Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

ପୁଣି ଏକ ବାୟୋପିକ୍ରେ ନଜର ଆସିବେ ପ୍ରିୟଙ୍କା

Date: Oct 31, 2017    Views: 37


ମୁମ୍ବାଇ: ପୁଣି ଏକ ବାୟୋପିକ୍ରେ ନଜର ଆସିବେ ପ୍ରିୟଙ୍କା ଚୋପ୍ରା  । ପ୍ରସିଦ୍ଧ ବକ୍ସର ମେରୀ କମ୍ଙ୍କ ବାୟୋପିକରେ ନିଜର ଅଭିନୟର କମାଲ ଦେଖାଇ ସମସ୍ତଙ୍କୁ ଇମ୍ପ୍ରେସ୍ କରିଥିବା ପ୍ରିୟଙ୍କା ଏବେ ସ୍ପୋର୍ଟସ୍ ବାୟୋପିକରେ ଅଭିନୟ କରିବେ  ।
ରିପୋର୍ଟ ଅନୁସାରେ ବର୍ତ୍ତମାନ ପ୍ରସିଦ୍ଧ ଅଲିମ୍ପିକ୍ ଚମ୍ପିୟନ ପି.ଟି.ଉଷାଙ୍କର ବାୟୋପିକ୍ ତିଆରି ହେବାକୁ ଯାଉଛି  । ମେକର୍ସ ପ୍ରିୟଙ୍କା ଚୋପ୍ରାଙ୍କୁ ଏଇ ଫିଲ୍ମରେ ନେବାକୁ ଚାହିଁଛନ୍ତି  । ଶୁଣାଯାଉଛି କି ଏହି ଫିଲ୍ମ ୧୦୦ କୋଟି ବଜେଟ୍ରେ ତିଆରି ହେବ  । ଆହୁରି ମଧ୍ୟ ଖବର ଅଛି କି ‘ବେୱାଚ୍’ ଅଭିନେତ୍ରୀଙ୍କ ଛଡ଼ା ଏହି ଫିଲ୍ମରେ ପ୍ରସିଦ୍ଧ ସଙ୍ଗୀତଜ୍ଞ ଏ.ଆର.ରହମାନଙ୍କ ସହ ବି ସଂପର୍କ କରାଯାଇଛି  । ଏହି ଦୁଇ ସେଲିବ୍ରେଟିଙ୍କ ପକ୍ଷରୁ ଏବେ ସୁଦ୍ଧା କୌରସି ଉତ୍ତର ମିଳିନାହିଁ  ।
ପି.ଟି.ଉଷାଙ୍କର ଏହି ବାୟୋପିକ୍ରେ ନିଦେ୍ର୍ଧଶନା ଦେବେ ରେବତୀ ଏସ.ବର୍ମା  । ଯିଏକି ତାମିଲ ଓ ମାଲୟଲମ୍ ଫିଲ୍ମ ଇଣ୍ଡଷ୍ଟ୍ରୀରେ ବହୁ ହିଟ୍ ଫିଲ୍ମ ଦେଇଛନ୍ତି  । କୁହାଯାଉଛି କି ଏହି ଫିଲ୍ମକୁ ହିନ୍ଦୀ, ଇଂରାଜୀ, ଚାଇନିଜ୍ ଓ ରୁଷିଆନ ଭାଷାରେ ରିଲିଜ୍ କରିବାର ଯୋଜନା ରହିଛି  ।


    

Maximum 500 characters