Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

ଆଦିବାସୀ ବିଦ୍ୟାଳୟ ପାଇଁ ନୂଆ ଗାଇଡ୍ ଲାଇନ୍

Date: Oct 31, 2017    Views: 22

 

ଭୁବନେଶ୍ୱର: ଆଦିବାସୀ ବିଦ୍ୟାଳୟ ହଷ୍ଟେଲ ଗୁଡ଼ିକରେ ପିଲାଙ୍କ ଅଧିକା ସୁବିଧା ସୁଯୋଗ ଯୋଗାଇ ଦେବା ଲକ୍ଷ୍ୟରେ ସରକାର ପଦକ୍ଷେପ ନେଇଛନ୍ତି  । ଏଣିକି ନିୟମିତ ଭାବେ ଅଭିଭାବକ-ଶିକ୍ଷକ ବୈଠକ ବସିବ  । ତେଣେ ପିଲାଙ୍କ ସୁରକ୍ଷା ପାଇଁ କ୍ୟାମ୍ପସ୍ ଗୁଡ଼ିକରେ ସିସି ଟିଭି ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି  । ଏଥିପାଇଁ ଏସଟି ଏସସି ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଜିଲାପାଳମାନଙ୍କୁ ନିଦେ୍ର୍ଧଶନାମା ଜାରି କରାଯାଇଛି  ।
ରାଜ୍ୟରେ ଏସଟି ଏସ୍ସି ଆବାସିକ ସ୍କୁଲରେ ନିୟମିତ ଭାବେ ଅଭିଭାବକ-ଶିକ୍ଷକ ବୈଠକ କରିବା ପାଇଁ ନିଦେ୍ର୍ଧଶ ଦିଆଯାଇଛି  । ଏହି ଆବାସିକ ବିଦ୍ୟାଳୟର ସ୍ୱଚ୍ଛତା ତଥା ପ୍ରଶାସନିକ ପରିଚାଳନା ନିମନ୍ତେ ପିତାମାତା, ଶିକ୍ଷକ ତଥା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନିୟମିତ ମତ ବିନିମୟ ହେବା ଆବଶ୍ୟକ  । ଏହାଦ୍ୱାରା ଅଭିଭାବକ ଓ ଶିକ୍ଷକ ସରକାରଙ୍କ ବିଭିନ୍ନ ଯୋଜନାର ଅଧିକ ସୁଯୋଗ ନେଇପାରିବେ  । ଏହି ସର୍କୁଲାରରେ ପ୍ରତି ଦୁଇ ମାସରେ ମାସର ଶେଷ ଶନିବାର ଦିନ ଏହି ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟରେ ଅଭିଭାବକ-ଶିକ୍ଷକ ବୈଠକ କରିବା ନିମନ୍ତେ ସମସ୍ତ ଜିଲାକୁ ନିଦେ୍ର୍ଧଶ ଦିଆଯାଇଛି  । ଏହି ବୈଠକରେ ମୁଖ୍ୟତଃ ସ୍ଥାନୀୟ ବିଧାୟକ, ବିଦ୍ୟାଳୟ ପରିଚାଳନା କମିଟିର ପ୍ରତିନିଧି, ଶିକ୍ଷକ ବୃନ୍ଦ, ବରିଷ୍ଠ ଛାତ୍ର ପ୍ରତିନିଧି ତଥା ବିଭାଗୀୟ କ୍ଷେତ୍ର ଅଧିକାରୀମାନେ ଉପସ୍ଥିତ ରହି ବୈଠକରେ ଅଂଶଗ୍ରହଣ କରିବେ  । ଅଧିକ ସମନ୍ୱୟ ରଖିବା ଲକ୍ଷ୍ୟରେ ଏହି ବୈଠକ କରାଯିବ  । ଏସଟି ଏସସି ବିଦ୍ୟାଳୟ ଓ ହଷ୍ଟେଲ ଗୁଡ଼ିକରେ ପଢ଼ୁଥିବା ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି  କ୍ୟାମ୍ପସ୍ରେ ସିସି ଟିଭି ଲଗାଯିବ  ।
ଏଠାରେ ସୂଚେଇ ଦିଆଯାଇପାରେ ଯେ, ଛାତ୍ରଛାତ୍ରୀମାନଙ୍କର ସାମୂହିକ, ଶୈକ୍ଷିକ ବିକାଶ ନିମନ୍ତେ ଅଭିଭାବକ ତଥା ଗୋଷ୍ଠୀର ଭୂମିକାକୁ ଗୁରୁତ୍ୱ ଦିଆଯାଇଛି  । ରାଜ୍ୟରେ ଏସଟି ଏସସି ଉନ୍ନୟନ ବିଭାଗ ଦ୍ୱାରା ରାଜ୍ୟରେ ୧୬୭୦ଟି ଆବାସିକ ବିଦ୍ୟାଳୟରେ ପ୍ରାୟ ୫.୦୪ ଲକ୍ଷ ଛାତ୍ରଛାତ୍ରୀ ମାଗଣାରେ ଶିିକ୍ଷା ଯୋଗାଇ ଦିଆଯାଉଛି  । ଶିକ୍ଷାର ବିକାଶ ବ୍ୟତୀତ ପିଲାମାନଙ୍କର ସୁରକ୍ଷା ତଥା ବ୍ୟକ୍ତିତ୍ୱର ବିକାଶ କରିବା ଏହି ବିଭାଗର ଆଭିମୁଖ୍ୟ  । ଏହି ଲକ୍ଷ୍ୟ ପୂରଣ ଦିଗରେ ଅଭିଭାବକମାନେ ଘର ତଥା ବିଦ୍ୟାଳୟରେ ପିଲାମାନଙ୍କ ନିମନ୍ତେ ଏକ ସୁରକ୍ଷିତ ତଥା ନିରାପଦ ପରିବେଶ ଯୋଗାଇବା ନିମନ୍ତେ ସକ୍ରିୟ ଅଂଶୀଦାର ହୋଇପାରିବେ  । ଏହି ଗାଇଡ୍ ଲାଇନ୍ରେ ବିଦ୍ୟାଳୟ ସୁପରିଚାଳନା ଓ ଛାତ୍ରଛାତ୍ରୀମାନଙ୍କ ବ୍ୟକ୍ତିତ୍ୱର ଗୁଣାତ୍ମକ ବିକାଶ ନିମନ୍ତେ ପ୍ରତ୍ୟକ୍ଷ ସଂପୃକ୍ତିକୁ ବିଶେଷ ଗୁରୁତ୍ୱ ଦିଆଯାଇଛି  ।


    

Maximum 500 characters