Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

ଅମିତ ଶାହା ଜଣେ ଗୁଣ୍ଡା ଓ କ୍ରିମିନାଲ: ଦେବାଶିଷ

Date: Oct 31, 2017    Views: 36


ଭୁବନେଶ୍ୱର: ଲକ୍ଷ୍ମୀଦତ୍ତ ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ କୃଷ୍ଣଚନ୍ଦ୍ର ନାୟକ ଓ ଦୁର୍ଯେ୍ୟାଧନ ରେ‡ୀଙ୍କୁ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଡେରାଡୁନ୍ ଫେରାର କରାଇଥିବା ନେଇ ଅଭିଯୋଗ ଆସିବା ପରେ ରାଜନୀତି ଜୋର ଧରିଛି । ତାଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରିଛି ବିଜେଡି । ଆଜି ବିଜେଡି ପକ୍ଷରୁ ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ ଆଇଜିଙ୍କ ଅଫିସ୍ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।  ଏହା ସହିତ ଗୋଲକଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।
ଅନ୍ୟପକ୍ଷରେ ବିଜେଡି ବିଧାୟକ ତଥା ମୁଖପାତ୍ର ଦେବାଶିଷ ସାମନ୍ତରା ।  ଆଜି ସିଧାସଳଖ ଗୋଲକଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି,ଗଣମାଧ୍ୟମରେ ଗୋଲକ ଅଭିଯୁକ୍ତମାନଙ୍କ ସହିତ କଥା ହୋଇଥିବା ସ୍ୱୀକାର କରିଛନ୍ତି । ଉତ୍ତରାଖଣ୍ଡରେ ଅଭିଯୁକ୍ତମାନେ ଯେଉଁ ରୁମେରେ ରହୁଥିଲେ ସେ ନେଇ ପ୍ରତାପ ଦେବ ଯେଉଁ ପ୍ରଶ୍ନ କରିଥିଲେ ତାହାକୁ ଗୋଲକ ମହାପାତ୍ର ଖଣ୍ଡନ କରି ନାହାନ୍ତି । ବିଜେପି ଏସବୁ ନିଜେ କରାଇ ବିଜେଡି ଉପରେ ଦୋଷ ଲଦିବାକୁ ·ହୁଁଛି ।
ଦେବାଶିଷ ବିଜେପି ରାଷ୍ଟ୍ରୀୟ ଅଧ୍ୟ ଅମିତ ଶାହାଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି । ସେ କହିଛନ୍ତି,ତାଙ୍କ ନେତା ଅମିତ ଶାହା ତ ନିଜେ ଜଣେ ଗୁଣ୍ଡା ଓ କ୍ରିମିନାଲ । ତାଙ୍କଠାରୁ ଆଉ ଅଧିକ କ’ଣ ଆଶା କରିବା ।


    

Maximum 500 characters