Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆମ ଭାଷା ଆମ ସାହିତ୍ୟ

ମୁଖ୍ୟ ଖବର

    ପତ୍ନୀଙ୍କ ସହ କସ୍ମେଟିକ୍ ଫାର୍ମ ବୁଲିଲେ କିମ୍ ଜୋଙ୍ଗ ଉନ୍

    Share on :
    Date: Oct 31, 2017    Views: 155


    ନୂଆଦିଲ୍ଲୀ: ଆମେରିକା ଏବଂ ସାରା ବିଶ୍ୱ ପାଇଁ ଆତଙ୍କ ସୃଷ୍ଟି କରିଥିବା ଉତ୍ତର କୋରିଆର ଏକଛତ୍ରବାଦୀ ନେତା କିମ୍ ଜୋଙ୍ଗ ଉନ୍ ସମୟ କାଢି ପିୟୋଙ୍ଗ୍ୟାଗଠାରେ ଏକ ପ୍ରସାଧନ ସାମଗ୍ରୀ କାରଖାନା ପରିଦର୍ଶନ କରିଛନ୍ତି ।  କିମ୍ ତାଙ୍କର  ପତ୍ନୀ ଜି-ସୋଲ ଜୁଙ୍କ ସହ ନିକଟରେ ତିଆରି କରାଯାଇଥିବା କାରଖାନା ବୁଲିଥିବା କଥା ଜଣାପଡିଛି । ସବୁବେଳେ ଗଣମାଧ୍ୟମ ଠାରୁ ଦୂରତ୍ୱ ରଖିଥିବା କିମଙ୍କ ପତ୍ନୀଙ୍କୁ ଏହି ସମୟରେ ଦେଖିବାକୁ ମିଳିଥିଲା । ୧୪ ବର୍ଷ ତଳେ ଏଭଳି ଠିକ୍ ତାଙ୍କର ବାପା କିମ ଜୋଙ୍ଗ-ଇଲ୍ ମଧ୍ୟ ଏହି କାରଖାନା ପରିଦର୍ଶନ କରିଥିଲେ । ଏଠାରେ ଉଲ୍ଲେଖନୀୟ ପରମାଣୁ ପରୀକ୍ଷଣକୁ ନେଇ ଆମେରିକା ଓ ଉତ୍ତର କୋରିଆ ଭିତରେ ବିବାଦ ଲାଗି ରହିଛି । ଆମେରିକାର ଅର୍ଥ  ବିଭାଗର ମାନବାଧିକାରର ଦୂରୁପଯୋଗ କରାଯାଉଥିବାନେଇ  ଗତ ଗୁରୁବାର ଉତ୍ତର କୋରିଆର ୩ ଟି କମ୍ପାନୀ ଓ ୭ ଜଣ ଲୋକଙ୍କ ଉପରେ କଟକଣା ଜାରି କରିଛି । ସେମାନଙ୍କ ଭିତରେ ଉତ୍ତର କୋରିଆର ସେନା ଅଧିକାରୀ ରହିଛନ୍ତି  ।

    Maximum 500 characters

    ଆମ ଭାଷା ଆମ ସାହିତ୍ୟ View all

    Find Us on Facebook