Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

ଜାତୀୟ ଚାମ୍ପିଅନସିପ୍ ଖେଳିବେ ସିନ୍ଧୁ, ସାଇନା, ଶ୍ରୀକାନ୍ତ

Date: Nov 2, 2017    Views: 23


ନାଗପୁର: ଗୁରୁବାରଠୁ ଆରମ୍ଭ ହେଉଛି ଜାତୀୟ ସିନିୟର ବ୍ୟାଡ଼ମିଣ୍ଟନ ଚାମ୍ପିଅନସିପ୍ । ଏଥିରେ ଦେଶର ଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ମହିଳା ଖେଳାଳି ପିଭି. ସିନ୍ଧୁ ଓ ସାଇନା ନେହ୍ୱାଲ ଏବଂ ପୁରୁଷ ତାରକା କାଦମ୍ବି ଶ୍ରୀକାନ୍ତ ପ୍ରମୁଖ ଭାଗ ନେବେ । ଏହି ତିନି ଖେଳାଳି ସିଧାସଳଖ ପ୍ରି-କ୍ୱାର୍ଟରଫାଇନାଲ୍ରୁ ଅଭିଯାନ ଆରମ୍ଭ କରିବେ । ସିନ୍ଧୁ ଓ ସାଇନା ମହିଳା ସିଙ୍ଗଲ୍ସ ଟାଇଟଲ ଦାବିଦାର ରହିଥିବାବେଳେ ପୁରୁଷ ସିଙ୍ଗଲ୍ସରେ ଶ୍ରୀକାନ୍ତ ଟାଇଟଲ ଦାବିଦାର ରହିଛନ୍ତି । ଆନ୍ତର୍ଜାତିକ ବ୍ୟାଡ଼ମିଣ୍ଟନରେ ସିନ୍ଧୁ ଓ ଶ୍ରୀକାନ୍ତ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ଖାସ୍ କରି ଶ୍ରୀକାନ୍ତଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଚଳିତ ସିଜିନରେ ଶ୍ରୀକାନ୍ତ ଶ୍ରେଷ୍ଠ ଫର୍ମରେ ରହିଥିବାବେଳେ ଚାରୋଟି ସୁପର ସିରିଜ୍ ଟାଇଟଲ ଜିତି ଚର୍ଚ୍ଚାରେ ରହିଛନ୍ତି । ସେ ପ୍ରଥମ ଭାରତୀୟ ଖେଳାଳି ଭାବେ ଗୋଟିଏ ସିଜିନରେ ଚାରୋଟି ସୁପର ସିରିଜ୍ ଟାଇଟଲ ଜିତି ଇତିହାସ ରଚିଛନ୍ତି । ଆନ୍ତର୍ଜାତିକ ବ୍ୟାଡ଼ମିଣ୍ଟନରେ ଶ୍ରୀକାନ୍ତ ଦବ୍ଦବାକୁ ନେଇ ଅନେକ ଶ୍ରେଷ୍ଠ ଖେଳାଳି ଚିନ୍ତାରେ ପଡ଼ିଯାଇଛନ୍ତି । ସେହିପରି ଅନ୍ୟ ପୁରୁଷ ଖେଳାଳି ଏଚ୍ଏସ୍. ପ୍ରଣୟ, ଅଜୟ ଜୟରାମ, ବି. ସାଇ ପ୍ରଣୀଥ, ସମୀର ବର୍ମା, ସୌରଭ ବର୍ମା ଓ ପରୁପଲ୍ଲୀ କାଶ୍ୟପ୍ ମଧ୍ୟ ଏହି ପ୍ରତିଯୋଗିତାରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ଜାତୀୟ ଚାମ୍ପିଅନସିପ୍ରେ ୨୯ଟି ରାଜ୍ୟରୁ ୪୦୦ଜଣ ପ୍ରତିଦ୍ୱନ୍ଦ୍ୱୀ ବିଭାଗ ବିଭାଗରେ ଭାଗ ନେବେ । ଏହି ଚାମ୍ପିଅନସିପ୍ ପାଇଁ ୬୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖାଯାଇଛି । ପୁରୁଷ ଓ ମହିଳା ସିଙ୍ଗଲ୍ସ ଟାଇଟଲ ବିଜେତାଙ୍କୁ ୨ ଲକ୍ଷ ଏବଂ ପୁରୁଷ ଡବଲ୍ସ ଓ ମହିଳା ଡବଲ୍ସ ଟାଇଟଲ ବିଜେତାଙ୍କୁ ମଧ୍ୟ ୨ ଲକ୍ଷ ଟଙ୍କାର ଲେଖାଏଁ ପୁରସ୍କୃତ କରାଯିବ ।


    

Maximum 500 characters