Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

ପଟିଦାର ନେତାଙ୍କ ଭିତରେ ବିବାଦ, ହାର୍ଦ୍ଧିକଙ୍କୁ ବିରୋଧ

Date: Nov 2, 2017    Views: 28


ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ପଟିଦାର ନେତାଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ କିଛି ଦଳୀୟ କର୍ମୀ ପଟିଦାର ନେତା ହାର୍ଦ୍ଧିକ ପଟେଲଙ୍କ ବିରୋଧରେ ଆଲୋଚନା କରୁଛନ୍ତି । ଅନ୍ୟପକ୍ଷରେ ଏହାର ସୁଯୋଗ ନେଇ ଭାରତୀୟଳ ଜନତା ପାର୍ଟି ଓ କଂଗ୍ରେସ ନିଜର ନିର୍ବାଚନୀ ଅଭିଯାନ ଜାରି ରଖିଛନ୍ତି । ଦଳର କିଛି ବିବାଦୀୟ ନେତା କଂଗ୍ରେସ ଆଡକୁ ତ ଆଉ କିଛି ନେତା ବିଜେପି ଆଡକୁ ଯାଇପାରନ୍ତି ବୋଲି ଅନୁମାନ କରାଯାଉଛି । ପଟିଦାର ସଂରକ୍ଷଣ ସଂଘର୍ଷର୍ର ରାଷ୍ଟ୍ରୀୟ ସଂଯୋଜକ ଅଶ୍ୱିନ ପଟେଲ କହିଛନ୍ତି ଆମେ ଜାଣିଛେ, କଂଗ୍ରେସ ତରଫରୁ ହୋଇଥିବା ଚାପ ଅସମ୍ଭବ । କଂଗ୍ରେସ ବର୍ଷ ୨୦୧୯ ରୁ ୨୦୨୪ରେ ହେବାକୁ ଥିବା ନିର୍ବାଚନରେ କ୍ଷମତାକୁ ଆସିବା ସମ୍ଭବ ଲାଗୁ ନାହିଁ । ଆମେ ଏତେ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିପାରିବା ନାହିଁ । ସେ କହିଛନ୍ତି ଆମେ ପାରମ୍ପାରିକ ଭାବରେ ବିଜେପିକୁ ସମର୍ଥନ କରିଆସୁଛୁ । ଆମେ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିପାରିବୁ । ଅଶ୍ୱିନ ପଟେଲ କହିଛନ୍ତି ସମସ୍ୟାର ସାମାଧାନ ନେଇ ପଟିଦାର ସଂରକ୍ଷଣ ସମିତିର ସଦସ୍ୟ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଭେଟିବ । ସେ କହିଛନ୍ତି ବିଜେପି ୧୦ ରୁ ୬ ଟି ଦାବି ପୂରା କରିସାରିଛି । ଯେତେବେଳେ ଗୁଜରାଟ ବିଜେପି ଆମ ପାଇଁ କିଛି କଲା ନାହିଁ ତେଣୁ ଅମିତ ଶାହାଙ୍କୁ ସିଧାସଳଖ ଭେଟିବା ଭଲ ହେବ । ସେ କହିଛନ୍ତି ହାର୍ଦ୍ଧିକଙ୍କ ନେତୃତ୍ୱରେ ପଟିଦାର ଆନେ୍ଦାଳନରେ ଆମର ୧୪ ଜଣଙ୍କର ଜୀବନ ଯାଇ ସାରିଛି । ହାର୍ଦ୍ଧିକ ଆନେ୍ଦାଳନକୁ ହିଂସାର ରୂପ ଦେଇଛନ୍ତି ।


    

Maximum 500 characters