May 27, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆମ ଭାଷା ଆମ ସାହିତ୍ୟ

ମୁଖ୍ୟ ଖବର

    ଯୁଦ୍ଧ ପାଇଁ ଉତ୍ତରକୋରିଆର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

    Share on :
    Date: Nov 1, 2017    Views: 121


    ପୋଙ୍ଗୟାଙ୍ଗ: ସାରା ବିଶ୍ୱରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ ଆତଙ୍କର ନାଁ ହୋଇସାରିଛନ୍ତି । ଯେ କୌଣସି ମୁହୁର୍ତ୍ତରେ ସେ ଯୁଦ୍ଧ ଆରମ୍ଭ କରିଦେଇପାରନ୍ତି । ଉତ୍ତର କୋରିଆର ଜନସାଧାରଣଙ୍କୁ ପରମାଣୁ ଯୁଦ୍ଧ ପାଇଁ ସତର୍କ ରଖାଯିବା ସହ ସୁରକ୍ଷା ଡ୍ରିଲ ମଧ୍ୟ ଆରମ୍ଭ ହୋଇଯାଇଛି ।  କେବଳ ସେତିକି ନୁହେଁ ତୃତୀୟ ବିଶ୍ୱଯୁଦ୍ଧ ଭଳି ବ୍ଲାକଆଉଟ୍ ଏବଂ ଲୋକଙ୍କୁ ତକ୍ରାଳ ଖାଲି କରାଇବା ଡ୍ରିଲ ଚାଲିଛି । ତେବେ ଜିପିଏସ୍୍ ଏବଂ ନାଭିଗେସନ୍ ଯୁଗରେ ଏହା ପୂରଣା ପଦ୍ଧତି ହୋଇଥିବାରୁ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଉତ୍ତର କୋରିଆ  ବଡ  ଧରଣର ସାଇବର ଆକ୍ରମଣ ପାଇଁ ମଧ୍ୟ ନିଜକୁ ପ୍ରସ୍ତୁତ କରୁଛି । ରାଜଧାନୀ ପୋଙ୍ଗୟାଙ୍ଗକୁ ବାଦଦେଇ ଅନ୍ୟ ସମସ୍ତ ସହରାଞ୍ଚଳରେ ଏଭଳି ଡ୍ରିଲ୍ ଦେଖିବାକୁ ମିଳିଛି ।  ଉତ୍ତର କୋରିଆ  ଏଭଳି କରି ଜାପାନ ଓ ଆମେରିକାରେ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଏବଂ ମହାଶକ୍ତିଶାଳୀ ବୋମାବର୍ଷୀ ବିମାନଗୁଡିକ ସମ୍ମୁଖରେ ଉତ୍ତର କୋରିଆ କୌଣସି କୌଶଳ କିମ୍ବା ପ୍ରତିରୋଧ ଅଧିକ ସମୟ ତିଷ୍ଠି ରହିପାରିବ ନାହିଁ ବୋଲି ସାମରିକ ବିଶେଷଜ୍ଞମାନେ କହିଛନ୍ତି ।ଆମେରିକାର ଯୁଦ୍ଧ ବିମାନ ଉତ୍ତର କୋରିଆ ଆକାଶରେ ଉଡିବା ପରେ ଏହାକୁ ଯୁଦ୍ଧର ଆରମ୍ଭ ଭାବରେ ଉତ୍ତର କୋରିଆ ଗ୍ରହଣ କରିଛି । ଉତ୍ତର କୋରିଆର ଉପଦ୍ୱୀପରେ ଆମେରିକାରେ ଯୁଦ୍ଧପୋତ ପଇଁତରା ମାରୁଛି । କେବଳ ଟିକେ ନିଦେ୍ର୍ଧଶ ମିଳିବା ମାତ୍ରେ ଆକ୍ରମଣ ଆରମ୍ଭ ହୋଇଯିବ ବୋଲି ଜଣାପଡିଛି ।

    Maximum 500 characters

    ଆମ ଭାଷା ଆମ ସାହିତ୍ୟ View all

    Find Us on Facebook