Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

ନେହେରାଙ୍କ ବିଦାୟୀ ମ୍ୟାଚ୍

Date: Nov 1, 2017    Views: 31


ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ବରିଷ୍ଠ ପେସ୍ ବୋଲର ଆଶିଷ ନେହେରା ନୁ୍ୟଜିଲାଣ୍ଡ ବିପକ୍ଷ ପ୍ରଥମ ଟ୍ୱେଣ୍ଟି-୨୦ ମ୍ୟାଚ୍ ଖେଳି କ୍ରିକେଟ୍ରୁ ସନ୍ନ୍ୟାସ ନେବେ । ପୂର୍ବରୁ ନେହେରା ଏହି ମ୍ୟାଚ୍ ଖେଳି ସମସ୍ତ ଫର୍ମାଟରୁ ଅବସର ନେବାକୁ ଘୋଷଣା କରିଥିଲେ । ତେଣୁ ନିଜ ବିଦାୟୀ ମ୍ୟାଚ୍କୁ ନେଇ ନେହେରା ଉତ୍ସାହିତ ରହିଛନ୍ତି । ନିଜ ଘରୋଇ ଗ୍ରାଉଣ୍ଡରେ ନେହେରା ବିଦାୟୀ ମ୍ୟାଚ୍ ଖେଳିବେ । ଏହି ମ୍ୟାଚ୍ ସହ ନେହେରାଙ୍କ ୧୮ ବର୍ଷର ଆନ୍ତର୍ଜାତିକ କ୍ରିକେଟ୍ ଯାତ୍ରା ଶେଷ ହେବ । ୩୮ ବର୍ଷିୟ ନେହେରା ପୂର୍ବରୁ ଟେଷ୍ଟ କ୍ରିକେଟ୍ରୁ ଅବସର ନେଇଥିଲେ । ଆହତ ସମସ୍ୟା ତାଙ୍କ କ୍ୟାରିୟରକୁ ପ୍ରଭାବିତ କରିଥିଲା । ତଥାପି ସେ ପ୍ରତ୍ୟାବର୍ତ୍ତନ କରିବା ସହ ଦିନିକିଆ ଓ ଟ୍ୱେଣ୍ଟି-୨୦ରେ କ୍ୟାରିୟରକୁ ଆଗକୁ ନେଇଥିଲେ । ଶେଷରେ ସେ କ୍ୟାରିୟରରେ ପୂର୍ଣ୍ଣଛେଦ ପକାଇବାକୁ ନିଷ୍ପତ୍ତି ନେଇଛନ୍ତି । ଆନ୍ତର୍ଜାତିକ କ୍ରିକେଟ୍ରେ ନେହେରା ୧୭ଟି ଟେଷ୍ଟ ଖେଳି ୪୪ଟି ୱିକେଟ୍ ନେଇଥିବାବେଳେ ୧୨୦ଟି ଦିନିକିଆରୁ ୧୫୭ଟି ୱିକେଟ୍ ଏବଂ ୨୫ଟି ଟ୍ୱେଣ୍ଟି-୨୦ରୁ ୩୪ଟି ୱିକେଟ୍ ନେଇଛନ୍ତି । ବିଦାୟୀ ମ୍ୟାଚ୍ରେ ନେହେରା ଶ୍ରେଷ୍ଠ ପ୍ରଦର୍ଶନ ସହ ବିଦାୟ ନେବାକୁ ଲକ୍ଷ୍ୟ ରଖିଛନ୍ତି ।


    

Maximum 500 characters