Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

ପୌରାଣିକ ଚରିତ୍ରରେ ଆସିବେ ସୋନମ୍ କପୁର

Date: Oct 31, 2017    Views: 17


ମୁମ୍ବାଇ: ବଲିଉଡ୍ର ଲୋକପ୍ରିୟ ନାୟିକା ସୋନମ୍ କପୁର ଏବେ ପ୍ରଥମ ଥର ପାଇଁ ଏକ ପୌରାଣିକ ଚରିତ୍ର ନିଭାଇବାକୁ ପ୍ରସ୍ତୁତ ହେଉଛନ୍ତି  । ଏହା ହେଉଛି ମହାଭାରତର ଦ୍ରୌପଦୀ ଭୂମିକା  । ଏହି ଚରିତ୍ର ସେ ଏକ ସିନେମାରେ ନିଭାଇବେ ଆଉ ଏହି ସିନେମାଟି ନିର୍ମିତ ହେଉଛି ସୋନମ୍ କପୁରଙ୍କ ହୋମ୍ ପ୍ରଡ଼କ୍ସନ ବ୍ୟାନରରେ  । ଏହାର କାହାଣୀ ପ୍ରଖ୍ୟାତ ଲେଖିକା କୃଷ୍ଣା ଉଦୟ ଶଙ୍କରଙ୍କ ରଚିତ ପୁସ୍ତକ ‘ଦ ଆର୍ଯ୍ୟା କ୍ରୋନିକାଲସ୍’ ଉପରେ ଆଧାରିତ  । କୃଷ୍ଣା ଉଦୟ ଶଙ୍କର ବି ଏକଥାକୁ ସ୍ୱୀକାର କରିଛନ୍ତି ଯେ ସୋନମ୍ ତାଙ୍କ ବହିର ରାଇଟସ୍ ନେଇଛନ୍ତି  । ଏବେ ସୋନମ୍ କପୁର ଉକ୍ତ କାହାଣୀର ଚିତ୍ରନାଟ୍ୟ ପ୍ରସ୍ତୁତ କରାଉଛନ୍ତି  । ଏହି ବହିର କଥାବସ୍ତୁକୁ ନେଇ ତିନିଟି ସିନେମା ନିର୍ମାଣ କରିବାର ଯୋଜନା ରଖିଛନ୍ତି ସୋନମ୍ କପୁର  ।


    

Maximum 500 characters