Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦରିଆପାରି ଖବର

ମୁଖ୍ୟ ଖବର

ସୋମାଲିଆରେ ବିସ୍ଫୋରଣ, ୨୫ ମୃତ

Date: Oct 30, 2017    Views: 14


 ମୋଗଦିଶୁ: ସୋମାଲିଆ ରାଜଧାନୀ ମୋଗଦିଶୁରେ ଗତ ଶନିବାର ରାତିରେ ଏକ ଲୋକପ୍ରି୍ରୟ ହୋଟେଲରେ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୨୫ ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ୩୦ ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ଲୋକଙ୍କର ସହାୟତାରେ ପୁଲିସ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛି । ପୁଲିସର ସୂଚନା ଅନୁସାରେ ହୋଟେଲ ବାହାରେ ୨ ଟି ବୋମା ବିସ୍ଫୋରଣ ହୋଇଥିଲା । କ୍ୟାପଟେନ୍ ମହମ୍ମଦ ହୁସେନ୍ ଗଣମାଧ୍ୟମକୁ କହିଛନ୍ତି ବିସ୍ଫୋରଣ ବେଳେ ଘଟଣାସ୍ଥଳରେ ୨୦ ଜଣଙ୍କର ମୃତୁ୍ୟ ହୋଇଥିଲା । ଏଥିରେ ସରକାରୀ କର୍ମଚାରୀ ମଧ୍ୟ ରହିଛନ୍ତି । ଆତଙ୍କବାଦୀମାନେ ଏହି ଘଟଣା ପାଇଁ ଦାୟୀ ବୋଲି ପୁଲିସ ସନେ୍ଦହ କରୁଛି । ସେମାନେ ପ୍ରେସିଡେନସିଆଲ ପ୍ୟାଲେସ ନିକଟରେ ଥିବା ହୋଟେଲ ନାସା ହାବଲୋଡ ଉପର ମହଲାକୁ ବିସ୍ଫୋରଣ କରିଥିଲେ । ହୁସେନ କହିଛନ୍ତି ୫ ଜଣ ଆକ୍ରମଣକାରୀଙ୍କ ମଧ୍ୟରୁ ୩ ଜଣ ନିହତ ହୋଇଛନ୍ତି । ଶନିବାର ହୋଇଥିବା ଆକ୍ରମଣ ହେଉଛି ସାତ ଦିନ ପରେ ୨ୟ ଘଟଣା । ପୂର୍ବରୁ ଅନ୍ୟ ଏକ ବୋମା ବିସ୍ଫୋରଣରେ ୩୫୦ ଜଣଙ୍କର ମୃତୁ୍ୟ ଘଟିଥିଲା ।


    

Maximum 500 characters