Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦରିଆପାରି ଖବର

ମୁଖ୍ୟ ଖବର

ସୁଡ଼ଙ୍ଗ ଧସି ୨୦୦ ମୃତ

Date: Nov 1, 2017    Views: 25


ଟୋକିଓ : ଉତ୍ତର କୋରିଆର ଆଣବିକ ପରୀକ୍ଷା ସ୍ଥଳ ନିକଟରେ ଥିବା ଏକ ସୁଡ଼ଙ୍ଗ ଧସିବାରୁ ଅନୁ୍ୟନ ୨୦୦ ଲୋକଙ୍କର ମୃତୁ୍ୟ ହୋଇଛି ବୋଲି ଜାପାନରେ ଖବର ପ୍ରକାଶ ପାଇଛି । ସେପ୍ଟେମ୍ବର ପ୍ରଥମ ଭାଗରେ ଉତ୍ତର କୋରିଆର ଏକ ଆଣବିକ ପରୀକ୍ଷା ପରେ ପରେ ଏହି ଦୁର୍ଘଟଣା ଘଟିଥିଲା ।
ସେପ୍ଟେମ୍ବର ୩ ତାରିଖରେ ଉତ୍ତର କୋରିଆ ତାହାର ଷଷ୍ଠ ଓ ସର୍ବବୃହତ ଆଣବିକ ବୋମା ପରୀକ୍ଷା କରିଥିଲା । ଏହି ଆଣବିକ ପରୀକ୍ଷା ପରେ ପରେ ପୁଙ୍ଗ୍ୟେ-ରି ନିକଟରେ ସୁଡ଼ଙ୍ଗ ଧସିଥିଲା ବୋଲି ଜାପାନର ଆସାହି ଟିଭିରେ ରିପୋର୍ଟ ପ୍ରସାରିତ ହୋଇଛି । ସୁଡ଼ଙ୍ଗ ଧସିଲା ସମୟରେ ସେଠାରେ ୧୦୦ ଶ୍ରମିକ କାମ କରୁଥିଲେ । ସେମାନେ ସମସ୍ତେ ମୃତୁ୍ୟବରଣ କରିଥିଲେ । ସେମାନଙ୍କୁ ଉଦ୍ଧାର କରାଯାଉଥିବା ସମୟରେ ଆଉ ଥରେ ସୁଡ଼ଙ୍ଗ ଧସିଥିଲା । ସେତେବେଳେ ଆଉ ପ୍ରାୟ ୧୦୦ ଜଣଙ୍କର ମୃତୁ୍ୟ ହୋଇଥିଲା ବୋଲି ରିପୋର୍ଟରେ କୁହାଯାଇଛି ।
ଉତ୍ତର କୋରିଆ ଏକ ପାହାଡ଼ ନିକଟରେ ମାଟିତଳେ ଆଣବିକ ବୋମା ପରୀକ୍ଷା କରୁଛି । ସେହି ସ୍ଥାନରେ ଛଅ ଛଅ ଥର ବୋମା ପରୀକ୍ଷା କରାଗଲାଣି । ଏହା ଫଳରେ ପାହାଡ଼ଟି ସଂପୂର୍ଣ୍ଣ ଧସିଯିବ ବୋଲି ଅନେକ ବିଶେଷଜ୍ଞ ବହୁ ପୂର୍ବରୁ ଚେତାବନୀ ଦେଇଛନ୍ତି । ପାହାଡ଼ ଧସିବା ସହିତ ବାୟୁମଣ୍ଡଳକୁ ଆଣବିକ ତେଜଷ୍କ୍ରିୟ ଲିକ୍ ହେବ ବୋଲି ମଧ୍ୟ କୁହାଯାଇଥିଲା । ୨୦୦୬ ମସିହ ପରଠାରୁ ସେହି ପାହାଡ଼ ନିକଟରେ ଉତ୍ତର କୋରିଆ ଛଅ ଥର ବୋମା ପରୀକ୍ଷା କଲାଣି । ଶେଷ ଥର ବୋମା ପରୀକ୍ଷାର ଦିନକ ପରେ ଉପଗ୍ରହ ମାଧ୍ୟମରେ ଉଠିଥିବା ଫଟୋରୁ ଜଣାଯାଇଛି ଯେ ପାହାଡ଼ର କିଛି ଅଂଶ ଧସିଯାଇଛି । ଏ ସଂପର୍କୀତ କିଛି ଫଟୋ ଏକ ୱେବ ପୋର୍ଟାଲରେ ପ୍ରକାଶ ପାଇଛି ।
ଆମେରିକାର ଭୂତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଅନୁସାରେ ଷଷ୍ଠ ବୋମା ପରୀକ୍ଷା ପରେ ପରେ ସେହି ଅଞ୍ଚଳରେ ୬.୩ ମାତ୍ରାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାର କିଛି ସମୟ ପରେ ୪.୧ ମାତ୍ରାର ଅନ୍ୟ ଏକ କଂପନ ସୃଷ୍ଟି ହୋଇଥିଲା । ଭୂମିତଳେ ପରୀକ୍ଷା କରାଯାଇଥିବା ଏହି ଷଷ୍ଠ ବୋମା ୧୨୦ କିଲୋଟନର ଏକ ଉଦଯାନ ବୋମା ଥିଲା ବୋଲି ଜାପାନ ଆକଳନ କରିଛି । ଏହା ୧୯୪୫ ମସିହାରେ ଜାପାନର ହିରୋସିମାରେ ଆମେରିକା ପକାଇଥିବା ଆଣବିକ ବୋମାଠାରୁ ୮ ଗୁଣ ଅଧିକ ଶକ୍ତିଶାଳୀ ।


    

Maximum 500 characters