Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

୪୦ ହଜାର କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର କିଣିବ ସେନା

Date: Oct 30, 2017    Views: 11


 ନୂଆଦିଲ୍ଲୀ: ଭାରତୀୟ ସେନା ନିଜର ଶକ୍ତି ବଢାଇବା ପାଇଁ ୪୦ ହଜାର କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର କିଣିବାକୁ ଯାଉଛି । ପୁରୁଣା ହୋଇଯାଇଥିବା ଅସ୍ତ୍ରଶସ୍ତ୍ରକୁ ବଦଳାଇ ନୂଆ ଅସ୍ତ୍ରଶସ୍ତ୍ର କିଣିବା ନେଇ ଏକ ପ୍ରସ୍ତାବକୁ ମଞ୍ଜୁରି ଦେଇଛି । ଏହା ଆଧାରରେ ବିପୁଳ ମରିପାଣର ଲାଇଟ୍ ମେସିନ୍ ଗନ୍, କାର୍ବାଇନ୍ସ ଓ ରାଇଫଲ କିଣାଯିବ ।
ସେନା ଅଧିକାରୀଙ୍କ ସୂଚନା ଅନୁସାରେ ୭ ଲକ୍ଷ ରାଇଫଲ୍ସ, ୪ ହଜାର ଲାଇଟ୍ ମେସିନ୍ ଗନ୍ ଓ ୪୪ ହଜାର ୬୦୦ କର୍ବାଇନ୍ସ କ୍ରୟ କରାଯିବାକୁ ଚୂଡାନ୍ତ ହୋଇସାରିଛି ଏବଂ ଏବେଳ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ପ୍ରକିୟାକୁ ଆଗକୁ ବଢାଇଛି । ଦେଶର ସବୁଠାରୁ ବଡ ସ୍ଥଳ ସେନା ଉପରେ ଦୀର୍ଘ ଦିନରୁ ଅସ୍ତ୍ରଶସ୍ତ୍ର କ୍ରୟ କରିବା ପ୍ରସ୍ତାବକୁ ମଞ୍ଜୁରୀ ଦେବା ନେଇ ଚାପ ରହିଥିଲା । ବିଶେଷ କରି ଚୀନ୍ ଓ ପାକିସ୍ଥାନ ସୀମାରେ ବଢୁଥିବା ବିପଦକୁ ଧ୍ୟାନରେ ରଖି ଏବେ ସେନାର ଶକ୍ତି ବୃଦ୍ଧି ଆବଶ୍ୟକ ରହିଛି । ବିଦେଶରୁ ଅସ୍ତ୍ରଶସ୍ତ୍ର କିଣିବା ସହ ପ୍ରତିରକ୍ଷା ମନ୍ତ୍ରଣାଳୟ ଡିଆଡିଓକୁ ନିଜ ସ୍ତରରେ ଲାଇଟ୍ ମେସିନ୍ ଗନ୍ ପରି ଛୋଟ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରିବାକୁ କହିଛି । ଆଗାମୀ କିଛି ଦିନ ଭିତରେ ଏଲଏମଜିର କ୍ରୟ ପାଇଁ ରିକ୍ୱେଷ୍ଟ ଫର ଇନଫରମେସନ୍ ଜାରି କରାଯିବ । କିଛି ମାସ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରଣାଳୟ ୭.୬୨ କ୍ୟାଲିବର ଗନ୍ସର ଟ୍ରାଏଲ କରିଥିଲା । କିନ୍ତୁ କିଛି ତ୍ରୁଟି ଦେଖାଯିବାରୁ ପ୍ରସ୍ତାବକୁ ରଦ୍ଧ କରିଦେଇଥିଲା । ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦ ହଜାର ଲାଇଟ୍ ମେସିନ୍ ଗନ୍ସ କିଣାଯିବାର ପ୍ରସ୍ତାବ ରହିଛି । ଏହା ବ୍ୟତୀତ ସେନା ୭.୬୨ ଏମଏମ ରାଇଫଲ୍ସ କ୍ରୟକୁ ମଞ୍ଜୁରି ଦେଇଛି ।


    

Maximum 500 characters