Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପି

Date: Oct 31, 2017    Views: 23


ଭୁବନେଶ୍ୱର : ଗଂଜାମ ଏସପି ଆଶୀଷ ସିଂହ ଦେଶର ସମସ୍ତ ନିୟମ କାନୁନ ଓ ସର୍ବ ଭାରତୀୟ ସର୍ଭିସ କୋଡକୁ ଉଲ୍ଲଂଘନ କରି ଗଂଜାମର ଆଇନ ଶୃଙ୍ଖଳାକୁ ବିପର୍ଯ୍ୟସ୍ତ କରୁଥିବାରୁ ତାଙ୍କର ଦେଢ ବର୍ଷ ଦାୟିତ୍ୱ କାଳରେ  ଘଟିଥିବା ସବୁ ହତ୍ୟାକାଣ୍ଡର ତଦନ୍ତ ସିବିଆଇକୁ  ହସ୍ତାନ୍ତର କରିବା ପାଇଁ ବିଜେପି ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଛି  । ଏହି ମର୍ମରେ ବିଜେପି ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି  ।  ରାଜ୍ୟପାଳଙ୍କୁ ଦିଆଯାଇଥିବା ସ୍ମାରକପତ୍ର ସଂପର୍କରେ ସୂଚନା ଦେଇ ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ କହିଲେ ଯେ,  ଦେଶର ଫୌଜଦାରୀ ଇତିହାସରେ ବିରଳ ତଦନ୍ତ ପ୍ରକ୍ରିୟା ଚାଲିଥିବା ବେଳେ ଅଭିଯୁକ୍ତଙ୍କୁ ଗଣମାଧ୍ୟମ ଆଗରେ ବୟାନ କରାଯାଇ ତାର ବ୍ୟାଖ୍ୟା କରାଯାଇଛି । ନିୟମ କାନୁନକୁ ଭାଙ୍ଗି ଏସପି ଆଶୀଷ ସିଂହ ପେନ୍ ଡ୍ରାଇଭରେ ଅଭିଯୁକ୍ତଙ୍କ ଭିଡିଓ ଫୁଟେଜକୁ ବାଂଟିଛନ୍ତି । ଏହାର ମୂଳ ଉଦେ୍ଧଶ୍ୟ ସର୍ଭିସ କୋଡକୁ ଭାଙ୍ଗି ରାଜନୈତିକ ଉଦେ୍ଧଶ୍ୟ ରଖି ବିଜେପି ନେତାଙ୍କୁ ମିଥ୍ୟା ତଥ୍ୟ ଆଧାରରେ ଫସାଇବା ବୋଲି ସେ କହିଛନ୍ତି ।  
ସେହିପରି କଲ ରେକର୍ଡ ମାମଲାରେ ବିଜେପି ନେତା  ଗୋଲକ ମହାପାତ୍ରଙ୍କ ସଂପୃକ୍ତିକୁ ପ୍ରମାଣ କରିବା ପାଇଁ ଯୋଜନାବଦ୍ଧ ଭାବରେ ନିୟମ ବିରୁଦ୍ଧରେ ଏସପିଙ୍କ ଦ୍ୱାରା ବଂଟା ଯାଇଛି । ଶ୍ରୀ ଆଚାର୍ଯ୍ୟ  ପ୍ରଶ୍ନ  କରିଛନ୍ତିି ଯେ ଦିଗପହଣ୍ଡି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ଦୁର୍ଦାନ୍ତ ଅପରାଧୀ ସଂଜୟ ପାଣିଗ୍ରାହୀଙ୍କ ସହ ଜିଲ୍ଲାର ମନ୍ତ୍ରୀ ଓ ବିଧାୟକଙ୍କ ସହ କଥାବାର୍ତାର କଲ ରେକର୍ଡ ସାର୍ବଜନୀନ କରିବାକୁ କାହିଁକି ଉଚିତ ମନେ କଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି?
ଯଦି ଏସପି ରାଜନୈତିକ ଦୃଷ୍ଟିରୁ ପକ୍ଷପାତୀ ଅଛନ୍ତି ତାଙ୍କ ନେତୃତ୍ୱରେ  ଉପଯୁକ୍ତ ତଦନ୍ତ ଓ ନ୍ୟାୟ ମିଳିବା ଅସମ୍ଭବ । ଏସପି ଆଶୀଷ ସିଂହଙ୍କ ରାଜନୈତିକ ପୃଷ୍ଠପୋଷକତା ସମ୍ବନ୍ଧରେ ମତ ଦେଇ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ତାଙ୍କୁ ରାଜନୈତିକ ଅସ୍ତ୍ର ଭାବେ  ବ୍ୟବହାର କରିବା ପାଇଁ ବ୍ରହ୍ମପୁର ଓ ଗଂଜାମ ଦୁଇଟି ପୋଲିସ ଜିଲ୍ଲାର  ଦାୟିତ୍ୱ ଦିଆ ଯାଇଛି ବୋଲି ସେ କହିଥିଲେ ।  ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି ଓ ସୁକେସୀ ଓରାମ, ବିଧାୟକ ପ୍ରଦୀପ ପୁରୋହିତ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଓ ଲେଖାଶ୍ରୀ ସାମନ୍ତସିଂହାର, ମୁଖପାତ୍ର ସଜ୍ଜନ ଶର୍ମା ଓ ଗୋଲକ ପ୍ରସାଦ ମହାପାତ୍ର, ବିଜେପି ନେତା ଆଡଭୋକେଟ ପିତାମ୍ବର ଆଚାର୍ଯ୍ୟ ମାନ୍ୟବର ରାଜ୍ୟପାଳଙ୍କୁ ଭେଟି ଏ ସଂପର୍କରେ ଆଲୋଚନା କରିଥିବାବେଳେ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅଲୋଚନା ସଂପର୍କରେ ଅବଗତ କରାଇଥିଲେ ।

 


    

Maximum 500 characters