Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

କପି କରି ଜେଲଗଲେ ଆଇପିଏସ ଅଧିକାରୀ

Date: Oct 31, 2017    Views: 33


ତାମିଲନାଡ଼ୁ: ୟୁପିଏସସି ପରୀକ୍ଷାରେ କପି କରି ଜେଲଗଲେ ଆଇପିଏସ  ଅଧିକାରୀ  ।  ଚେନ୍ନାଇର ଏଗମୋର ପରୀକ୍ଷା କେନ୍ଦ୍ରରେ ୟୁନିୟନ ପବ୍ଲିକ ସର୍ଭିସ କମିଶନର ମେନ ପରୀକ୍ଷାରେ ଜଣେ ତାମିଲନାଡୁ କ୍ୟାଡରର ଟ୍ରେନି ଆଇପିଏସ ଅଧିକାରୀ  କପି କରୁଥିବା ବେଳେ ତାଙ୍କୁ ଧରିଥିଲେ ଇଂଟେଲିଜେନ୍ସି ଅଧିକାରୀ  ।  ସେ ହେଉଛନ୍ତି ସଫୀର କରିମ  । ୟୁପିଏସସି ପରୀକ୍ଷା ଦେଉଥିବା ବେଳେ ମୋବାଇଲ ଫେଶନ ଓ ସ୍ପାଏ କ୍ୟାମେରା ଯୋଗେ କପି କରୁଥିବା ଆଇବି ଅଫିସରମାନେ ଜାଣିପାରି ତାଙ୍କୁ ଘଟଣାସ୍ଥଳରୁ ଧରିବା ସହିତ ସ୍ଥାନୀୟ ପୁଲିସର ଜିମା ଦେଇଛନ୍ତି ।  ପୁଲିସ ସଫୀର କରିମଙ୍କୁ ଗିରଫ କରି କୋର୍ଟ ·ଲାଣ କରିଛି ।
ତଦନ୍ତକାରୀ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ସଫୀର କରିମ ବର୍ତ୍ତମାନ ଟ୍ରେନି ଆଇପିଏସ  ଅଫିସର ଭାବେ ତିରୁନେଲଭେଲି ନାଙ୍ଗନେରି ଠାରେ ଏଏସପି ଭାବେ କାର୍ଯ୍ୟରତ ଅଛନ୍ତିୟୟ । ତେବେ ସେ ଆଇଏଏସ ପାଇଁ ୟୁପିଏସସି ପରୀକ୍ଷା ଦେଉଛନ୍ତି । ଏଥିପାଇଁ ଗତ ସୋମବାର ଦିନ ଏଗମୋର ପ୍ରେସିଡେନ୍ସି ଗାର୍ଲସ ହାଇସ୍କୁଲରେ ପରୀକ୍ଷା ଦେଉଥିଲେ ସଫୀର କରିମ । ମୋବାଇଲ ଫୋନ ଓ ଇୟର ପିସ ସହ ତାଙ୍କ ସାର୍ଟ ବୋତାମରେ ସ୍ପାଏ କ୍ୟାମେରା ରଖିବା ସହିତ ହାଇଦ୍ରାବାଦରେ ରହୁଥିବା ତାଙ୍କ ପତ୍ନୀ ଜୟସି ଜୟଙ୍କ ସହିତ ଯୋଗାଯୋଗ ରଖିଥିଲେ ।  ଜୟସି ଜୟ ତାଙ୍କୁ ଏହି ସେଲଫୋନ ମାଧ୍ୟମରେ ପ୍ରଶ୍ନର ଉତ୍ତର ଡାକୁଥିଲେ । ସଫୀର କରିମ ଆଇ ବି ଅଧିକାରୀଙ୍କ ଦ୍ୱାରା ଧରାପଡ଼ିବା ପରେ ପୁଲିସ ହେପାଜତକୁ ଯାଇଥିଲେ ।  ସଙ୍ଗେ ସଙ୍ଗେ ଚେନାଇ ପୁଲିସ ହାଇଦ୍ରାବାଦ ପୁଲିସ ସହିତ ଯୋଗାଯୋଗ କରି ହାଇଦ୍ରାବାଦର ଅଶୋକନଗର କ୍ରସରୋଡରେ ଥିବା ଇନଷ୍ଟିଚ୍ୟୁଟ ଫର ସିଭିଲ ସର୍ଭିସ ନାମକ ଏକ ସଂସ୍ଥାରେ ଅଧ୍ୟାପିକା ଥିବା ଜୟସି ଜୟଙ୍କୁ ମଧ୍ୟ ଗିରଫ କରିଛି ।


    

Maximum 500 characters