Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

ଚାଷୀ ବୃନ୍ଦା ସାହୁ ମୃତୁ୍ୟ ପାଇଁ କୃଷିମନ୍ତ୍ରୀ ଦାୟୀ : ବିଜେପି

Date: Nov 2, 2017    Views: 28


ଭୁବନେଶ୍ୱର: ରାଜ୍ୟରେ ଚାଷୀକୂଳ ନାହିଁ ନଥିବା ହଇରାଣ ଓ ଦୁଃଖ ଦୁର୍ଦ୍ଧଶାର ସମ୍ମୁଖୀନ ହେବା କାରଣରୁ ପରିଶେଷରେ ଆତ୍ମହତ୍ୟା ଭଳି କଠୋର ପଦକ୍ଷେପ ପାଇଁ ନିଷ୍ପତି ନେବାକୁ ବାଧ୍ୟ ହେଉଛନ୍ତି । ଏହା ଆତ୍ମହତ୍ୟା ନୁହେଁ ବରଂ । ସରକାର ଏବଂ ପ୍ରଶାସନର ଅପାରଗତା ଓ ସ୍ଥାଣୁତାର ପ୍ରତିଫଳନ । ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଆଦୈା ଚିନ୍ତିତ ନୁହନ୍ତି କିମ୍ବା କାର୍ଯ୍ୟ କରୁନାହାନ୍ତି । ଫଳସ୍ୱରୁପ, ଚାଷୀସମୁହ ରାଜ୍ୟ ସରକାରଙ୍କଠାରୁ ଆସ୍ଥା ହରାଇଛନ୍ତି । ଚାଷୀଙ୍କ ଏଭଳି ସ୍ଥିତି ଏବଂ ମୃତୁ୍ୟ ପାଇଁ ରାଜ୍ୟ ସରକାର ସିଧାସଳଖ ଦାୟୀ ବୋଲି ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା ଅଭିଯୋଗ କରିଛନ୍ତି । ଶ୍ରୀ ଶର୍ମା କହିଛନ୍ତି ଯେ, ଚାଷଜନିତ ସମସ୍ୟାକୁ ନେଇ ବିଭିନ୍ନ ସମୟରେ ଚାଷୀସମୁହ ବହୁ ଥର ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କୁ ଅବଗତ କରାଇଛନ୍ତି । ମାତ୍ରଆନ୍ତରିକତା ବିହୀନ ରାଜ୍ୟ ସରକାରଙ୍କ କୃଷି ବିଭାଗ ଚାଷୀମାନଙ୍କ ସମସ୍ୟାକୁ ସର୍ବଦା ଅଣଦେଖା କରି ମିଥ୍ୟା ପ୍ରତିଶୃତି ଜରିଆରେ ଭୂଆଁ ବୁଲାଇ ଆସୁଛନ୍ତି । ଜଳସେଚନଠାରୁ ଆରମ୍ଭ କରି ବିହନ, ସାର, କୀଟନାଶକ, ଋଣ ପ୍ରଦାନ, ଫସଲ ବୀମା, ଖାଦ୍ୟଶସ୍ୟ ସଂରକ୍ଷଣ ବ୍ୟବସ୍ଥା ଆଦି ସମସ୍ତ ପ୍ରସଙ୍ଗକୁ ସଠିକ ପରିଚାଳନା କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ଯଦ୍ୱରା ଚାଷୀମାନେ ସଠିକ ସମୟରେ ଏ ସମସ୍ତ ସୁବିଧା ପାଇବାରୁ ବଂଚିତ ହୋଇ ଚାଷ ପାଇଁ ହନ୍ତସନ୍ତ ହେଉଛନ୍ତି । ଅନ୍ୟ ପକ୍ଷରେ ରାଜ୍ୟ ସରକାର ଏ ସମସ୍ତ ପ୍ରସଙ୍ଗରେ ଜାଣିଶୁଣି ନୀରବ ରହିବା କାରଣରୁ ଚାଷୀମାନେ ତାଙ୍କର ନ୍ୟାର୍ଯ୍ୟ ହକ୍ ପାଇବାରୁ ମଧ୍ୟ ବଂଚିତ ହେଉଛନ୍ତି ବୋଲି ଶ୍ରୀ ଶର୍ମା ଅଭିଯୋଗ କରିଛନ୍ତି । ଓଡିଶାର ଭାତ ହାଣ୍ଡି ବୋଲି କୁହାଯାଉଥିବା ବରଗଡ ଜିଲ୍ଲାରୋ ଫସଲହାନୀ ଯୋଗୁଁ କଳାପାଣି, ବରାହାଗୁଡା, ଗାଇସୀମା, ଡାଙ୍ଗ, ରେଶମ ଅଂଚଳ ସମେତ ଆଜି ସମ୍ବଲପୁର ଓ ଝାରସୁଗୁଡା ଅଂଚଳରେ ମଧ୍ୟ ଚାଷୀମାନେ ନିଜ ନିଜ କ୍ଷତିଗ୍ରସ୍ତ ଫସଲକୁ ପୋଡି ଦେଇଛନ୍ତି । ଏପରିକି ଗାଇସୀମା ଅଂଚଳର ଚାଷୀ ତୋପମଣି ମହାପାତ୍ର ସ୍ଥାନୀୟ ତହସିଲଦାରଙ୍କ ଉପସ୍ଥିତିରେ ନିଜ ଫସଲ ପୋଡି ଦେଇଛନ୍ତି । କୃଷି ବିଭାଗରେ ବ୍ୟାପକ ଦୁର୍ନୀତି ଏବଂ ମାତ୍ରାଧିକ ପିସି କାରବାର ଯୋଗୁଁ ଚାଷୀଙ୍କ ଏଭଳି ଦୟନୀୟ ସ୍ଥିତି ସୃଷ୍ଟି ହୋଇଛି ବୋଲି ଶ୍ରୀ ଶର୍ମା ଅଭିଯୋଗ କରିଛନ୍ତି । ଗତ ତିନି ଦିନ ହେଲା ବରଗଡ ଜିଲ୍ଲାର ଚାଷୀ ବୃନ୍ଦା ସାହୁ ନିଜର ଫସଲ ହାନୀ ପାଇଁ ଜିଲ୍ଲା ପ୍ରଶାସନଠୁ ଆରମ୍ଭ କରି ରାଜ୍ୟ ସରକାରଙ୍କୁ ବିଭିନ୍ନ ମାଧ୍ୟମରେ ଅବଗତ କରାଇଛନ୍ତି । ପ୍ରଥମେ କୈାଣସି ଆଶ୍ୱାସନା ନ ପାଇବା ନିଜର କ୍ଷତି ହୋଇଥିବା ଫସଲକୁ ଚାଷଜମିରେ ହିଁ ପୋଡିଦେଲେ । ବ ରାଉତ ଚାଷିର ସ୍ଥିତିକୁ ବୁଝିବାରେ ଡା.ରାଉତ ଏବଂ ରାଜ୍ୟ ସରକାର ବିଫଳ ହୋଇଥିଲେ । ଯା ଫଳରେ ଛାଷୀ ବୃନ୍ଦା ସାହୁ ଗୁରୁବାର ଦିନ  କୈାଣସି ଉପାୟ ନପାଇ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି । ଏହା ଆତ୍ମହତ୍ୟା ନୁହେଁ ବରଂ ରାଜ୍ୟ ସରକାରଙ୍କ ଅପାରଗତା ଓ ସ୍ଥାଣୁତା ସକାଶେ ବୃନ୍ଦା ସାହୁର ଏଭଳି ଅସ୍ୱାଭାବିକ ମୃତୁ୍ୟ ପାଇଁ ଖୋଦ୍ କୃଷିମନ୍ତ୍ରୀ ଦାୟୀ ବୋଲି ଅଭିଯୋଗ କରିବା ସହ ଡା.ରାଉତଙ୍କୁ ତୁରନ୍ତ ଗିରଫ ପାଇଁ ଶ୍ରୀ ଶର୍ମା ଦାବୀ କରିଛନ୍ତି ।


    

Maximum 500 characters