Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦରିଆପାରି ଖବର

ମୁଖ୍ୟ ଖବର

ନୁ୍ୟୟର୍କରେ ଟ୍ରକ୍ ଚାଳକର ହିଂସାକାଣ୍ଡ: ୮ ମୃତ

Date: Nov 2, 2017    Views: 16


 ନୁ୍ୟୟର୍କ: ନୁ୍ୟୟର୍କର ୱାର୍ଲ୍ଡ ଟ୍ରେଡ ସେଣ୍ଟର ମେମୋରିଆଲ ନିକଟସ୍ଥ ମ୍ୟାନହଟନରେ ଗତ ମଙ୍ଗଳବାର ନରସଂହାର ଦେଖିବାକୁ ମିଳିଛି । କିଛି ଲୋକଙ୍କୁ ନେଇକି ଯାଉଥିବା ଏକ ଟ୍ରକ ଚାକଳର ହିଂସାତ୍ମକ କାଣ୍ଡ ଯୋଗୁଁ  ୮ ଜଣ ମୃତୁ୍ୟ ଘଟିଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣାରେ ସମ୍ପୃକ୍ତ ସନ୍ଦିଗ୍ଧମାନଙ୍କୁ ପୁଲିସ ଗିରଫ କରିଛି । ସେମାନଙ୍କ ଠାରୁ ୨ ଟି ବନ୍ଧୁକ ଜବତ କରିବା ସହିତ ପୁଲିସ ଘଟଣାର ଯାଞ୍ଚ କରୁଛି । ଟ୍ରକଟି ପ୍ରଥମେ ପାଦଚଲା ରାସ୍ତାରେ ଯାଉଥିବା ଲୋକ ଏବଂ ଏକ ସ୍କୁଲ ବସ୍ ଉପରେ ଚଢିଯାଇଥିଲା । ଯାହାଫଳରେ୮ ଜଣଙ୍କର ମୃତୁ୍ୟ ହୋଇଛି । ହ୍ୱାଇଟ୍ ହାଉସର ମୁଖପାତ୍ର କହିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କୁ ଏହି ଘଟଣା ସମ୍ପର୍କରେ ଅବଗତ କରାଯାଇଛି । ଏହି ଘଟଣା ସହିତ ସମ୍ପୃକ୍ତ ତଥ୍ୟକୁ ରାଷ୍ଟ୍ରପତିଙ୍କୁ ଦିଆଯାଇଛି । ନୁ୍ୟୟର୍କ ମେୟର ଏହାକୁ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୋଲି କହିଛନ୍ତି । ସେ କହିଛନ୍ତି ଏହି ଘଟଣା ନିଶ୍ଚିତ ଭାବରେ ବଡ ଧରଣର ଷଡଯନ୍ତ୍ର ରହିଛି । ଏହା ଏକ ନୃଶଂସ ହତ୍ୟାକାଣ୍ଡ । ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଏହି ଘଟଣାକୁ କଡା ନିନ୍ଦା କରିବା ସହ ମୃତ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସେ କହିଛନ୍ତି ଜଣେ ପାଗଳ ଲୋକ ଏଭଳି ଘଟଣା କରାଇଛି । ଏହାପରେ ସେ ଟ୍ୱିଟ୍ କରି କହିଛନ୍ତି ମଧ୍ୟ-ପୂର୍ବରେ ହରାଇବା ପରେ ଆମେ ଆଇଏସ୍ଆଇକୁ ପୁଣିଥରେ ଫେରିବାକୁ ସୁଯୋଗ ଦେବୁ ନାହିଁ ।


    

Maximum 500 characters