Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆମ ସମସ୍ୟା

ମୁଖ୍ୟ ଖବର

ରାସ୍ତା ଶୋଚନୀୟ, ଲୋକେ ହନ୍ତସନ୍ତ

Date: Oct 30, 2017    Views: 27


ବନ୍ତ: ଭଦ୍ରକ-ଆନନ୍ଦପୁର ୫୩ନଂ ରାଜ୍ୟ ରାଜପଥ ଅଧିନ ଗଣିଜାଙ୍ଗ ବଜାର ରାସ୍ତା ଦୀର୍ଘ୨ବର୍ଷ ହେବ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । ସାମାନ୍ୟ ବର୍ଷାରେ ବଜାର ରାସ୍ତା ଉପରେ ଆଣ୍ଠୁଏ ପାଣି ଜମିରହିବା ଫଳରେ ଭଦ୍ରକରୁ କେନ୍ଦୁଝର ଭାୟା ଆନନ୍ଦପୁର ମଧ୍ୟରେ ଯାତାୟାତ କରୁଥିବା ଶତାଧିକ ଗାଡିମଟର ଚଳାଚଳ ନେଇ ନାନା ଅବ୍ୟବସ୍ଥା ପରିଲକ୍ଷିତ ହେଉଛି । ବଜାର ରାସ୍ତାର ଏପରି ଅବସ୍ଥାକୁ ନେଇ ସ୍ଥାନୀୟ ବ୍ୟବସାୟୀ ସଂଘ ଓ ଜନସାଧାରଣଙ୍କ ପକ୍ଷରୁ ଗଭୀର ଅସନ୍ତୋଷ ବ୍ୟକ୍ତ କରାଯାଇଛି ।  ଆଜକୁ ଦୀର୍ଘ ବର୍ଷ ହେବ ଭଦ୍ରକ-ଆନନ୍ଦପୁର ୫୩ନଂ ରାଜ୍ୟ ରାଜପଥର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଭଦ୍ରକ ଠାରୁ ବନ୍ତ ମଧ୍ୟରେ ଥିବା ବିଭିନ୍ନ ବଜାର ଅଞ୍ଚଳ ରାସ୍ତା ଗୁଡିକର କାର୍ଯ୍ୟ ଅଧପନ୍ତରିଆ ହୋଇ ପଡିରହିଛି । ବିଶେଷକରି ଆଜକୁ ୨ବର୍ଷ ଧରି ଗଣିଜାଙ୍ଗ ତାରିଣୀ ମନ୍ଦିର ଛକ ଠାରୁ ବଜାର ଶେଷ ମୁଣ୍ଡ ପର୍ଯ୍ୟନ୍ତ ଦେଢ କି.ମି  ରାସ୍ତା ନିର୍ମାଣ ହୋଇପାରିନାହିଁ । ଏହି ବଜାର ଅଞ୍ଚଳ ରାସ୍ତାକୁ ସମ୍ପୃକ୍ତ ଠିକାଦାର ଖଣ୍ଡିଆ ଅବସ୍ଥାରେ ଛାଡ଼ି ଅନ୍ୟତ୍ର କାର୍ଯ୍ୟ କରୁଥିବାରୁ ଏହି ରାସ୍ତା ଦିନକୁ ଦିନ ଖାଲ ଖମାରେ ପରିଣତ ହୋଇଛି । ଉପରୋକ୍ତ ବଜାର ରାସ୍ତା ସମସ୍ୟା ନେଇ ଏଥିପୂର୍ବରୁ ମା’ କାଳୀ ବଣିକ ସଂଘ ଗଣିଜାଙ୍ଗ ପକ୍ଷରୁ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ତାହାର ସମାଧାନ ହୋଇପାରି ନାହିଁ । ଫଳରେ ବଣିକ ସଙ୍ଘର ସଭାପତି ହୃଦାନନ୍ଦ ଘଡେଇ, ସମ୍ପାଦକ ରାମଚନ୍ଦ୍ର ପଣ୍ଡା, ହରିହର ପାଳ, ମନ୍ଦରଧର ସାହୁ, ରବିନ୍ଦ୍ର ଘଡେଇ, ରବି ଘିଆ, ଶରତ ବେହେରା, ଭାଗବତ ପଣ୍ଡା, ବିଜୟ ବେହେରା, ବୁଧିରାମ ବାରିକ ଓ ଶିଶିର ମହାପାତ୍ର ପ୍ରମୁଖ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।


    

Maximum 500 characters