Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦରିଆପାରି ଖବର

ମୁଖ୍ୟ ଖବର

ଆମେରିକାକୁ ୫ ଟି ହେଲିକପ୍ଟର ଫେରାଇଲା ପାକିସ୍ଥାନ

Date: Nov 1, 2017    Views: 25


ଇସଲାମାବାଦ: ପାକିସ୍ଥାନରେ ରହିଥିବା ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳକୁ ନେଇ ଆମେରିକାର କଡା ନିନ୍ଦା ପରେ ଏବେ ଦୁଇ ଦେଶର ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଛି । ସମୟ ଯେତେ ବଢୁଛି ଦୁଇ ଦେଶର ସମ୍ପର୍କ ଆହୁରି ତିକ୍ତ ହେବାରେ ଲାଗିଛି । ଏବେ ପାକିସ୍ଥାନ ଅଫଗାନିସ୍ଥାନ ସୀମା ତଦାରଖ କରୁଥିବା ୫ ଟି ହେଲିକକ୍ଟର ଆମେରିକାକୁ ଫେରାଇ ଦେଇଛ୍ି । ଏକ ରିପୋର୍ଟ ଅନୁସାରେ ଆମେରିକା ୨୦୦୨ ରେ ପାକିସ୍ଥାନକୁ ୯ ଟି ହେଲିକପ୍ଟର ଦେଇଥିଲା । ତେବେ ଏହି ୯ ଟି ହେଲିକପ୍ଟର ଭିତରୁ ଗତ ୧୫ ତାରିଖରେ ପାକିସ୍ଥାନ ୪ ଟି ହେଲିକପ୍ଟର ଆମେରିକାକ ଫେରସ୍ତ କରିଥିଲ । ବାକି ୫ ଟି ହେଲିକପ୍ଟରରୁ ସୋମବାର ଦିନ ଇସଲାମାବାଦ ଟ୍ରାନ୍ସପୋର୍ଟ ଏୟାର କ୍ରାଫ୍ଟରେ ଲୋଡ କରି ଆମେରିକା ପଠାଯାଇଛି । କୁହାଯାଉଛି ଯେ ଏହି  ହେଲିକପ୍ଟର ଗୁଡିକ ଫେରସ୍ତ କରିବା ପରେ ପାକିସ୍ଥାନର ବହୁ ଅପରେସନ୍ ପ୍ରଭାବିତ ହେବାର ଆଶଙ୍କା ବଢିଯାଇଛି ।


    

Maximum 500 characters