Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

ମୋ ବିରୁଦ୍ଧରେ ଷଡଯନ୍ତ୍ର କରାଯାଇଛି : ଗୋଲକ ମହାପାତ୍ର

Date: Oct 30, 2017    Views: 32


ଭୁବନେଶ୍ୱର : ଛତ୍ରପୁର ଲକ୍ଷ୍ମୀଦତ ପ୍ରଧାନ ହତ୍ୟା ମାମଲାରେ ଗଂଜାମ ଏସପି ଆଶୀଷ ସିଂହଙ୍କ ଦଳୀୟ ଆଧାରରେ କାର୍ଯ୍ୟକୁ ବାରମ୍ବାର ବିରୋଧ କରିବା କାରଣରୁ ଏସପି ତାଙ୍କୁ ଫସାଇବା ପାଇଁ ଷଡଯନ୍ତ୍ର କରିଛନ୍ତି ବୋଲି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଦେଶର ଆଇନ ଅନୁସାରେ ପୋଲିସ ହେପାଜତରେ ଥିବା ଜଣେ ବ୍ୟକ୍ତିର ତଦନ୍ତ ପ୍ରକ୍ରିୟା ଚାଲିଥିବା ବେଳେ ତଥ୍ୟ ସାର୍ବଜନୀନ କରିବା ବେଆଇନ ହୋଇଥିବା ବେଳେ ଏସପି ଓ ଦୁଇ ଆଇଆଇସିଙ୍କ ଉପସ୍ଥିତିରେ ପେନ ଡ୍ରାଇଭ ମାଧ୍ୟମରେ ଭିଡିଓ ଫୁଟେଜ ପ୍ରଦାନ କରାଗଲା ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଶ୍ରୀ ମହାପାତ୍ର କହିଛନ୍ତି ଯେ ମୃତକ ଲକ୍ଷ୍ମୀଦତ ପ୍ରଧାନଙ୍କ ମା ସାର୍ବଜନୀନ ଭାବେ ତାଙ୍କ ପୁଅର ହତ୍ୟାକାରୀ ଭାବେ ଦୁଇ ଜଣଙ୍କ ନାମ ନେଇଛନ୍ତି । ଏହି ଦୁଇ ଜଣ ସ୍ଥାନୀୟ ବିଜେଡି ବିଧାୟକଙ୍କ ଅତି ନିକଟତର । ଏମାନଙ୍କୁ ଏପର୍ଯ୍ୟନ୍ତ ତଦନ୍ତ ପରିସରଭୁକ୍ତ ମଧ୍ୟ କରାଯାଇ ନାହିଁ । ହତ୍ୟାକାରୀ ମାନେ ହତ୍ୟା ପୂର୍ବରୁ ଏମଏଲଏଙ୍କ ଘରୁ ବାହାରି ଥିବାର ଅଭିଯୋଗକୁ ମଧ୍ୟ ସିସିଟିଭି ଆଧାରରେ ଜାଂଚ କରି ନାହାନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଶ୍ରୀ ମହାପାତ୍ର ତାଙ୍କର ପୁରୁଣା ବକ୍ତବ୍ୟକୁ ଦୋହରାଇ କହିଛନ୍ତି ଯେ ଗଂଜାମ ଏସପି ବିଜେଡିର ଜିଲ୍ଲା ସଭାପତି ଭାବେ କାମ କରୁଛନ୍ତି ।  ସେ କହିଛନ୍ତି ଯେ ଗଂଜାମ ଜିଲ୍ଲାର ଦଳୀୟ ପ୍ରଭାରୀ ଥିବା କାରଣରୁ ପ୍ରତିଦିନ ଶତାଧିକ ଫୋନ ତାଙ୍କ ପାଖକୁ ଆସେ । ମାତ୍ର ନିରପେକ୍ଷ ତଦନ୍ତ ହେଲେ ଅସଲ ସତ ପଦାକୁ ଆସିବ ବୋଲି ଶ୍ରୀ ମହାପାତ୍ର କହିବା ସହ ସିବିଆଇ କିମ୍ବା ବିଚାବିଭାଗୀୟ ତଦନ୍ତ କରିବାକୁ ସେ ଦାବି କରିଛନ୍ତି ।


    

Maximum 500 characters