Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

କ୍ରିକେଟକୁ ନେହେରାଙ୍କ ଅଲବିଦା

Date: Nov 2, 2017    Views: 27


 ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ବରିଷ୍ଠ ପେସ୍ ବୋଲର ଆଶିଷ ନେହେରାଙ୍କ ୧୮ ବର୍ଷର ଆନ୍ତର୍ଜାତିକ କ୍ରିକେଟ୍ କ୍ୟାରିୟରରେ ପୂର୍ଣ୍ଣଛେଦ ପଡ଼ିଛି । ନୁ୍ୟଜିଲାଣ୍ଡ ବିପକ୍ଷ ପ୍ରଥମ ଟ୍ୱେଣ୍ଟି-୨୦ ମ୍ୟାଚ୍ ଖେଳି ନେହେରା କ୍ରିକେଟ୍ର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେଇଛନ୍ତି । ଏଥିସହ ନେହେରାଙ୍କ ଯୁଗର ଅନ୍ତ ଘଟିଛି । କ୍ୟାରିୟରର ଅନ୍ତିମ ମ୍ୟାଚ୍ରେ ନେହେରା ପ୍ରଭାବୀ ପ୍ରଦର୍ଶନ କରିଥିଲେ । ସେ ଏହି ମ୍ୟାଚ୍ରେ ୪ ଓଭରରେ ୨୯ ରନ୍ ଦେଇଥିଲେ । ନିଜ ଘରୋଇ ଗ୍ରାଉଣ୍ଡ ଫିରୋଜ ଶାହ କୋଟଲାରେ ନେହେରା ବିଦାୟୀ ମ୍ୟାଚ୍ ଖେଳିଥିଲେ । ୩୮ ବର୍ଷିୟ ନେହେରାଙ୍କୁ ଟିମ୍ ଇଣ୍ଡିଆ ଖେଳାଳି ଓ ଘରୋଇ ଦର୍ଶକଙ୍କ ଭରପୂର ସମର୍ଥନ ମିଳିଥିଲା । ଆନ୍ତର୍ଜାତିକ କ୍ରିକେଟ୍ରେ ନେହେରା ୧୭ଟି ଟେଷ୍ଟ ଖେଳି ୪୪ଟି ୱିକେଟ୍ ନେଇଥିବାବେଳେ ୧୨୦ଟି ଦିନିକିଆରୁ ୧୫୭ଟି ୱିକେଟ୍ ଏବଂ ୨୫ଟି ଟ୍ୱେଣ୍ଟି-୨୦ରୁ ୩୪ଟି ୱିକେଟ୍ ନେଇଥିଲେ ।


    

Maximum 500 characters