Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

ସ୍ୱିସ ବ୍ୟାଙ୍କରେ ଟଙ୍କା ରଖିଥିବା ଲୋକଙ୍କ ନାଁ ମୋଦି କାହିଁକି କହୁନାହାଁନ୍ତି: ରାହୁଲ

Date: Nov 2, 2017    Views: 27


ଅହମ୍ମଦାବାଦ: ଗୁଜରାଟ ନିର୍ବାଚନକୁ ନେଇ ଏବେ ବିଭିନ୍ନ ରାଜନୈତି ଦଳ ଭିତରେ ପ୍ରତିଯୋଗିତା ଚାଲିଛି । କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଭାରତୀୟ ଜନତା ପାର୍ଟିକୁ ଘେରିବା ପାଇଁ ଆକ୍ରମକ ହୋଇଛନ୍ତି । ଏନେଇ ରାହୁଲ ଆଜି ୩ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି । ଏହି ସମୟରେ ରାହୁଲ କହିଥିଲେ  ମୋଦି ସରକାର ୩ ବର୍ଷ ପୂରଣ କଲେଣି କିନ୍ତୁ କେତେ ସ୍ୱିସ୍ ବ୍ୟାଙ୍କ ଆକାଉଣ୍ଟଧାରୀ ଜେଲରେ ଅଛନ୍ତି? ମୋଦି ନିଜର ପ୍ରତିଶ୍ରୁତି ପୂରଣ କରିନାହାଁନ୍ତି । ସ୍ୱିସ୍ ବ୍ୟାଙ୍କରେ କିଏ ଟଙ୍କା ରଖିଛନ୍ତି ତାଙ୍କର ନାଁ କାହିଁକି ପ୍ରକାଶ କରୁନାହାଁନ୍ତି ? ଏଠାରେ ଉଲ୍ଲେଖନୀୟ ଯେ କଂଗ୍ରେସର ନବସୃଜନ ଯାତ୍ରାର ଆଜି ୩ୟ ଦିନ ରହିଥିଲା । ରାହୁଲ ଏହା ପୂର୍ବରୁ ଭଡୋଦରାରେ ରାଲି କରିଥିଲେ । ଆଜି ଭରୁଚ ରାଲିକୁ ସମ୍ବୋଧିତ କରି ରାହୁଲ କହିଥିଲେ ଦେଶର ପ୍ରତି ରାଜ୍ୟରେ ମୋର ଗ୍ରସ୍ତ ଚାଲିଛି । ମୁଁ ପ୍ରତି ଷ୍ଟେଜ୍ ଦେଇ ଯାଉଛି କିନ୍ତୁ ପ୍ରଥମ ଥର ଗୁଜରାଟରେ ଏଭଳି ଲାଗି ରହିଛି । ଗୁଜରାଟର କୌଣସି ଲୋକ ଖୁସି ନାହିଁ । ଏଠକାରା ଲୋକ ଦୁଃଖ ଓ କଷ୍ଟରେ ଅଛନ୍ତି । କେବଳ ଗୁଜରାଟର ୫-୬ ଟି  ବ୍ୟବସାୟୀଖୁସି ଅଛନ୍ତି । ଯାହାଙ୍କୁ ମୋଦି ସରକାରଙ୍କ ପ୍ରତି କିଛି ଅଭିଯୋଗ ନାହିଁ । ଗୁଜରାଟରେ ଗରିବଙ୍କୁ ପାଣି ମିଳୁନାହିଁ କିନ୍ତୁ ବଡ ବ୍ୟବସାୟୀଙ୍କ କମ୍ପାନୀକୁ ପାଣି ଦିଆଯାଉଛି । ସେ କହିଛନ୍ତି ଗୁଜରାଟର କୃଷକ କାନ୍ଦୁଛନ୍ତି । ଋଣ ଛାÿଡ କରିବା ଦରକାର । ମୋଦି ଟାଟାର ନାନୋ ପ୍ରକଳ୍ପ ପାଇଁ ୩୩୦୦୦ କୋଟି ଟଙ୍କାର ଲୋନ୍ ଦେଇଥିଲେ । କିନ୍ତୁ କୃଷକଙ୍କ ଋଣ ଛାଡ କଲେନି ।   ଏହାପରେ ରାହୁଲ ବିମୁଦ୍ରୀକରଣ ପ୍ରସଙ୍ଗ ନେଇ ମୋଦିଙ୍କୁ ସମାଲୋଚନା କରିଥିଲେ । ସେ କହିଥିଲେ ଏହାଦ୍ୱାରା ଛୋଟ ବ୍ୟବସାୟୀଙ୍କୁ ଖୁବ୍ କ୍ଷତି ସହିବାକୁ ପଡିଛି ।   ବିଜୟ ମାଲ୍ୟା ଲଣ୍ଡନରେ  ବସିକି ମଜା କରୁଛନ୍ତି । ସେଭଳି ଜିଏସ୍ଟି ଲାଗୁ ହେବା ପୂର୍ବରୁ ଆମେ କହିଥିଲୁ ୧୮ ପ୍ରତିଶତରୁ ଅଧିକ ଯେପରି ଟ୍ୟାକ୍ସ ଲଗେଇବେ ନାହିଁ । କିନ୍ତୁ ଏବେ ଯେଉଁ ସିଏସ୍ଟି ଲାଗୁ କରାଯାଇଛି ତାହା ଦ୍ୱାରା  ପୁଣିଥରେ ଛୋଟ ବ୍ୟବସାୟୀମାନେ ପ୍ରଭାବିତ ହୋଇଛନ୍ତି । କିନ୍ତୁ ଗୁଜରାଟ ନିର୍ବାଚନରେ ବିଜେପିକୁ ଖୁବଶିଘ୍ର କରେଣ୍ଟ ଝଟକା ଲାଗିବାକୁ ଯାଉଛ ବୋଲି ସେ କହିଛନ୍ତି ।


    

Maximum 500 characters