Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦରିଆପାରି ଖବର

ମୁଖ୍ୟ ଖବର

ଆଫଗାନିସ୍ଥାନର ଉପ ରାଜ୍ୟପାଳଙ୍କୁ ପାକିସ୍ଥାନରେ ଅପହରଣ

Date: Oct 30, 2017    Views: 25


ଇସଲାମାବାଦ: ଆଫଗାନିସ୍ଥାନର କୁନାର ରାଜ୍ୟର ଉପ ରାଜ୍ୟପାଳନ ମହମ୍ମଦ ନବି ଅହମ୍ମଦିଙ୍କୁ ପାକିସ୍ଥାନର ପେଶାୱର ସହରରୁ କିଛି ଅଜ୍ଞାତ ବ୍ୟକ୍ତି ଅପହରଣ କରି ନେଇଛନ୍ତି । ମହମ୍ମଦ ନବି ଅଫଗାନ ଯୋଦ୍ଧା ଗୁଲବୁଦ୍ଧିନ୍ ହିକମତୟାରଙ୍କ ହିଜବ-ଏ-ଇସ୍ଲାମୀ ପାର୍ଟିର ନେତା ଅଟନ୍ତି । ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ତାଙ୍କୁ ଅପହରଣ କରିଥିବା ନେଇ ନିଜକୁ ଦାୟୀ କରିନାହିଁ । ପାକିସ୍ଥାନ ପୁଲିସର ସୂଚନା ଅନୁସାରେ ମହମ୍ମଦ ନବି ନିଜର ଭାଇଙ୍କ ସହିତ ପେଶାୱର ଆସିଥିଲେ । ଗତ ଶୁକ୍ରବାର ପେଶାୱରରେ ପାଦରେ ଚାଲିଚାଲି ବୁଲୁଥିବା ବେଳେ ଏକ କଳା କାଚ ଥିବା କାରରେ କିଛି ଦୁର୍ବୁତ୍ତ ଆସି ତାଙ୍କୁ ଅପହରଣ କରି ନେଇଯାଇଥିଲେଊ । ମହମ୍ମଦଙ୍କ ଭାଇ ପୁଲିସ ନିକଟରେ ଅପହରଣ ନେଇ ସୂଚନା ଦେଇଥିଲା । କିନ୍ତୁ ସେ କହିନଥିଲେ ଯେ ତାଙ୍କର ଭାଇ ଅଫଗାନିସ୍ଥାନର ଉପରାଜ୍ୟପାଳନ ଭାବରେ କାର୍ଯ୍ୟରତ । ତାଙ୍କ ପାଖରେ ପାସପୋର୍ଟ ମଧ୍ୟ ନଥିଲା । ଏ ସମ୍ପର୍କରେ ଉପରାଜ୍ୟପାଳଙ୍କ ମୁଖପାତ୍ର ଅବଦୁଲ ଗନି ଏହି ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଉପରାଜ୍ୟପାଳ ତାଙ୍କର ଚିକିତ୍ସା ପାଇଁ ଛୁଟିରେ ଥିଲେ । ଆଫଗାନିସ୍ଥାନର ଧନୀ ଲୋକ ସବୁବେଳେ ନିଜର ଚିକିତ୍ସା ପାଇଁ ପାକିସ୍ଥାନ ଯାଇଥାନ୍ତି । ପାକିସ୍ଥାନ ପୁଲିସର ସୂଚନା ଅନୁସାରେ ଆଫଗାନିସ୍ଥାନ ସରକାର ତାଙ୍କୁ ମହମ୍ମଦ ନବିଙ୍କ ଯାତ୍ରା ସମ୍ପର୍କରେ ସୂଚନା ଦେଇନଥିଲେ । ଯଦି ସୂଚନା ଦେଇଥାନ୍ତେ ତେବେ ତାଙ୍କୁ ସୁରକ୍ଷା ଯୋଗାଇ ଦେଇଥାନ୍ତୁ ।


    

Maximum 500 characters