Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆପଣଙ୍କ ମତ

ମୁଖ୍ୟ ଖବର

ସୂଚନାଧିକାର କର୍ମୀମାନଙ୍କୁ ହତ୍ୟା, ଆକ୍ରମଣ ଓ ଆଇନ୍ ବ୍ୟବସ୍ଥା

Date: Jun 9, 2015    Views: 706

ପ୍ରଦୀପ ପ୍ରଧାନ

ଓଡ଼ିଶା ସମେତ ସମଗ୍ର ଦେଶରେ ପ୍ରଶାଶନରେ ସ୍ୱଚ୍ଛତା ଓ ଉତ୍ତରଦାୟତ୍ୱ  ବଜାୟ ରଖିବା ଏବଂ ନାଗରିକଙ୍କୁ ସୂଚନା ପାଇବାର ଅଧିକାର ଦେଇଥିବା ସୂଚନା ଅଧିକାର ଆଇନର କାର୍ଯ୍ୟକାରିତାର ଆଠବର୍ଷ ଅତିକ୍ରାନ୍ତ ହୋଇଯାଇଛି । ସାଧାରଣ ଲୋକଙ୍କ ମ୍ମରେ ଆଇନ୍ର ଲୋକପ୍ରିୟତା ଯଥେଷ୍ଟ ବୃଦ୍ଧି ପାଇଥିଲା ବେଳେ,  ସୂଚନାଧିକାର କର୍ମୀମାନେ ଆଇନ୍କୁ ବ୍ୟବହାର କରି    ସରକାରୀ ବ୍ୟବସ୍ଥା ବା  ଉନ୍ନୟନ ମୂଳକ ଯୋଜନାରେ ·ଲିଥିବା ଦୁର୍ନୀତି ଏବଂ ଅନିୟମିତତାକୁ ଲୋକଲୋଚନକୁ ଆଣିବା, ବେଆଇନ୍ ଜମି ଦଖଲର ପର୍ଦ୍ଧା‘ାଶ, କୌଣସି ଅଭିଯୋଗର ତଦନ୍ତରେ ପୋଲିସ୍ର ନିଷ୍କ୍ରିୟତା,  ପିଡ଼ିଏସ୍ ଚିନି, କିରୋସିନି ଦୁର୍ନୀତି, ଏନ୍ଆରଇଜିଏ କାମରେ ଦୁର୍ନୀତି, ଜାଲ୍ ସାର୍ଟି‘ିକେଟ ଦେଇ ·କିରୀ କରିବା ଇତ୍ୟାଦି ଲୋକଲୋଚନକୁ ଆଣିପାରିଛନ୍ତି ଏବଂ ଦୁର୍ନୀତି ବିରୁଦ୍ଧରେ ଜନମତ ସୃଷ୍ଟି କରିପାରିଛନ୍ତି ।ଏଥିପାଇଁ ଦେଶର ବିଭିନ୍ନ ସ୍ଥାନରେ ସୂଚନାଧିକାର କର୍ମୀ ମାନଙ୍କ ଉପରେ କେଉଁଠାରେ ଆକ୍ରମଣ ହେଉଛି ତ କେଉଁଠି ସେମାନଙ୍କୁ ହତ୍ୟା କରାଯାଉଛି ।     ସମଗ୍ର ଦେଶରେ କେତେ ସୂଚନାଧିକାର କର୍ମୀଙ୍କୁ ହତ୍ୟା କରାଯାଇଛି ବା ଆକ୍ରମଣ ହୋଇଛି, ଏହାର ପରିସଂଖ୍ୟାନ ତଥ୍ୟ କେନ୍ଦ୍ର ସରକାର ବା କୌଣସି ରାଜ୍ୟ ସରକାରଙ୍କ ନିକଟରେ ନାହିଁ ।   ସଂସଦର ବିଭିନ୍ନ ଅଧିବେଶନରେ ମାନ୍ୟବର ସଦସ୍ୟମାନଙ୍କ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଏଥି ସମ୍ପର୍କୀତ କୌଣସି ତଥ୍ୟ ନଥିବା ଏବଂ ଏହା ରାଜ୍ୟ ସରକାରମାନଙ୍କ ବ୍ୟାପାର କହି ସେ‘ଇ ·ଲିଛନ୍ତି । କିନ୍ତୁ ବେସରକାରୀ ସଂସ୍ଥା ଏବଂ ଗଣମା୍ମମ ଦ୍ୱାରା କରାଯାଇଥିବା ସର୍ଭେ ଏବଂ ସଂକଳିତ ତଥ୍ୟ ଅନୁଯାୟୀ, ନଭେମ୍ବର, ୨୦୧୩ ସୁଦ୍ଧା ସମଗ୍ର ଦେଶରେ ହାରାହାରି ୨୫୦ଜଣ ସୂଚନାଧିକାର କର୍ମୀମାନଙ୍କ ଉପରେ ମରଣାତ୍ମକ ଆକ୍ରମଣ, ହତ୍ୟା, ମିଥ୍ୟା ମକଦ୍ଧମା, ଶାରିରୀକ ଓ ମାନସିକ ଯନ୍ତ୍ରଣାର ଶିକାର ହୋଇଛନ୍ତି । ଏଥିମ୍ମରୁ ୩୧ରୁ ଉଦ୍ଧ୍ୱର୍ ସୂଚନାଧିକାର କର୍ମୀଙ୍କୁ ହତ୍ୟା କରାଯାଇଛି । ମହାରାଷ୍ଟ୍ରରେ ସବୁଠାରୁ ଅଧିକ ୮ଜଣ, ଗୁଜୁରାଟ, କର୍ଣ୍ଣାଟକ ଏବଂ ଉତ୍ତର ପ୍ରଦେଶରେ ୩ଜଣ ଲେଖାଏଁ, ରାଜସ୍ଥାନ, ହରିଆଣାରେ ୨ଜଣ ଲେଖାଏଁ ସୂଚନାଧିକାର କର୍ମୀଙ୍କୁ ହତ୍ୟା କରାଯାଇଛି । ନିର୍ଯ୍ୟାତନାର ଶିକାର ହୋଇଥିବା ସୂଚନାଧିକାର କର୍ମୀମାନଙ୍କ ମ୍ମରୁ ୧୮ଜଣ ମହିଳା ଅଛନ୍ତି । ଓଡ଼ିଶାରେ ଆଠ ବର୍ଷ ମ୍ମରେ ହାରାହାରି ୨୩ଜଣ ସୂଚନାଧିକାର କର୍ମୀଙ୍କୁ ମାଡ଼, ହତ୍ୟା ଧମକ, ମିଥ୍ୟା ମକଦ୍ଧମାରେ ଜେଲ୍ ପଠାଇବା, ଧର୍ଷଣ, ଅତ୍ୟା·ରର ଅଭିଯୋଗ ସମ୍ପର୍କୀତ ମିଥ୍ୟା ମକଦ୍ଧମା ହୋଇଛି । ସେହିପରି ରାଜ୍ୟ ସୂଚନା କମିଶନ ନିଜେ ଦୁଇଜଣ ସୂଚନାଧିକାର କର୍ମୀଙ୍କ ବିରୁଦ୍ଧରେ ଭୁବନେଶ୍ୱର କୋର୍ଟରେ ମାନହାନୀ ମକଦ୍ଧମା କରିଛନ୍ତି । ସମଗ୍ର ଦେଶରେ ଆଇନ୍ର ପ୍ରୟୋଗ ଯେତିକି ବଢୁଛି, ସୂଚନାଧିକାର କର୍ମୀଙ୍କ ଉପରେ ଆକ୍ରମଣ ମ୍ମ ବଢିବାରେ ·ଲିଛି ।

 

ଅପରପକ୍ଷରେ, ହତ୍ୟା ଏବଂ ଆକ୍ରମଣର ଶିକାର ହେଉଥିବା ସୂଚନାଧିକାର କର୍ମୀ ବା ସେମାନଙ୍କ ପରିବାର ନ୍ୟାୟ ପାଇଁ ଆଇନ୍ର ଆଶ୍ରୟ ନେଉଛନ୍ତି । କିନ୍ତୁ ପ୍ରଚଳିତ ଆଇନ୍ରୁ ନ୍ୟାୟ ପାଇବା ପାଇଁ ସେମାନେ ଆଇନ୍ଗତ ଯୁଦ୍ଧ ଅବ୍ୟାହତ ରଖିଛନ୍ତି । କିନ୍ତୁ ନ୍ୟାୟ ପାଇପାରି ନାହାଁନ୍ତି । ଏଠାରେ କେତେଗୁଡ଼ିଏ ଉଦାହରଣ ଦିଆଯାଇପାରେ ।

 

ସାଧାରଣତଃ, ଆକ୍ରମଣ ବା ମିଥ୍ୟା ମକଦ୍ଧମା ବା ହତ୍ୟାର ଶିକାର ହୋଇଥିବା ସୂଚନାଧିକାର କର୍ମୀ ବା ସେମାନଙ୍କ ପରିବାର ପୋଲିସ୍ ଥାନାରେ କେସ୍ ଦାୟର କରିବା ବା ମାନବାଧିକାର କମିଶନ ବା ସୂଚନା କମିଶନଙ୍କ ନିକଟରେ ଅଭିଯୋଗ କରିଥାନ୍ତି । ସାଧାରଣତଃ ଏହି ସବୁ କେସ୍କୁ ପଞ୍ଜିକୃତ କରି ତୁରନ୍ତ କରିବାରେ ପୋଲିସ୍ର ଆଗ୍ରହ ପରିଲକ୍ଷିତ ହୋଇନଥାଏ । ତେଣୁ ମାନବାଧିକାର କମିଶନଙ୍କୁ ନ୍ୟାୟ ପାଇଁ ପ୍ରାର୍ଥନା କରିଥାନ୍ତି । କିନ୍ତୁ ସୂଚନାଧିକାର କର୍ମୀମାନେ ମାନବାଧିକାର କମିଶନ ନିକଟରୁ ନ୍ୟାୟ ପାଇବାରେ ସ‘ଳ ହୋଇନାହାଁନ୍ତି । ସେପ୍ଟେମ୍ବର, ୨୦୧୨ରେ କର୍ଣ୍ଣାଟକର ସୂଚନାଧିକାର କର୍ମୀ ଶ୍ରୀ ଲିଙ୍ଗରାଜୁଙ୍କୁ ହତ୍ୟା ସମ୍ପର୍କୀତ ଏକ ଅଭିଯୋଗ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଦାୟର ହୋଇଥିଲା । ଶ୍ରୀ ଲିଙ୍ଗରାଜୁ ସୂଚନା ଆଇନ୍କୁ ବ୍ୟବହାର କରି ବାଙ୍ଗାଲୋର କର୍ପୋରେସନର ଜଣେ ମହିଳା କର୍ପୋରେଟର ଏବଂ ତାଙ୍କ ସ୍ୱାମୀ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ତଥ୍ୟ ପାଇଲା ପରେ ସେମାନଙ୍କ ବିରୁଦ୍ଧରେ କର୍ଣ୍ଣାଟକ ଲୋକାୟୁକ୍ତଙ୍କ ନିକଟରେ କେସ୍ କରିଥିଲେ ଯେଉଁଥି ପାଇଁ ତାଙ୍କୁ ହତ୍ୟା କରାଯାଇଥିଲା । ଉକ୍ତ ଅଭିଯୋଗ ପାଇଲାପରେ କମିଶନ ରାଜ୍ୟ ପୋଲିସ୍ ମହାନିଦେ୍ର୍ଧଶକଙ୍କୁ ତଦନ୍ତ ରିପୋର୍ଟ ମାଗିଥିଲେ । ବାରମ୍ବାର ଚିଠି ଦେଲାପରେ ପୋଲିସ୍ ପୋଲିସ୍ ମହା ନିଦେ୍ର୍ଧଶକ ତାଙ୍କ ରିପୋର୍ଟ ଦେଇଥିଲେ ଯାହାକି କମିଶନଙ୍କର ବିି·ରଧୀନ ଏବେ ବି ରହିଛି । କମିଶନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି । ସେହିପରି େ‘ବୃୟାରୀ, ୨୦୧୨ରେ ଜାତୀୟ ମାନବାଧିକାର କମିଶନ ଅନ୍ୟ ଏକ ସୂଚନାଧିକାର କର୍ମୀଙ୍କର ହତ୍ୟା ସମ୍ପର୍କୀତ ଅଭିଯୋଗ ପାଇଥିଲେ । ଉକ୍ତ ସୂଚନାଧିକାର କର୍ମୀ ମହାରାଷ୍ଟ୍ରର ଭରାର ଅଞ୍ଚାରେ ·ଲିଥିବା ବେଆଇନ୍ ନିର୍ମାଣ କାର୍ଯ୍ୟ ସମ୍ପର୍କୀତ ତଥ୍ୟ ଲୋକଲୋଚନକୁ ଆଣିଥିଲେ । ଏହି ଅଭିଯୋଗ ପାଇଲାପରେ କମିଶନ ଥାନେ ପୋଲିସ୍ କମିଶନରଙ୍କୁ ରିପୋର୍ଟ ମାଗିଥିଲେ । ପୋଲିସ୍ ନିରୀକ୍ଷକଙ୍କଠାରୁ ରିପୋର୍ଟ ପାଇଲାପରେ କମିଶନ ରାଜ୍ୟ କ୍ରାଇମ ବ୍ରାଞ୍ଚକୁ ଏହାର ତଦନ୍ତ ଭାର ଦେବା ପାଇଁ ନିଦେ୍ର୍ଧଶ ଦେଇଥିଲେ । ନିର୍ଦ୍ଧିଷ୍ଟ ସମୟସୀମା ମ୍ମରେ ଉତ୍ତର ନ ମିଳିବାରୁ କମିଶନ ପୁଣିଥରେ ପୋଲିସ୍ ମହା ନିଦେ୍ର୍ଧଶକଙ୍କୁ ରିପୋର୍ଟ ଦେବାକୁ କହିଥିଲେ । ଏହାର କିଛି ଦିନ ପରେ ପୋଲିସ୍ ନିରୀକ୍ଷକ ଉଚ୍ଚ ନ୍ୟାୟାଳୟରେ ଏଥି ସମ୍ପର୍କୀତ ଏକ ରିଟ୍ ପିଟିସନ ବି·ର ପାଇଁ ପଡ଼ିରହିଛି ବୋଲି ଦର୍ଶାଇଥିଲେ । ଏହାପରେ କମିଶନ ପୋଲିସ୍ ମହା ନିଦେ୍ର୍ଧଶକଙ୍କୁ ରିପୋର୍ଟ ମାଗିଥିଲେ ମ୍ମ କୌଣସି ଉତ୍ତର ମିଳିନଥିଲା ।

 

ସେହିପରି ଓଡ଼ିଶାରେ ୨୦୧୦ ମସିହାରେ ମୟୁରଭଞ୍ଜ ଜିଲ୍ଳାର ଠାକୁରମୁଣ୍ଡା ପୋଲିସ୍ ଥାନାକୁ କିଛି ଆଦିବାସୀ ସୂଚନାଧିକାର କର୍ମୀମାନେ ସ୍ୱୟଂ ପ୍ରକଟନୀୟ ସୂଚନା ମାଗିବାକୁ ଯାଇଥିଲେ । ସମ୍ପୃକ୍ତ ଥାନା ଅଧିକାରୀ ସୂଚନା ପ୍ରଦାନ ନ କରି ସେମାନଙ୍କ ଅଶ୍ରବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଘଣ୍ଟା ଘଣ୍ଟା ଧରି ଠିଆକରି ଶାରିରୀକ ଓ ମାନସିକ ଯନ୍ତ୍ରଣା ଦେଇଥିଲେ ଏବଂ ମାଡ଼ ମାରିଥିଲେ । ଲେଖକ ଏହି ଦଳରେ ମ୍ମ ସାମିଲ୍ ଥିଲେ  । ଲେଖକ ପୋଲିସ୍ର ଏହି ବର୍ବୋରଚିତ ବ୍ୟବହାର ବିରୁଦ୍ଧରେ ପୋଲିସ୍ ମହାନିଦେ୍ର୍ଧଶକ ଏବଂ ସୂଚନା କମିଶନଙ୍କୁ ଅଭିଯୋଗ କରିଥିଲେ  । ଉଭୟ ଏହାର ତଦନ୍ତ ନିଦେ୍ର୍ଧଶ ଦେଇଥିଲେ ଏବଂ ପୋଲିସ୍ ଡ଼ି.ଏସ୍.ପି. ଏହାର ତଦନ୍ତ କରିଥିଲେ ମ୍ମ ଉକ୍ତ ପୋଲିସ୍ ଅଧକାରୀଙ୍କ ବିରୁଦ୍ଧରେ  କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ସେହିପରି ୨୦୧୧ ମସିହାରେ ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକର ସୂଚନାଧିକାର କର୍ମୀ ଶ୍ରୀ ଗୋପବନ୍ଧୁ ଛତ୍ରିଆ ତାଙ୍କ ଅଞ୍ଚଳରେ ନିର୍ମିତ ଚେକ୍ ଡ଼୍ୟାମ୍ରେ ହୋଇଥିବା ଦୁର୍ନୀତି ସମ୍ପର୍କୀତ ତଥ୍ୟ ମାଗିବାରୁ, ତାଙ୍କୁ ମିଥ୍ୟା କେସ୍ରେ ‘ସାଇ ଜେଲ୍କୁ ପଠାଇ ଦିଆଯାଇଥିଲା । କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଅଦାଲତ ତାଙ୍କୁ ନିଦେ୍ର୍ଧାଷରେ ଖଲାସ କରିଥିଲେ । ସେହିପରି ବୌଦ୍ଧ ଜିଲ୍ଲାର ସୂଚନାଧିକାର କର୍ମୀ ଶ୍ରୀ ଜୟରାମ ହରପାଲ୍ ମନମୁଣ୍ଡା ବ୍ଲକର ମନୁପାଲି ଗ୍ରାମ ପଞ୍ଚାୟତକୁ ପିଡ଼ିଏସ୍  ସମ୍ପର୍କରେ ସୂଚନା ମାଗିବାରୁ ତାଙ୍କୁ ୨୦.୮.୨୦୧୨ରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏହାପରେ ଶ୍ରୀ ହରପାଲ ପୋଲିସ୍ ଥାନାରେ କେସ୍ ଦାୟର କରିଥିଲେ ମ୍ମ ପୋଲିସ୍ ଲାଞ୍ଚ ଖାଇ ଓଲଟି ହରପାଲଙ୍କୁ ଆରେଷ୍ଟ କରି ଜେଲ୍ ପଠାଇ ଦେଇଥିଲେ । ଏହାପରେ ହରପାଲ୍ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ୧୪.୧୨.୨୦୧୨ରେ ଅଭିଯୋଗ କରିଥିଲେ । କମିଶନ ଉକ୍ତ କେସ୍କୁ ପଞ୍ଜିକୃତ କରି ବୌଦ୍ଧ ଏସ୍ପିଙ୍କ ନିକଟକୁ ତଦନ୍ତ ପାଇଁ ପଠାଇଦେଇ କେସ୍କୁ ବନ୍ଦ କରି ଦେଇଥିଲେ । ଶ୍ରୀ ହରପାଲ ଏପର୍ଯ୍ୟନ୍ତ ନ୍ୟାୟ ପାରିପାରି ନାହାଁନ୍ତି । 

 

ତେଣୁ ଓଡ଼ିଶା ସମତେ ସମଗ୍ର ଦେଶରେ ସୂଚନାଧିକାର କର୍ମୀମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ସ୍ୱତନ୍ତ୍ରଭାବେ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆଇନ୍ଗତ ବ୍ୟବସ୍ଥା ନଥିବା ପରିଲକ୍ଷିତ ହେଉଛି । ସୂଚନାଧିକାର କର୍ମୀମାନେ ସଦା ସର୍ବଦା ମୁଷ୍ଟିମେୟ, ଧନୀ, ପ୍ରଭାବଶାଳୀ ଗୋଷ୍ଠୀ ଏବଂ ଦୁର୍ନୀତିଗ୍ରସ୍ତ ଲୋକଙ୍କ ଜୁଲୁମର ଶିକାର ହେଉଛନ୍ତି । ଦେଶରେ ବିଭିନ୍ନ ସ୍ଥାନରୁ ଜାତୀୟ ମାନାବାଧିକାର କମିଶନଙ୍କୁ ସୂଚନାଧିକାର କର୍ମୀମାନଙ୍କ ଉପରେ ହେଉଥିବା ଆକ୍ରମଣର ତଦନ୍ତ ପାଇଁ ଏକ ଗାଇଡ଼୍ ଲାଇନ୍ ଜାରି କରିବା ପାଇଁ ଅନୁରୋଧ କରାଯାଇଛି । ବିଭିନ୍ନ ଘଟଣାରେ କମିଶନ ନିଜ ତର‘ରୁ କେସ୍ ରୁଜୁକରି ତଦନ୍ତ କରୁଥିବାର ଦେଖିବାକୁ ମିଳୁଛି । ଆମ ରାଜ୍ୟରେ ସୂଚନା କମିଶନ ମ୍ମ ଏହିଭଳି ଅଭିଯୋଗର ତଦନ୍ତ ପାଇଁ ନିଦେ୍ର୍ଧଶ ଦେଉଛନ୍ତି । ମହାରାଷ୍ଟ୍ରରେ ପୋଲିସ୍ ମହାନିଦେ୍ର୍ଧଶକ ସୂଚନାଧିକାର କର୍ମୀମାନଙ୍କ ଉପରେ ହେଉଥିବା ଆକ୍ରମଣ ବା ହତ୍ୟାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ସେଲ୍ ଗଠନ କରିଛନ୍ତି । ସେହିପରି ୨୦୦୪ ମସିହାରେ ଦୁର୍ନୀତିର ତଦନ୍ତ ବିରୁଦ୍ଧରେ ଲଢୁଥିବା ଦୁର୍ନୀତିର ପର୍ଦ୍ଧା‘ାଶ କରୁଥିବା ସାମାଜିକ କର୍ମୀ ବା ବ୍ୟକ୍ତି ବିଶେଷକଙ୍କର ସୁରକ୍ଷା ପ୍ରସଙ୍ଗ ପ୍ରଥମେ ୨୦୦୪ ମସିହାରେ ଉଠିଥିଲା । ଏହି ବର୍ଷ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କର ଇଞ୍ଜିନିୟର ଶ୍ରୀ ସତ୍ୟେନ୍ଦ୍ର ଦୁବେଙ୍କୁ ହତ୍ୟା କରାଯାଇଥିଲା । ଶ୍ରୀ ଦୁବେ ରାଜପଥ ନିର୍ମାଣ କାର୍ଯ୍ୟରେ ହୋଇଥିବା ବ୍ୟାପକ ଦୁର୍ନୀତିର ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦପ୍ତରକୁ ଚିଠି ଲେଖିଥିଲେ । ସେତେବେଳେ ଶ୍ରୀ ଦୁବେଙ୍କ ହତ୍ୟା ସମଗ୍ର ଦେଶରେ ଚହଳ ସୃଷ୍ଟି କରିଥିଲା । ଯାହା‘ଳରେ ସୁପ୍ରମକୋର୍ଟ କେନ୍ଦ୍ର ସରକାରଙ୍କୁ ଦୁର୍ନୀତିର ତଦନ୍ତ ଏବଂ ଅଭିଯୋଗକାରୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ନିଦେ୍ର୍ଧଶ ଦେଇଥିଲେ । କୋର୍ଟଙ୍କ ନିଦେ୍ର୍ଧଶ ଅନୁଯାୟୀ କେନ୍ଦ୍ରୀୟ ଭିଜିଲାନ୍ସ କମିଶନଙ୍କ ନାମ ଗୋପନ ରଖି ତଦନ୍ତ ତଦନ୍ତ କରିବାର ଦାୟିତ୍ୱ ଦିଆଯାଇଥିଲା ।

 

କିନ୍ତୁ ୨୦୦୫ରେ ସୂଚନା ଅଧିକାର ଆଇନ୍ ହେଲାପରେ, ସମଗ୍ର ଦେଶରେ ବହୁ ସୂଚନାଧିକାର କର୍ମୀମାନେ ଆଇନ୍କୁ ବ୍ୟବହାର କରି ବହୁ ବଡ଼ ବଡ଼ ଦୁର୍ନୀତିର ଯଥା    ସରକାରୀ ବାସଗୃହ ଆବଣ୍ଟନରେ ଦୁର୍ନୀତି, ନିଯୁକ୍ତି ପ୍ରକି୍ରୟାରେ ଅନିୟମିତତା, ସରକାରୀ ଜିନିଷପତ୍ର କିଣାରେ ଦୁର୍ନୀତି ଇତ୍ୟାଦି ଲୋକଲୋଚନକୁ ଆଣିବା ଏବଂ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ କରି ଆସୁଛନ୍ତି । ସୂଚନାଧିକାର କର୍ମୀମାନଙ୍କ ଏହି ଦୁଃସାହସିକ କାର୍ଯ୍ୟଯୋଗୁଁ ସେମାନଙ୍କୁ ହତ୍ୟା କରାଯାଇଛି ।   ତେଣୁ ସେମାନଙ୍କୁ ସୁରକ୍ଷା ଦେବାପାଇଁ ବିଭିନ୍ନ ସ୍ତରରେ ଦାବୀ ହେବା ଏବଂ ଗଣମା୍ମମରେ ବିତର୍କ ହେଲାପରେ କେନ୍ଦ୍ର ସରକାର ହୁଇସିଲ୍ ବ୍ଲୋୟର ପ୍ରୋଟେକ୍ସନ ବିଲ୍ ୨୦୧୦ରେ କରିଛନ୍ତି । ଏହା ସଂସଦରେ ଆଗତ ହୋଇ ଦୀର୍ଘ ·ରି ବର୍ଷ ଧରି ପଡ଼ିରହିଛି । ଏପର୍ଯ୍ୟନ୍ତ ଆଇନ୍ରେ ପରିଣତ ହୋଇପାରି ନାହାଁନ୍ତି । ଇତି ମ୍ମରେ ସୂଚନାଧିକାର କର୍ମୀମାନଙ୍କୁ ସୁରକ୍ଷା ଦେବା ପାଇଁ କଲିକତା ଉଚ୍ଚ ନ୍ୟାୟାଳୟ ଏକ ଅଭିନବ ନିଦେ୍ର୍ଧଶନାମା ଦେଇଛନ୍ତି । ନ୍ୟାୟାଳୟ ତାଙ୍କ ନିଦେ୍ର୍ଧଶନାମାରେ ସୂଚନା ପାଇଁ ଆବେଦନ କରୁଥିବା ବ୍ୟକ୍ତିବିଶେଷ ବା ସୂଚନାଧିକାର କର୍ମୀମାନଙ୍କର ପରିଚୟକୁ ଗୋପନ ରଖିବା ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ଅର୍ଥାତ୍ ସୂଚନା ପାଇଁ ଆବେଦନ କଲାବେଳେ ଆବେଦନକାରୀମାନଙ୍କୁ ସେମାନଙ୍କର ପରିଚୟ ପ୍ରମାଣ ପତ୍ର ଦେବାକୁ ପଡ଼ିବ ନାହିଁ । କେବଳ ଯୋଗାଯୋଗ ଠିକଣା ବା ପୋଷ୍ଟ ବକ୍ସ ନମ୍ବର ଦେଲେ ମ୍ମ ଯଥେଷ୍ଟ ହେବ ବୋଲି ଅଦାଲତ ଦର୍ଶାଇଛନ୍ତି । ଏହାକୁ ଆଧାର କରି କେନ୍ଦ୍ର ସରକାରଙ୍କର କର୍ମନିୟୋଗ ଓ ତାଲିମ୍ ବିଭାଗ ସମସ୍ତ ସରକାରୀ ବିଭାଗ ଏବଂ ରାଜ୍ୟ ସରକାରମାନଙ୍କୁ ଜାନୁୟାରୀ ୮, ୨୦୧୪ରେ ଚିଠି ଲେଖି କୋର୍ଟଙ୍କ ନିଦେ୍ର୍ଧଶକୁ କାର୍ଯ୍ୟକାରୀ କରିବା ପାଇଁ ଅନୁରୋଧ କରିଛନ୍ତି । ରାଜ୍ୟରେ ୨୦୦୫ ମସିହାରୁ ଓଡ଼ିଶା ସୂଚନା ଅଧିକାର ଅଭିଯାନ ତର‘ରୁ ଆବେଦନକାରୀଙ୍କ ନାଗରିକତ୍ୱ ପ୍ରମାଣ ପତ୍ର  ଦାଖଲ ବ୍ୟବସ୍ଥା ପ୍ରତ୍ୟାହାର ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବୀ ହୋଇ ଆସୁଥିଲେ ମ୍ମ, ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି । ଏ ସମ୍ପର୍କରେ ଏକ ରିଟ୍ ପିଟିସନ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ବି·ରଧୀନ ଅଛି ।

 

ତେଣୁ ସୂଚନାଧିକାର କର୍ମୀମାନଙ୍କର ପରିଚୟ ଗୋପନ ଏବଂ ସୁରକ୍ଷା ପାଇଁ ଦେଶରେ ହୁଇସିଲ ବ୍ଲୋୟର ପ୍ରୋଟେକ୍ସନ ବିଲ୍, ୨୦୧୦ରେ ଯଥାଶୀଘ୍ର ଆଇନ୍ରେ ପରିଣତ ହେବାର ଆବଶ୍ୟକତା ରହିଛି । ସେହିପରି ଜାତୀୟ ଏବଂ ରାଜ୍ୟ ମାନବାଧିକାର କମିଶନମାନେ ତପôରତାର ସହ ବା ନିଜ ତର‘ରୁ ସୂଚନାଧିକାର କର୍ମୀମାନଙ୍କ ଉପରେ ହେଉଥିବା ଆକ୍ରମଣର ଅଭିଯୋଗ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ । ରାଜ୍ୟ ସରକାର ତୁରନ୍ତ ଓଡ଼ିଶା ସୂଚନାଧିକାର ନିୟମାବଳୀର ସଂଶୋଧନ କରି “ନାଗରିକ୍ୱ ପ୍ରମାଣ ପତ୍ର” ଦାଖଲ ବ୍ୟବସ୍ଥାର ପ୍ରତ୍ୟାହାର କରିବା ଅତ୍ୟନ୍ତ ଜରୁରୀ । ଏହାଦ୍ୱାରା ସୂଚନାଧିକାର କର୍ମୀମାନଙ୍କର ଦୁର୍ନୀତି ବିରୋଧି ଆନେ୍ଦାଳନ ଆହୁରି ଶାଣିତ ହୋଇପାରିବ, ଏଥିରେ ସନେ୍ଦହ ନାହିଁ ।

ଓଡ଼ିଶା ସୂଚନା ଅଧିକାର ଅଭିଯାନ

                                                                                    ମୋ : ୯୯୩୭୮୪୩୪୮୨

 


    

Maximum 500 characters