ୍ୟ ସଠିକ ଭାବରେ ବଣ୍ଟନ ସହିତ ସେବାରେ ତୃଟି ପରିଲକ୍ଷିତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯାହାଫଳରେ ଶିଶୁ ଖାଦ୍ୟାଭାବରୁ ଅପପୁଷ୍ଟି ରୋଗରେ ଆକ୍ରାନ୍ତ ହୋଇ ଜରାଜୀର୍ଣ୍ଣ ଶରୀରକୁ ଧରି ଜୀବନ ବିତାଉଛନ୍ତି । ଏହି ଆଦିବାସୀମାନଙ୍କ ପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରି ଖାଦ୍ୟ,ସ୍ୱାସ୍ଥ୍ୟ ଓ ପରିମଳ ଆଦି ବ୍ୟବସ୍ଥାର ଉନ୍ନତି ପାଇଁ ଗ୍ରାମାଞ୍ଚଳରେ ଆଶା, ଅଙ୍ଗନୱାଡି, ସ୍ୱାସ୍ଥ୍ୟକର୍ମୀଙ୍କ ଠୁ ଆରମ୍ଭ କରି ବ୍ଲକ ଏବଂ ଜିଲାସ୍ତରରେ ପ୍ରଶାସନିକ ଅଧିକାରୀମାନଙ୍କୁ ନିଯୁକ୍ତି ଦେଇଥିଲେ ମଧ୍ୟ କର୍ମ·ରୀମାନଙ୍କ ମନୋମୁଖୀ କାର୍ଯ୍ୟ ଯୋଗୁଁ ଅନେକ ସ୍ଥାନରେ ଆଦିବାସୀମାନେ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ।
ଯାହାଫଳରେ ସୁକିନ୍ଦା ବ୍ଲକର ନଗଡାର ମାନସୀ ପରି ବଡଚଣା କୁଣ୍ଡବାଙ୍କ ଗ୍ରାମର କୁନି ପରି ଅନେକ ଅପପୁଷ୍ଟି ଶୀକାର ଶିଶୁ ତିଆରି ହେଉଛନ୍ତି । ଏହି ପଞ୍ଚାୟତରେ ସମସ୍ତ ସରକାରୀ ସୁବିଧା ପ୍ରଶାସନ ଯୋଗାଇଦେଇଥିଲେ ମଧ୍ୟ ସେମାନଙ୍କ କାର୍ଯ୍ୟ ଦକ୍ଷତା କେତେଦୂର କାର୍ଯ୍ୟକ୍ଷମ ତାହା ଏହି ପିଲାମାନଙ୍କ ଦୃଶ୍ୟକୁ ଦେଖିଲେ ସ୍ପଷ୍ଟବାରି ହୋଇପଡୁଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗ୍ରାମାଞ୍ଚଳ ଲୋକମାନଙ୍କୁ ସଚେତନତା କରିବା ପାଇଁ ସରକାର ହଜାର ହଜାର ଟଙ୍କା ବ୍ୟୟ କରି କର୍ମ·ରୀ ନିଯୁକ୍ତି କରୁଥିବା ବେଳେ ସେମାନଙ୍କ କର୍ତ୍ତବ୍ୟର ଅବହେଳା ଯୋଗୁଁ ଅନେକ ଆଦିବାସୀ ପଞ୍ଚାୟତରେ ସଚେତନତା ଅଭାବରୁ ଆଦିବାସୀ ଲୋକଙ୍କ ପରିବାର ନିୟୋଜନ, ମମତା ଯୋଜନା, ଡାକ୍ତରଖାନାରେ ପ୍ରସୂତି, ଜରୁରୀ କାଳୀନ ସେବା ଓ  ବିଭିନ୍ନ ରୋଗ ଉପରେ ସଚେତନର ଅଭାବ ଘଟୁଛି  । ଯାହା ଫଳରେ ସେମାନେ ବହୁ ସନ୍ତାନ ଜନ୍ମ କରିବା ଯୋଗୁଁ ବିଭିନ୍ନ ରୋଗରେ ପୀଡିତ ହୋଇ ଜୀବନ ହାରୁଛନ୍ତି । ଏହି ପଞ୍ଚାୟତର ସମସ୍ତ ଶିଶୁମାନଙ୍କ ସୁରକ୍ଷା ପାଇଁ  ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ, ଯାଜପୁର ଜିଲା ମୁଖ୍ୟ ଚିକିସôାଧିକାରୀ ଓ ଯାଜପୁର ଜିଲାପାଳ ଦୃଷ୍ଟି ଦେଇ ପିଲାମାନଙ୍କ ଚିକିସôା କରାଇବା ସହିତ ଏହି ପଞ୍ଚାୟତରେ ପ୍ରତି ଗ୍ରାମରେ ସ୍ୱାସ୍ଥ୍ୟ ଶିବିର କରି ସ୍ୱାସ୍ଥ୍ୟ ସେବା ତ୍ୱରାନ୍ୱିତ କରିବାକୁ ସମାଜସେବୀ ଖଗେଶ୍ୱର ସାହୁ, ବସନ୍ତ ବାରିକ, ଜୟନ୍ତ ସାହୁ, ଅର୍ଜ୍ଜୁନ ତିରିଆ, ଚକ୍ରଧର ତିରିଆ, ବଳରାମ ଜେନା ପ୍ରମୁଖ ଦାବି କରିଛନ୍ତି ।


    

Maximum 500 characters