Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆପଣଙ୍କ ମତ

ମୁଖ୍ୟ ଖବର

ଜାତିପ୍ରେମର ଅନିର୍ବାଣ ଦୀପଶିଖା ମଧୁସୂଦନ

Date: Jun 9, 2015    Views: 814

ଉନବିଂଶ ଶତାବ୍ଦୀର ଶେଷ ଏବଂ ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଓଡ଼ିଆ ଜାତି ଭାଷାଗତ ସୀମା ନିର୍ଦ୍ଧାରଣ କରିବାରେ ଯେଉଁ କେତେଜଣଙ୍କ ନାମ ଆଜି ବି ସ୍ମରଣୀୟ ସେମାନଙ୍କ ମଧ୍ୟରୁ ଉକ୍ରଳ ଗୋ÷ରବ ମଧୁସୂଦନ ଥିଲେ ଅନ୍ୟତମ  । ଗୋଟିଏ ପାଶ୍ୱର୍ରେ ଜାତୀୟ ଚେତନାର ନୂତନ ଉଦ୍‍ବେଳନ ଏବଂ ଅନ୍ୟପାଶ୍ୱର୍ରେ ପ୍ରାଦେଶିକତାର ଚକ୍ରବୁ୍ୟହ ମଧ୍ୟରେ ସମସ୍ତ ଆତ୍ମୀୟତାକୁ ବାନ୍ଧି ରଖିବାର ପ୍ରଗାଢ଼ ପ୍ରୟାସ କରିଥିଲା ବେଳେ ୧୮୪୮ ଏପ୍ରିଲ ୨୮ ତାରିଖ କଟକ ଜିଲ୍ଲା ସତ୍ୟଭାମାପୁରଠାରେ ଜନ୍ମ ନେଇଥିଲେ ମଧୁସୂଦନ  । ପରାଧୀନ ଭାରତବର୍ଷ ନିର୍ଯାତିତ ଓଡ଼ିଆ ଜାତି ଅନ୍ଧାରୀ ମୂଲକରେ ଜୀବନ ବିତାଉଥିଲା ବେଳେ ଜାତି-ପ୍ରେମ- ବହ୍ନିର ମହାଦୀପଟିଏ ହୋଇ ମଧୁସୂଦନ ଆଶାର ଦୀପାଳି ଜାଳିଥିଲେ  । ‘ଉଠରେ ଉଠରେ ଉକ୍ରଳ ସନ୍ତାନ’ ଭିତରେ ଓଡ଼ିଆ ଜାତିର ପ୍ରାଣରେ ନୂଆ ଚେତନାର ରାହା ଆଣିଥିଲେ  । ନିର୍ବେଦ, ନିଷ୍ପ୍ରାଣ, ନିଥର ଓଡ଼ିଆ ଜାତିପ୍ରାଣରେ ନୂଆ ଜୀବନ ସଞ୍ଚାର କରିଥିଲେ  । ବାସ୍ତବରେ ଉକ୍ରଳ ଗୋ÷ରବ ମଧୁସୂଦନ ଓଡ଼ିଆ ଜାତିର ଅନ୍ତରାତ୍ମାରେ ଥିଲେ ଏକ ସ୍ପନ୍ଦନ  । ଉତ୍ସର୍ଗୀକୃତ ଜୀବନର ସେ ଥିଲେ ଏକ ଅନିର୍ବାଣ ମହାଶିଖା  । ମଧୁଝରା କଥା କହି ପ୍ରତ୍ୟେକଟି ଓଡ଼ିଆ ପାଖରେ ଆପଣାର ହୋଇପାରିଥିଲେ  ।

କର୍ମମୟ ଜୀବନର ପ୍ରଥମ ପାଦରେ ୧୮୬୫ ମସିହାରେ ବାଲେଶ୍ୱର ଜିଲ୍ଲା ସ୍କୁଲର ତୃତୀୟ ଶିକ୍ଷକ ରୂପେ  କାର୍ଯ୍ୟଗ୍ରହଣ କରି ଆଦର୍ଶ ଶିକ୍ଷକ ଭାବେ ନିଜକୁ ପରିଚିତ କରାଇ ପାରିଥିଲେ  । ଶିକ୍ଷକତା  ସମୟରେ ତତ୍‍କାଳୀନ ବାଲେଶ୍ୱର କଲେକ୍ଟର ଜନ୍‍ ବୀମ୍‍ସ ଏବଂ କଥା ସମ୍ରାଟ୍‍ ଫକୀରମୋହନଙ୍କ ସହିତ ସଂପର୍କ ସ୍ଥାପନ କରି ଓଡ଼ିଆ ଜାତିର ସାମୁହିକ ବିକାଶ ପାଇଁ ଅନେକ ଗଠନାତ୍ମକ କାର୍ଯ୍ୟ ଗ୍ରହଣ କରିଥିଲେ  । ଆର୍ଥିକ ଅନାଟନ ସହିତ ସାମ୍ନା କରୁଥିବା ମଧୁସୂଦନ ଶିକ୍ଷକତା ତ୍ୟାଗ କରି ବାଲେଶ୍ୱର ରେଜିଷ୍ଟ୍ରେସନ୍‍ ଅଫିସ୍‍ରେ କିରାଣି ପଦରେ ଯୋଗଦାନ କରିଥିଲେ  । ଜନସଂଗ୍ରାମ ଲମ୍ବା ରାସ୍ତାରେ ସେ ସାଜିଥିଲେ ଦୂରନ୍ତ ପଥିକ  । ୧୮୬୬ ମସିହାରେ ସେ କଲିକତା ଯାତ୍ରା କରି ବେଥୁନ୍‍ କଲେଜ୍‍ରୁ ୧୮୬୮ ମସିହାରେ ଏଫ.ଏ, ୧୮୭୦ରେ ବି.ଏ ଏବଂ ୧୮୭୩ରେ ଏମ୍‍.ଏ (ଇଂରାଜୀ) ଭାଷା ସାହିତ୍ୟରେ କୃତିତ୍ୱ ହାସଲ କରିଥିଲେ  । ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରେସିଡେନ୍‍ସି କଲେଜରୁ ବି.ଏଲ୍‍ ଡିଗ୍ରୀ ଧାରଣ କରି ଅନେକ ଗଠନ ମୂଳକ କାର୍ଯ୍ୟରେ ନିଜକୁ ସାମିଲ୍‍ କରିଥିଲେ  । କଲିକତା ଅବସ୍ଥାନ ସମୟରେ ଛାତ୍ରମାନଙ୍କର ସୁବିଧା ନିମିତ୍ତ ଇଂରାଜୀ ଭାଷାରେ ‘ଆଦର୍ଶ ପ୍ରଶ୍ନ’ ଶୀର୍ଷକ ପୁସ୍ତକଟିଏ ରଚନା କରି ୧୮୭୫ ମସିହାରେ ପ୍ରକାଶ କରିଥିଲେ  ।

୧୮୭୩ରୁ ୧୮୭୮ କଲିକତା ହାଇକୋର୍ଟରେ ଓଡ଼ିଆ ଅନୁବାଦକ ଭାବେ କାର୍ଯ୍ୟ କରିବା ପରେ ଖିଦିରପୁର ଗାର୍ଡନ ରିବ୍‍ ହାଇସ୍କୁଲର ପ୍ରଧାନଶିକ୍ଷକ ପଦରେ ନିଯୁକ୍ତି ପାଇଥିଲେ  । ନିରକ୍ଷର ଶ୍ରମିକମାନଙ୍କ ପିଲାଙ୍କ ପାଇଁ ନୈଶ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ  । ସମୟକ୍ରମେ ଖ୍ରୀଷ୍ଟଧର୍ମ ପ୍ରତି ଆକୃଷ୍ଟ ହେବା ଏବଂ ସୋ÷ଦାମିନୀ ନାମ୍ନୀ ବଙ୍ଗୀୟ ତରୁଣୀଙ୍କୁ ବିବାହ କରିବା ଘଟଣାରେ ପିତା ତାଙ୍କୁ ତ୍ୟାଜ୍ୟପୁତ୍ର କରିଥିଲେ  । ତଥାପି ପରିବାରର ପରମ୍ପରାଗତ ଲକ୍ଷ୍ମଣରେଖାକୁ ପାର ହୋଇ ସେ ମଣିଷପଣିଆର ବାର୍ତ୍ତା ପ୍ରଚାର କରିଥିଲେ  ।

ନିଜ ଭିଟାମାଟିର ମୋହକୁ ଏଡ଼ାଇନପାରି ୧୮୮୧ ମସିହାରେ ମଧୁବାବୁ ଓଡ଼ିଆ ପ୍ରତ୍ୟାବର୍ତ୍ତନ କରି କଟକରେ ଓକିଲାତି ଆରମ୍ଭ କରିଥିଲେ  । ବୟସର ଅପରାହ୍ନରେ ଓଡ଼ିଶା ତାଙ୍କ ପାଇଁ ପାଲଟିଥିଲା କର୍ମଭୂମି  । ଏହି ସମୟରେ ସେ ‘ୟଙ୍ଗମେନ୍‍ସ୍‍ ଆସୋସିଏସନ୍‍’ ଗଠନ କରି ଓଡ଼ିଆ ଯୁବକମାନଙ୍କୁ ଗୋଟିଏ ମଞ୍ଚରେ ସମବେତ କରାଇବାର ସଂକଳ୍ପ ନେଇଥିଲେ  ।

ଦେଶ ମିଶ୍ରଣର ଉନ୍ମେଷ କାଳରେ ମଧୁବାବୁ ୟୁରୋପର ରାଜନୈତିକ ବ୍ୟବସ୍ଥା ସଂପର୍କରେ ବିଶେଷ ଅନୁଧ୍ୟାନ କରିଥିଲେ  । ଜର୍ମାନୀ ଲୋକଙ୍କର ‘ବୃହତ୍‍ ଜର୍ମାନୀ ଆନେ୍ଦାଳନ’ ତାଙ୍କ ମନରେ ଗଭୀର ରେଖାପାତ କରିଥିଲା  । ଜର୍ମାନୀର ବିସ୍‍ମାର୍କ, ଇଟାଲିର ଗାରିବାଲ୍‍ଡି ପ୍ରଭୃତିଙ୍କ ଦେଶପ୍ରେମ ତଥା ଉତ୍ସର୍ଗୀକୃତ ଜୀବନର କାହାଣୀ ତାଙ୍କୁ ବିଶେଷ ଭାବେ ପ୍ରଭାବିତ କରିଥିଲା  । ଓଡ଼ିଶାର ଅନ୍ୟତମ ମହାନ୍‍ ବିଭୂତି ପଣ୍ଡିତ ଗୋପବନ୍ଧୁ, କର୍ମବୀର ଗୋ÷ରୀଶଙ୍କର ଏବଂ କାଶୀନାଥ ଦାସଙ୍କ ସହ ମିଶି ୧୮୨୨ରେ ‘ଉକ୍ରଳ ସଭା’ ଗଠନ କରି ଓଡ଼ିଶାର ସରହଦ, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ଆନେ୍ଦାଳନର ପ୍ରଥମ ବିଗୁଲ୍‍ ବଜାଇଥିଲେ  । ମହାଜନମାନଙ୍କର ଅକଥନୀୟ ଅତ୍ୟାଚାରରେ ନିଷ୍ପେସିତ ଗଡ଼ଜାତ ଅଞ୍ଚଳର ଖାତକମାନଙ୍କ ଅଧିକାର ସଂପର୍କରେ ବୈପ୍ଲବିକ ସ୍ୱର ଉଠାଇ ଜମିର ମାଲିକାନା ସ୍ୱତ୍ୱକୁ ଫେରାଇ ଦେଇଥିଲେ ଗରିବ ଚାଷୀମାନଙ୍କୁ  । ଏହି ଘଟଣାର ବିତର୍କରେ ସେ ହୁଏତ ସେଦିନ ବିବଦମାନ ବ୍ୟକ୍ତିର ସମାଲୋଚିତ ହୋଇଥିବେ, ତଥାପି ଜଣେ ସାହସୀ ତଥା ନିର୍ଭୀକ ବ୍ୟକ୍ତିର ପରିଚୟ ଦେଇ ଓଡ଼ିଶାର ସାଧାରଣ ମଣିଷ ପାଖରେ ଆପଣାର ହୋଇପାରିଥିଲେ  ।

ପ୍ରଗତିର ବଡ଼ଦାଣ୍ଡରେ ଗୋଟିଏ ପରେ ଗୋଟିଏ ଶିଡ଼ି ଆରୋହଣ କରି ଚାଲିଥିଲେ ସେ  । ୧୮୮୫ ମସିହାରେ ଜାତୀୟ କଂଗ୍ରେସର ଯୋଗଦାନ କରି ବିଭିନ୍ନ ସମୟରେ ଆୟୋଜିତ ନିଖିଳ ଭାରତ ଜାତୀୟ କଂଗ୍ରେସକୁ ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିଲେ  । ଓଡ଼ିଶାର ଅର୍ଥନୈତିକ ସ୍ୱାତନ୍ତ୍ର୍ୟ ତଥା ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଦାବି କରି ଇଂରେଜ ସରକାରର ଉପନିବେଶବାଦ ଶାସନ ପ୍ରତି କଠୋର ସମାଲୋଚନା କରିଥିଲେ  । ଏହାଛଡ଼ା ୧୮୮୧ ସେପ୍ଟେମ୍ବର ୨୪ ତାରିଖ କଟକର ଭାରତୀୟ ଲିପି ଏକତ୍ରୀକରଣ ସଂପର୍କିତ ଭାଷଣ ପ୍ରସଙ୍ଗ, ୧୮୮୨ରେ ଲର୍ଡ ରିପନ୍‍ଙ୍କ ସ୍ୱାୟତ୍ତଶାସନ ପ୍ରସ୍ତାବ ପ୍ରତି ଦୃଢ ସମର୍ଥନ, ୧୮୮୬ରେ ବ୍ୟବସ୍ଥାପକ ସଭାର ସଂସ୍କାର ଦାବି ଆଦି ମଧୁବାବୁଙ୍କ ସୃଜନାତ୍ମକ ତଥା ଗଠନମୂଳକ ନୀତିର ଗୋଟିଏ ଗୋଟିଏ ପ୍ରମାଣପତ୍ର  ।

ଏତଦ୍‍ଭିନ୍ନ ପୁରୀ ମନ୍ଦିର ସଂପର୍କିତ ମକଦ୍ଧମାରେ ପୁରୀ ରାଜାଙ୍କର ପାରମ୍ପରିକ ଅଧିକାର ସପକ୍ଷରେ ଯୁକ୍ତି ବାଢ଼ି ବ୍ରିଟିଶ୍‍ ସରକାରଙ୍କର ସେ ଦୃଷ୍ଟି ଆକର୍ଷଣ କରିଥିଲେ  । ଫଳତଃ ତକ୍ରାଳୀନ ସରକାର ରାଜାମାତାଙ୍କ ସହ ସନ୍ଧି କରି ଆଂଶିକ ଅଧିକାର ପ୍ରଦାନ କରିଥିଲେ  । କଟକ ଜିଲ୍ଲା ବୋର୍ଡର ଭାଇସ୍‍ ଚେୟାରମ୍ୟାନ ଥିବା ସମୟରେ ଅର୍ଥାତ୍‍ ୧୮୮୭ ମସିହାରେ ପ୍ରାଥମିକ ଶିକ୍ଷାର ପ୍ରସାର ପାଇଁ ବିବିଧ କାର୍ଯ୍ୟକ୍ରମ ହାତକୁ ନେଇଥିଲେ  । ‘ଓଡ଼ିଶା ଗ୍ରାଜୁଏଟ-ଅଣ୍ଡର ଗ୍ରାଜୁଏଟ୍‍’ ସମିତି ଗଠନ କରି ଶିକ୍ଷିତ ତରୁଣ/ତରୁଣୀମାନଙ୍କ ହୃଦୟରେ ଦେଶପ୍ରୀତିର ଦ୍ୟୋତନା ଖେଳାଇଥିଲେ  ।

ସାଂପ୍ରଦାୟକ ସଦ୍‍ଭାବ ନିମିତ୍ତ ହିନ୍ଦୁ-ମୁସଲମାନମାନଙ୍କୁ ନେଇ ‘ଫଏଜ୍‍ଆମ’ ସଭାର ଶୁଭାରମ୍ଭ କରିଥିଲେ  । ଓଡ଼ିଶାର ସାଂସ୍କୃତିକ ପରମ୍ପରାକୁ ନବଜନ୍ମ ଦେବା ଉଦେ୍ଧଶ୍ୟରେ ନାଟ୍ୟଶାଳାର ବିକାଶ ପାଇଁ ଅନେକ ଯୋଜନା ପ୍ରସ୍ତୁତ କରି ସଫଳକାମ ହୋଇଥିଲେ  । ୧୮୯୨ ମସିହାରେ ‘କୁଷ୍ଠାଶ୍ରମ’ ପ୍ରତିଷ୍ଠା କରି କୁଷ୍ଠରୋଗୀଙ୍କ ପ୍ରାଣରେ ଅସ୍ତିତ୍ୱବାଦର ଚେତନା ଜାଗ୍ରତ କରାଇଥିଲେ  । ୧୯୨୧ରୁ  ୧୯୨୩ ମସିହା ପର୍ଯ୍ୟନ୍ତ ଦୁଇ ଦୁଇଥର ପାଇଁ ବିହାର ଓଡ଼ିଶା ମନ୍ତ୍ରୀ ସଭାର ସ୍ୱାୟତ୍ତଶାସନ ବିଭାଗରେ ରହି ଅନେକ ଜନକଲ୍ୟାଣ କାର୍ଯ୍ୟ କରିଥିଲେ  । ମନ୍ତ୍ରୀପଦ ଅଳଙ୍କୃତ କରିବାର ସେ ଥିଲେ ଓଡ଼ିଶାର ପ୍ରଥମ ପୁଅ  । ଜାତିର ଜନକ ମହାତ୍ମାଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଓଡ଼ିଶାରେ ତାଙ୍କରି ଉଦ୍ୟମରେ ‘ଉକ୍ରଳ ଟାନେରୀ’ ନାମକ ଏକ ଜୋତା କାରଖାନା ପ୍ରତିଷ୍ଠା କରିଥିଲେ  । ସୁନାରୂପାର ତାରକସି ଶିଳ୍ପଚାତୁରୀକୁ ଲୋକପି୍ରୟ କରାଇବା ପାଇଁ ତାଙ୍କର ଉଦ୍ୟମ ଆଜି ବି ସ୍ମରଣୀୟ  ।

ମଧୁବାବୁ ସାଲିସ୍‍ ବିହୀନ ସଂଗ୍ରାମମୟ ଜୀବନ ଭାରତର ମାନଚିତ୍ରରେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ସ୍ଥାନ ଦେଇପାରିଥିଲା  । ବିଚ୍ଛିନ୍ନ ଓଡ଼ିଶାର ମିଶ୍ରଣ ପାଇଁ ୧୯୦୩ ମସିହାରେ ‘ଉକ୍ରଳ ସମ୍ମିଳନୀ’ର ପ୍ରାଣ ପ୍ରତିଷ୍ଠାତା ରୂପେ ନିଜକୁ ପରିଚିତ କରାଇ ସାରିଥିଲେ  । ଏହି ସମ୍ମିଳନୀରେ ପଣ୍ଡିତ ଗୋପବନ୍ଧୁ, ନୀଳକଣ୍ଠ ଦାଶ, ଭାଗୀରଥି ପାତ୍ର, ଯଦୁମଣି ମଙ୍ଗରାଜ, ବାବାଜୀ ରାମ ଦାସ ପ୍ରମୁଖ ସକି୍ରୟ ଅଂଶଗ୍ରହଣ କରି ମଧୁବାବୁଙ୍କ ସହ ପାଦକୁ ପାଦ ମିଳାଇଥିଲେ  ।

ଶେଷ ପର୍ବରେ ଏତିକି ମାତ୍ର କୁହାଯାଇପାରେ, ମଧୁବାବୁ ଓଡ଼ିଶାର ଜନମାନସର ଅନିର୍ବାଣ ଦୀପଶିଖାଟିଏ  । ସେହିଁ ଉକ୍ରଳୀୟତାର ମାନ୍ତ୍ରିକ  ।  ସ୍ୱତନ୍ତ୍ର ଉକ୍ରଳ ଗଠନର ଅଗ୍ରସାରଥୀ  । ସେ କେବଳ ଜଣେ ଆଇନ୍‍ ବିଶାରଦ ନୁହଁନ୍ତି, ବରଂ ତାଙ୍କ ଭାଷଣରେ ଫୁଟି ଉଠିଛି ଦୁ୍ୟତି ଓ ଦୀପ୍ତି  । ଜାତୀୟ ଜୀବନ, ନାରୀଶିକ୍ଷା, ଦେଶ ମିଶ୍ରଣ, ଶିଳ୍ପ ବିକାଶ ଏବଂ ଉକ୍ରଳ ସମ୍ମିଳନୀ ବିଭିନ୍ନ କ୍ଷେତ୍ରରେ ତାଙ୍କ ଦ୍ୱାରା ପ୍ରଦର୍ତ୍ତ ସାରଗର୍ଭକ  ଭାଷଣରେ ରହିଛି ଗଭୀର ମନୀଷା  । ଜାତି ପ୍ରେମରେ ଉଦ୍‍ବୁଦ୍ଧ ହୋଇ ସେ ଅନେକ ଜଣାଣ, ଉକ୍ରଳ ସନ୍ତାନ, ସନ୍ତାନର ଉକ୍ତ ଓ ଜାତି ଇତିହାସ ଆଦି କବିତା ରଚନା କରି ସାରସ୍ୱତ ଚେତନାର ପରିଚୟ ଦେଇଥିଲେ  । ‘ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ’ ଗଠନ ହେବା ପୂର୍ବରୁ ୧୯୩୪ ମସିହା ଫେବୃଆରୀ ୪ ତାରିଖର କେଉଁ ଏକ ଘୂର୍ଣ୍ଣିବାତ୍ୟାରେ ନିର୍ବାପିତ  ହୋଇଥିଲା ତାଙ୍କର ଜୀବନ ପ୍ରଦୀପ  । ତାଙ୍କର ତିରୋଧାନରେ ସବୁଠି ଖେଳିଯାଇଥିଲା ଶୋକର ବାର୍ତ୍ତା  । ଓଡ଼ିଶାର ହଜିଯାଇଥିବା ହୃଦ୍‍ ଗୋ÷ରବକୁ ଫେରାଇ ଆଣିଥିବା ଏହି ମହାନ ବ୍ୟକ୍ତିଙ୍କ ବିୟୋଗରେ ଆଜି ଯେଉଁ  ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି, ତା’ର ପୂରଣ ପାଇଁ ଆମେ କ’ଣ ସକ୍ଷମ ? ମନ୍ତ୍ରୀମାନେ ବେତନ ନନେବା ଉଚିତ୍‍ ବୋଲି ସେଦିନ ସ୍ୱର ଉଠାଇଥିବା ଏହି ବ୍ୟକ୍ତିର ସ୍ୱପ୍ନ ସତରେ କ’ଣ ସାକାର ହୋଇଛି  । ସମୂହ ସ୍ୱାର୍ଥକୁ ଆହୁତି ଦେଇ ବ୍ୟକ୍ତିଗତ ସ୍ୱାର୍ଥରେ ମାତାଲ ମଣିଷ ଆମେ ୧୯୩୬ ମସିହା ଏପ୍ରିଲ ୧ ତାରିଖ ଉତ୍ତର କାଳରୁ ଓଡ଼ିଶାର ବିକାଶ ରଥକୁ କେତେଦୂର ଆଗେଇ ନେଇପାରିଛୁ ? ସଂପ୍ରତି ଏହା ପ୍ରତ୍ୟେକ ଉକ୍ରଳୀୟମାନଙ୍କ ପାଇଁ ଆତ୍ମାନୁଶୀଳନର ସନ୍ଦର୍ଭ ହୋଇଛି  । ଆଜି ଓଡ଼ିଶାର ପୁରପଲ୍ଲୀରେ ଉକ୍ରଳ ଗୋ÷ରବଙ୍କର ଜୟନ୍ତୀ ସମାରୋହ ଅନୁଷ୍ଠିତ ହେଉଛି  । ତାଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଅନେକ ନୀତିବାଦର ଲମ୍ବା ଲମ୍ବା ଭାଷଣ ଦେଉଛୁ  । ଏସବୁ ସତ୍ତ୍ୱେ ଆମେ କ’ଣ ମଧୁବାବୁଙ୍କର ଦର୍ଶନ ଓ ବଳିଷ୍ଠ ବ୍ୟକ୍ତିତ୍ୱକୁ ସଠିପ୍‍ ରୂପେ ବିଶ୍ଲେଷଣ କରି ପାରିଛୁ ?

“ତୁମେମାନେ ସମସ୍ତେ ଯୋଦ୍ଧା, ଲଢେଇ କର, କାର୍ଯ୍ୟ ସଫଳ ହେବ” ମଧୁବାବୁଙ୍କର ଏହି ଅଗ୍ନିସ୍ପର୍ଶୀ ଜାତୀୟତାବାଦୀ ବାଣୀରେ ଆମେ କେତେଦୂର ପ୍ରଭାବିତ- ଆତ୍ମସମୀକ୍ଷାର ସମୟ ଆଜି  ।

ଡଃ ରାଧାରଞ୍ଜନ ପଟ୍ଟନାୟକ

ବିଭାଗୀୟ ମୁଖ୍ୟ

(ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ)

ଜେ.ଏନ୍‍.ଭି, ହଦଗଡ଼, କେଉଁଝର


    

Maximum 500 characters