Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

Kanhu ଚରଣ ପଟ୍ଟନାୟକଙ୍କ ବିରୋଧରେ ସ୍ବାଧୀକାର ପ୍ରସ୍ତାବ ଆଣିଲେ ନରସିଂହ

2020 ମାର୍ଚ୍ଚ ମଧ୍ୟରେ ସବୁ ଗାଁକୁ ପାଇପ ଯୋଗେ ପାନୀୟ ଜଳ

ସୁରୁଖୁରରେ ଚାଲିଛି ବିଧାନସଭା

banner

ସଂସ୍କୃତି

ମୁଖ୍ୟ ଖବର

    ଆଜି ବଡ଼ ଓଷା, ଧବଳେଶ୍ୱର ପୀଠ ଚଳଚଞ୍ଚଳ

    Share on :
    ajab-Image
    Date: Nov 2, 2017    Views: 1700


    କଟକ: କାର୍ତ୍ତିକ ଶୁକ୍ଳ ଚତୁର୍ଦଶୀରେ ବଡ ଓଷା ଅତି ନିଷ୍ଠାର ସହ ପାଳନ କରାଯାଏ ।  ଏହି ଓଷା ପାଳନ ଅବସରରେ ମହାଦେବଙ୍କଠାରେ ସ୍ୱତନ୍ତ୍ର ଭୋଗ ଲାଗିହୁଏ  । ଏହାକୁ “ଗଜପିଠା’ କୁହାଯାଏ । ଗଜ ପିଠା ଦେଖିବାକୁ ପୂରା ଧଳା ଧବଳ । ଅରୁଆ ·ଉଳ ଚୂନାରେ ଅଥାରବସା ଗଜ ପିଠା ପ୍ରସ୍ତୁତ ହୁଏ  । ମହାଦେବଙ୍କ ଅର୍ପଣ ପରେ ବ୍ରତଧାରୀ, ଭକ୍ତ ଓ ଶଦ୍ଧାଳୁମାନେ ସେବନ କରନ୍ତି  । ବଡ ଓଷାର ମହିମା ପୁରାରରେ ବର୍ଣ୍ଣତ  । ଏକଦା ଶିବଙ୍କ ଦର୍ଶନ ପାଇଁ ନାରଦ ମୁନି କୈଳାସରେ ପହଞ୍ଚିିଥିଲେ । ମହାଦେବଙ୍କ ଦର୍ଶନ ହେଲା ।  ଶିବ ଉକ୍ତମାନଙ୍କ ଦୁଃଖ ଦୁର୍ଦଶା ସଂପର୍କରେ ନାରଦ ମହାଦେବ ଅବଗତ କରାଇଲେ ।
    ଉକ୍ତଙ୍କ ଦୁଃଖ ଦୂର ହେବାର ଉପାୟ ପାଇଁ ପ୍ରାର୍ଥନା କଲେ  । କାର୍ତ୍ତିକ ଶୁଳ୍କ ଚତୁର୍ଦଶୀରେ ଶିବ ଦର୍ଶନ କରି ବ୍ରତ ଧାରଣ କରିବାକୁ ମହାଦେବ କହିଲେ  । ସେହି ଦିନଠାରୁ ମର୍ତ୍ତବାସୀ ନିଷ୍ଠାର ସହ ବଡ ଓଷା ପାଳନ କରିଆସୁଛନ୍ତି  । ବଡ ଓଷାର ମୁଖ୍ୟ ପୀଠ ପ୍ରଭୁ ଶ୍ରୀ ଶ୍ରୀ ଧବଳଶ୍ୱେର  । ବ୍ରହ୍ମାଙ୍କ ଦ୍ୱାରା ଶାପ ଗ୍ରସ୍ତ ହେବା ପରେ ଦେବରାଜ ଇନ୍ଦ୍ର ଧବଳଶ୍ୱେର ପୀଠକୁ ଆସି ଶାପମୁକ୍ତ ହୋଇଥିବା ପୁରାଣରେ ବର୍ଣ୍ଣିତ ।

    Maximum 500 characters

    ସଂସ୍କୃତି View all

    Find Us on Facebook