Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଲକ୍ଷ୍ମୀଦତ୍ତ ହତ୍ୟା ଘଟଣାରେ ବିଜେଡିର ପ୍ରଶ୍ନ: ଅଭିଯୁକ୍ତ ପାଇଁ ଉତ୍ତରାଖଣ୍ଡରେ କିଏ ବୁକ୍ କରିଥିଲା ଗେଷ୍ଟହାଉସ୍

    Share on :
    Date: Oct 31, 2017    Views: 119


    ଭୁବନେଶ୍ୱର: ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଘଟଣା ଘଟିବା ପୂର୍ବରୁ ବା ଘଟଣା ଘଟିବା ଦିନ କିମ୍ବା ଘଟଣା ଘଟିବା ପରେ ସହ ଗୋଲକବାବୁ ଯୋଗାଯୋଗରେ ଥିଲେ କି? ଅଭିଯୁକ୍ତମାନେ ବ୍ରହ୍ମପୁରରୁ ଉତ୍ତରାଖଣ୍ଡ କିପରି ଗଲେ? ଉତ୍ତରାଖଣ୍ଡ ସରକାରୀ ଗେଷ୍ଟ ହାଉସ୍‍ର ୨୦୪ ନମ୍ବର ରୁମ୍‍ ବୁକ୍‍ କିଏ କରିଥିଲା ବୋଲି ବିଜେଡ଼ି ପ୍ରଶ୍ନ କରିଛି  ।
    ବିଜେଡ଼ି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ସାଂସଦ ପ୍ରତାପ ଦେବ କହିଲେ ଯେ, କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାର ରହସ୍ୟ ଏବେ ପଦାକୁ ଆସୁଛି । ପୂର୍ବରୁ ଯେଉଁ ସନେ୍ଦହ କରାଯାଉଥିଲା, ଏ ହତ୍ୟା ପଛରେ ବିଜେପିର ହାତ ଅଛି ତାହା ଏବେ ସ୍ପଷ୍ଟ ହେବାରେ ଲାଗିଛି । ଲକ୍ଷ୍ମୀଦତ୍ତଙ୍କ ହତ୍ୟାକାଣ୍ଡରେ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ଥିବା ଦୁଇଜଣ ଅଭିଯୁକ୍ତ ପୋଲିସକୁ ବିସ୍ଫୋରକ ବୟାନ ଦେଇଛନ୍ତି । ସେମାନଙ୍କୁ ବିଜେପି ନେତା ଗୋଲକ ମହାପାତ୍ର ଫେରାର କରାଇବାରେ ସାହାଯ୍ୟ କରିବା ସହିତ ଉତ୍ତରାଖଣ୍ଡର ଡେରାଡୁନରେ ଲୁଚାଇ ରଖିଥିବା ଅଭିଯୁକ୍ତ ଦ୍ୱୟ କହିଛନ୍ତି ବୋଲି ଶ୍ରୀ ଦେବ କହିଛନ୍ତି  ।
    ଶ୍ରୀ ଦେବ କହିଛନ୍ତି ଯେ, ଯେହେତୁ ଗୋଲକ ମହାପାତ୍ର ଗଞ୍ଜାମ ଜିଲ୍ଲା ପ୍ରଭାରୀ, ତେଣୁ ତାଙ୍କ ସହ ଅନେକ ଲୋକ ଯୋଗାଯୋଗରେ ଥାଇପାରନ୍ତି । ଏଠାରେ ପ୍ରଶ୍ନ ଉଠୁଛି,  କୌଣସି ସାଧାରଣ ଲୋକ ସରକାରୀ ଗେଷ୍ଟ ହାଉସ୍‍ ବୁକ୍‍ କରିବା ସମ୍ଭବ ନୁହେଁ । ପ୍ରଶାସନିକ ଅଧିକାରୀ, ପୂର୍ବତନ କିମ୍ବା ବର୍ତ୍ତମାନର ଜଣେ ରାଜନୈତିକ ବ୍ୟକ୍ତିଙ୍କ ଦ୍ୱାରା ରୁମ୍‍ ବୁକ୍‍ କରାଯାଇଥାଏ । ତେଣୁ ଓଡ଼ିଶାର କେହି ପ୍ରଭାବଶାଳୀ ବିଜେପି ନେତା ଉତ୍ତରାଖଣ୍ଡ ସରକାରଙ୍କ ସହ ଯୋଗାଯୋଗ କରି ସେଠାକାର ସରକାରୀ ଗେଷ୍ଟ ହାଉସ୍‍ରେ ରୁମ୍‍ ବୁକ୍‍ କରିନଥିଲେ ତ ବୋଲି ଶ୍ରୀ ଦେବ ପ୍ରଶ୍ନ କରିଛନ୍ତି  । ଉତ୍ତରାଖଣ୍ଡରେ ବର୍ତ୍ତମାନ ବିଜେପି ସରକାରରେ ଅଛି । ବିନା ନିଆଁରେ ଧୂଆଁ ବାହାରେନି । ଅଭିଯୁକ୍ତ ଦ୍ୱୟ ଡେରାଡୁନ୍‍ରେ ରହି ଓଡ଼ିଶା ବିଜେପି ନେତାଙ୍କ ସହ ଯୋଗାଯୋଗରେ ଥିଲେ ବୋଲି ଏହା ପ୍ରମାଣିତ କରୁନାହିଁ କି ପରୋକ୍ଷରେ ଏହି ଘଟଣାରେ ବିଜେପି ନେତାଙ୍କ ସଂପୃକ୍ତ ରହିଛି ବୋଲି ଶ୍ରୀ ଦେବ କହିଛନ୍ତି  ।
    ଶ୍ରୀ ଦେବ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ତଦନ୍ତ ଆରମ୍ଭ ହୋଇନାହିଁ । ଅଭିଯୁକ୍ତ ଯେଉଁମାନେ ସେମାନେ ରିମାଣ୍ଡରେ ଯିବେ । ଜେରା ସମୟରେ ଅଭିଯୁକ୍ତ ଯାହା ନାଁ ନେବ ତାକୁ ପୋଲିସ ଡାକିବ । ବର୍ତ୍ତମାନ ସୁଦ୍ଧା ପୋଲିସ ଗୋଲକ ମହାପାତ୍ରଙ୍କୁ ଡାକିନାହିଁ, ତେବେ ପୂର୍ବରୁ ଗୋଲକ କାହିଁକି କହୁଛନ୍ତି ଆମେ କରିନାହୁଁ? ‘ନଈ ନଦେଖୁଣୁ....’ ଏସ୍‍ପି ଷଡ଼ଯନ୍ତ୍ରରେ ମିଶିଗଲେ, ବୋଲି ଗଣମାଧ୍ୟମରେ ପ୍ରଳାପ କରୁଛନ୍ତି କାହିଁକି? ଏସ୍‍ପିଙ୍କୁ ଟାର୍ଗେଟ୍‍ କରିବା କ’ଣ ଦରକାର? ଯଦି ଗୋଲକବାବୁ ନିଦେ୍ର୍ଧାଷ, ତେବେ ତଦନ୍ତ ସହଯୋଗ କରନ୍ତୁ, ଏତେ ଭୟ କାହିଁକି ଓ ଗଣମାଧ୍ୟମରେ ଏତେ ବୟାନବାଜୀ କାହିଁକି? ବୋଲି ଶ୍ରୀ ଦେବ ପ୍ରଶ୍ନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ଅନ୍ୟତମ ମୁଖପାତ୍ର ସସ୍ମିତ ପାତ୍ର, ରାଜ୍ୟ ସଂପାଦକ ବିଜୟ ନାୟକ ଉପସ୍ଥିତ ଥିଲେ ।

     

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook