Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

କୋହଲିଙ୍କ ଦ୍ରୁତ ୯ ହଜାର ରନ୍ ପୂରଣ

Date: Oct 30, 2017    Views: 25


କାନପୁା: ଟିମ୍ ଇଣ୍ଡିଆ ଅଧିନାୟକ ତଥା ରନ୍ ମେସିନ୍ ଆଖ୍ୟା ପାଇଥିବା ବିରାଟ କୋହଲି ନୁ୍ୟଜିଲାଣ୍ଡ ବିପକ୍ଷ କାନପୁର ଦିନିକିଆରେ ଆଉଏକ ରେକଡର଼୍ର ଅଧିକାରୀ ହୋଇଛନ୍ତି । ଏହି ମ୍ୟାଚ୍ରେ କୋହଲି ତାଙ୍କ କ୍ୟାରିୟରର ୩୨ତମ ଶତକ ହାସଲ କରିବା ସହ ଦିନିକିଆରେ ଦ୍ରୁତତମ ୯ ହଜାର ରନ୍ ପୂରଣ କରିବାର ଗୌରବ ଅର୍ଜନ କରିଛନ୍ତି । ଏଥିସହ କୋହଲି ପୂର୍ବତନ ବ୍ୟାଟିଂ କିମ୍ବଦନ୍ତୀ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ୱେଷ୍ଟଇଣ୍ଡିଜ୍ କିମ୍ବଦନ୍ତୀ ବ୍ରାଏନା ଲାରା ଓ ଦକ୍ଷିଣ ଆଫ୍ରିକା ଡି’ଭିଲିୟର୍ସଙ୍କ ରେକଡର଼୍ ଭାଙ୍ଗି ଦେଇଛନ୍ତି । କୋହଲି ମାତ୍ର ୧୯୪ଟି ଇନିଂସ୍ ଖେଳି ୯ ହଜାର ରନ୍ ପୂରଣ କରିଥିବାବେଳେ ଡି’ଭିଲିୟର୍ସ ୨୦୫ଟି, ଗାଙ୍ଗୁଲି ୨୨୮ଟି, ସଚିନ ୨୩୫ଟି ଓ ଲାରା ୨୩୯ଟି ଇନିଂସ୍ ଖେଳି ଏହି ମାଇଲଖୁଣ୍ଟ ଛୁଇଁଥିଲେ । ଅନ୍ୟପକ୍ଷରେ କୋହଲି ଷଷ୍ଠ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ୯ ହଜାର ରନ୍ କ୍ଲବ୍ରେ ସ୍ଥାନ ପାଇଛନ୍ତି । ପୂର୍ବରୁ ସଚିନ, ଗାଙ୍ଗୁଲି, ରାହୁଲ ଦ୍ରାବିଡ଼, ମହମ୍ମଦ ଆଝାରୁଦ୍ଧିନ ଓ ମହେନ୍ଦ୍ର ସିଂହ ଧୋନି ଏହି ସଫଳତା ପାଇଥିଲେ । ଅନ୍ୟପକ୍ଷରେ କୋହଲି ବିଶ୍ୱର ୧୯ତମ ବ୍ୟାଟ୍ସମ୍ୟାନ୍ ଭାବେ ୯ ହଜାର ରନ୍ ପୂରଣ କରିଛନ୍ତି । ସେହିପରି କୋହଲି ଚଳିତ ସିଜିନରେ ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ୨ ହଜାର ପୂରଣ କରିବାର ସୌଭାଗ୍ୟ ଲାଭ କରିଛନ୍ତି । ସେ ଦିନିକିଆରେ ୧୪୬୦ ରନ୍ କରିଥିବାବେଳେ ଟେଷ୍ଟରେ ୪୪୯ ରନ୍ ଏବଂ ଟ୍ୱେଣ୍ଟି-୨୦ରେ ୧୯୫ ରନ୍ ସଂଗ୍ରହ କରିଛନ୍ତି ।


    

Maximum 500 characters