Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

ସଂଘୀୟ ସରକାର ପାସ୍ କରିଥିବା କୌଣସି ଆଇନକୁ ରାଜ୍ୟ ଚ୍ୟାଲେଞ୍ଜ୍ କରି ପାରିବ ନାହିଁ: ସୁପ୍ରିମକୋର୍ଟ

Date: Oct 30, 2017    Views: 26


ନୂଆଦିଲ୍ଲୀ: ଆଧାରର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ୍ କରିଥିବା ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ପଶ୍ଚିମବଙ୍ଗ ସରକାରକୁ ତୀବ୍ର ସମାଲୋଚନା କରି ସୋମବାର ଦିନ ଉଚ୍ଚତମ ନ୍ୟାୟାଳୟ ଗୁରୁତ୍ୱ ସହ କହିଛନ୍ତି ଯେ ସଂଘୀୟ ସରକାର ପାସ୍ କରିଥିବା କୌଣସି ଆଇନକୁ ରାଜ୍ୟ ଚ୍ୟାଲେଞ୍ଜ୍ କରି ପାରିବ ନାହିଁ । ଉପୁଜି ଥିବା ଆଧାର ସମ୍ବନ୍ଧୀୟ ବିବାଦ ଉପରେ ପରୀକ୍ଷା ନିରୀକ୍ଷା କରାଯିବା ଆବଶ୍ୟକ କିନ୍ତୁ ସଂସଦ ପାସ୍ କରିଥିବା ଆଇନ ବିରୋଧରେ ରାଜ୍ୟ ସରକାର ପିଟିସନ୍ ଫାଇଲ୍ କରି ପାରିବ ନାହିଁ ବୋଲି ବି·ରପତି ଏ କେ ସିକ୍ରି ଏବଂ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ।
 ଯଦି ସେ ଏହି ବ୍ୟବସ୍ଥାକୁ ·ଲେଞ୍ଜ୍ କରିବାକୁ ଇଚ୍ଛୁକ ତେବେ ସେ ବ୍ୟକ୍ତିଗତ ସାମର୍ଥ୍ୟରେ ଅଦାଲତରେ ହାଜର ହୁଅନ୍ତୁ ବୋଲି ଖଣ୍ଡପୀଠ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦେଶ ଦେଇଛନ୍ତି । ଆଧାର ବିନା ଜନମଙ୍ଗଳ ଯୋଜନାର ସୁଫଳ ଯୋଗାଇ ଦିଆ ଯିବ ନାହିଁ ବୋଲି କହିଥିବା ନ୍ୟାୟାଳୟ କହିଛନ୍ତି ।
ବ୍ୟକ୍ତିବିଶେଷ ଆଇନ ବିରୁଦ୍ଧରେ ପିଟିସନ୍ ଫାଇଲ୍ କରି ପାରିବେ, କିନ୍ତୁ ରାଜ୍ୟ ସରକାର ନୁହେଁ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଜଣେ ନାଗରିକ ଭାବେ ପିଟିସନ୍ ଦାଏର୍ କରନ୍ତୁ ଆମେ ତାଙ୍କ ପିଟିସନର ଶୁଣାଣି କରିବୁ ବୋଲି ଖଣ୍ଡପୀଠ ଘୋଷଣା କରିଛନ୍ତି ।
ବାଧ୍ୟତାମୂଳକ ଭାବେ ମୋବାଇଲ୍ ସଂଯୋଗ ସହ ଆଧାର ନମ୍ବର ସଂଯୋଗ କରାଯିବା ବିରୋଧରେ ·ଲେଞ୍ଜ୍ କରି ଆଗତ ଅଭିଯୋଗ ସମ୍ବନ୍ଧରେ ମଧ୍ୟ ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଦେଇ ·ରି ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ଆଦେଶ ଦେଇଛନ୍ତି ।
ଶୀର୍ଷ ଅଦାଲତଙ୍କ ଆଇନଗତ ଦଣ୍ଡବିଧାନ ରାୟ ପରେ ପଶ୍ଚିମବଙ୍ଗ ସରକାର ଆଧାର ଆଇନକୁ ଚ୍ୟାଲେଞ୍ଜ୍ ନ କରିବା ପାଇଁ ପିଟିସନେରେ ସାମାନ୍ୟ ପରିବର୍ତ୍ତନ କରିବାକୁ ରାଜି ହୋଇ ନିଜକୁ ଆଧାର ସଂଯୋଗ ଉପରେ ଶ୍ରମ ମନ୍ତ୍ରଣାଳୟ ଦେଇ ଥିବା ବିଜ୍ଞପ୍ତି ମଧ୍ୟରେ ବନ୍ଦ ରଖିଛନ୍ତି ।
ତୃଣମୂଳ କଂଗ୍ରେସର ଲୋକସଭା ଚିଫ୍ ହୁଇପ୍ ଏବଂ ବରିଷ୍ଠ ଆଡଭୋକେଟ୍ କଲ୍ୟାଣ ବାନାର୍ଜୀ ପୂର୍ବରୁ କହିଥିଲେ ଯେ ବିଭିନ୍ନ ସାମାଜିକ ମଙ୍ଗଳ ଯୋଜନାର ଉପକାର ପାଇବା ନିମନ୍ତେ ଆଧାରକୁ ବାଧ୍ୟତାମୂଳକ କରାଯାଉ ବୋଲି କେନ୍ଦ୍ରର ପଦକ୍ଷେପକୁ ଚ୍ୟାଲେଞ୍ଜ୍ କରି କିଛି ଦିନ ତଳେ ଦାଖଲ କରାଯାଇଥିବା ରିଟ୍ ପିଟିସନ୍ ବାବଦରେ ଖଣ୍ଡପୀଠଙ୍କ ଶୁଣାଣି ଅକ୍ଟୋବର ୩୦ ପୂର୍ବରୁ ହେବ ।
ମୋବାଇଲ୍ ସହ ଆଧାର ସଂଯୋଗକୁ ମଧ୍ୟ ମମତା ଅକ୍ଟୋବର ୨୫ ତାରିଖ ଦିନ କୋଲକତା ଠାରେ ଅନୁଷ୍ଠିତ ଦଳୀୟ ସଭାରେ ବିରୋଧ କରିଥିଲେ । ସେ କହିଥିଲେ କି, ଆଧାର ନମ୍ବର ଜଣକ ମୋବାଇଲ୍ ଫୋନ୍ ନମ୍ବରରେ ସଂଯୋଗ କରାଯିବା ଅନୁଚିତ ।  ସଂଯୋଗ ଛିନ୍ନ ହୋଇଗଲେ ମଧ୍ୟ ମୁଁ ମୋ ମୋବାଇଲ୍ ସହ ଆଧାର ନମ୍ବର ସଂଯୋଗ କରିବି ନାହିଁ ।


    

Maximum 500 characters