Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

ସମସ୍ତ କାରରେ ଏୟାରବ୍ୟାଗ୍, ସ୍ପିଡ ଆର୍ଲଟ ଓ ପାର୍କିଂ ସେନ୍ସର ଜରୁରୀ

Date: Oct 30, 2017    Views: 28


ନୂଆଦିଲ୍ଲୀ: ଆସନ୍ତା ୨୦୧୯ ଜୁଲାଇ ୧ ତାରିଖ ପରେ ଦେଶର ସମସ୍ତ କାରରେ ଏୟାର ବ୍ୟାଗ୍, ସିଟ୍ ବେଲଟ୍ ରିମାଇଣ୍ଡର, ଘଣ୍ଟା ପ୍ରତି ୮୦ କିଲୋମିଟର ବେଗରୁ ଅଧିକ ବେଗଗାମୀ ନିମନ୍ତେ ଆର୍ଲଟ ସିଷ୍ଟମ, ରିଭର୍ସ ପାର୍କିଂ ଆଲର୍ଟ ନିହାତି ଦରକାରୀ ହୋଇଯିବ । କାରଣ ଏସବୁକୁୁ କାରରେ ବାଧ୍ୟତାମୂଳକ ଭାବରେ ରଖିବାକୁ ହେବ । ଜରୁରୀ ପରିସ୍ଥିତି ପାଇଁ ସେଣ୍ଟ୍ରାଲ ଲକିଂ ସିଷ୍ଟମର ଓଭରରାଇଡ୍ ମାନୁଆଲ ଆଦି ରହିବ ।  ଏନେଇ କେନ୍ଦ୍ର ସଡକ ପରିବହନ ମନ୍ତ୍ରଣାଳୟ ଏହି ବ୍ୟବସ୍ଥାର ପ୍ରବର୍ତ୍ତନ ପାଇଁ ସମୟସୀମା ଅନୁମୋଦନ କରିଛି ଏବଂ ଅଳ୍ପ କେତେ ଦିନ ମଧ୍ୟରେ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇବ । ଗାଡି ଆରୋହଣକାରୀଙ୍କ ନିରାପତ୍ତା ପାଇଁ ଗୁରୁତ୍ୱ ବହନ କରୁଥିବା ଏହି ବୈଶିଷ୍ଟମାନ ଦାମୀ କାର ଗୁଡିକରେ ରହିଛି । ପ୍ରତିବର୍ଷ ସଡକ ଦୁର୍ଘଟଣାରେ ହଜାର ହଜାର ମୃତୁ୍ୟ ମୁଖରେ ପଡୁଥିବାରୁ ଭାରତୀୟ ସଡକରେ ଯାତ୍ରୀ ଏବଂ ପଥଚାରୀଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକାରୀ ଏହି ପଦକ୍ଷେପକୁ ଅନୁମୋଦନ କରିଛନ୍ତି । ୨୦୧୬ରେ ସମୁଦାୟ ୧.୫୧ ଲକ୍ଷ ସଡକ ଦୁର୍ଘଟଣା ଜନିତ ମୃତୁ୍ୟରେ କେବଳ ଦ୍ରୁତ ବେଗ ଯୋଗୁଁ ୭୪ ହଜାର ବ୍ୟକ୍ତି ପ୍ରାଣ ହରାଇଛନ୍ତି ।


    

Maximum 500 characters