Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

କେରଳରେ ମଦ ବିକିବେ ମହିଳା

Date: Oct 30, 2017    Views: 19


ଏରନାକୁଲମ୍ : ସ୍ଥାପନା ହେବା ଦିନ ଠାରୁ କେରଳର ବିଭରେଜେସ୍ କର୍ପୋରେସନ୍ ପୁରୁଷ ପ୍ରାଧାନ୍ୟ କ୍ଷେତ୍ର ହୋଇ ରହି ଆସିଛି । ସେଠାକାର ବିଭରେଜ୍ ଆଉଟେଲେଟ୍ ବା ମଦ ଦୋକାନରେ ନାରୀମାନଙ୍କୁ ନିଯୁକ୍ତି ମିଳେନାହିଁ । କିନ୍ତୁ ଏବେ ଆଉ ସେ ଭଳି କଟକଣା ନାହିଁ ।
ଏରନାକୁଲମର କନକ୍କଙ୍କାଦବ ବିଭରେଜ୍ ଆଉଲେଟରେ ଶିନି ରାଜୀବଙ୍କ ନିଯୁକ୍ତି ପରେ ସେପରି ନିଷେଧାଜ୍ଞା ହଟି ଯିବା ପରି ମନେହୁଏ । ପିଏସସି ପାହ୍ୟା ତାଲିକାରେ ଲୋଅର୍ ଡିଭିଜନ୍ କ୍ଲର୍କ ୪୩ ବର୍ଷୀୟ ଶିନିଙ୍କୁ ନାନା ପ୍ରକାର ମାର୍କାଦିଆ ମଦର ଷ୍ଟକ୍ ଏବଂ ସେଲର ଯାଞ୍ଚ କରିବା କାମ ଦିଆ ଯାଇଛି ।
ବିଭରେଜ୍ ଆଉଲେଟ ସବୁରେ ପଦବୀ ପୂରଣ ନିମନ୍ତେ ନାରୀମାନଙ୍କୁ ମନୋନୀତ କରିବାକୁ କେରଳ ପବ୍ଲିକ୍ ସର୍ଭିସ୍ କମିସନ୍ ଇତି ମଧ୍ୟରେ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।
କିନ୍ତୁ ଶିନି ଆଜି ଯେଉଁଠି ପହଞ୍ଚିଛନ୍ତି ସେ ଯାତ୍ରା ଏକ ଭିନ୍ନ ଅଭିଳାଷରୁ ଆରମ୍ଭ ହୋଇଥିଲା । ଜଣେ ଶିକ୍ଷିକା ହେବା ଲକ୍ଷ୍ୟରେ ସେ ସାମାଜିକ ବିଜ୍ଞାନରେ ବି. ଏଡ୍ କରି ପିଏସସିର ହାଇସ୍କୁଲ୍ ଆସିଷ୍ଟାଣ୍ଟଣ୍ଟପରୀକ୍ଷା ଦେଇଥିଲେ ।
କିନ୍ତୁ ସେ ଶିକ୍ଷକ ହେବା ପାଇଁ ଉଦ୍ଧିଷ୍ଟ ପାହ୍ୟା ତାଲିକା ପାଇଁ ଯୋଗ୍ୟା ବିବେଚିତା ହୋଇ ପାରି ନ ଥିଲେ ।  ପରନ୍ତୁ ତିନି ବର୍ଷ ତଳେ ସେ ପୁଥାନଭେଲିକ୍କାରା ପଞ୍ଚାୟତ କାର୍ଯ୍ୟାଳୟରେ ଜଣେ ଶେଷସ୍ତରୀୟ ସହକାରୀ ପଦବୀ ନିମନ୍ତେ ଯୋଗ୍ୟା ହୋଇଥିଲେ । ଠିକ୍ ସେହି ସମୟରେ ମଦ ଶିଳ୍ପରେ କର୍ମ·ରୀ ଆବଶ୍ୟକ ପାଇଁ ବିଜ୍ଞପ୍ତି ବାହାରି ଥିଲା ଏବଂ ଶିନି ସେଥିରେ ଯୋଗ ଦେବା ପାଇଁ ମନସ୍ଥ କରିଥିଲେ ।
୨୦୧୦ରେ ସେ କେରଳ ଷ୍ଟେଟ୍ ବିଭରେଜ୍ କର୍ପୋରେସନ୍ ଦ୍ୱାରା ପରି·ଳିତ ପରୀକ୍ଷା ଦେଇ ସେଥିରେ ୫୨୬ତମ ର୍ୟାଙ୍କରେ ରହି ପାରିଥିଲେ । ଭଲ ର୍ୟାଙ୍କ ପାଇଥିବା ସତ୍ତ୍ୱେ ଶିନି ଦେଖିଲେ ଯେ ବହୁ ନିମ୍ନ ର୍ୟାଙ୍କ ପାଇ ସୁଦ୍ଧା କର୍ପୋରେସନ୍ ନିମନ୍ତେ କେବଳ ପୁରୁଷମାନେ ମନୋନୀତ ହେଉଛନ୍ତି ।
ଏ ଭଳି ବିଦ୍ୱେଷରେ କ୍ରୁଦ୍ଧା ହୋଇ ଶିନି କର୍ତ୍ତୃପକ୍ଷଙ୍କ ବିରୋଧରେ ଅଦାଲତରେ ମାମଲା ଦାୟର କରିବାକୁ ସ୍ଥିର କରିଥିଲେ । ଅନ୍ୟ ୬ ଜଣ ମହିଳାଙ୍କ ସହ ମେଣ୍ଟ କରି ୨୦୧୨ରେ ସେ ହାଇକୋର୍ଟରେ ଏକ ରିଟ୍ ଫାଇଲ୍ କଲେ ।  ସେଥିରେ ସେମାନେ ଉଲ୍ଲେଖ କରିଥିଲେ ଯେ ମଦ ଦୋକାନରେ କାମ କରିବାକୁ ସେମାନେ ସଙ୍କୋଚ କରୁ ନାହାନ୍ତି ।
କିନ୍ତୁ ଅନ୍ତରାୟ ସାଜିଥିଲା ମହିଳାଙ୍କୁ ମଦ ବିକ୍ରୟ କାର୍ଯ୍ୟରୁ ନିବୃତ କରାଉଥିବା କେରଳ ଆକବରୀ ଆକ୍ଟ । କିନ୍ତୁ, ରିଟକୁ ·ହିଁ ଅଦାଲତ ତର୍ଜମା କଲେ ଯେ ପରୀକ୍ଷାରେ ଉତ୍ତମ ର୍ୟାଙ୍କ ପାଇ ସୁଦ୍ଧା ନାରୀମାନଙ୍କୁ ନିଯୁକ୍ତି ନ ଦେବା ଲିଙ୍ଗ-ବିଦ୍ୱେଷ ଛଡ଼ା କ’ଣ ହୋଇ ପାରେ? ଗତ ଏପ୍ରିଲ୍ ମାସରେ ଅଦାଲô ସେଠାରେ ମହିଳାଙ୍କୁ ନିଯୁକ୍ତି ନ ମିଳିବା କଥାକୁ ଅସାମ୍ବିଧାନିକ ବୋଲି ଘୋଷଣା କଲେ । ଏବଂ ଶିନି ·କିରି ପାଇଲେ!
ଗୁରୁବାର ଦିନ ଶିନି କାନାକ୍କାଙ୍କାଦାବୁ ମଦ ଦୋକାନର ଭାର ଗ୍ରହଣ କରିଛନ୍ତି । ପୂର୍ବାହ୍ନ ୧୦ଟାରୁ ରାତି ୯ଟାଏ ଯାଏଁ ସେଠାରେ କାମ କରୁଥିବା ଶିନିଙ୍କୁ ତାଙ୍କର କୃଷକ ସ୍ୱାମୀ ରାଜୀବ ଏବଂ ପିଲା ·ର୍ବାକନ ଏବଂ ଶବରୀଙ୍କ ସମର୍ଥନ ମିଳୁଛି ।
ମଦ ଦୋକାନରେ ଶିନିଙ୍କ ନିଯୁକ୍ତି ବାସ୍ତବିକ କେରଳ ଇତିହାସରେ ଏକ ଐତିହାସିକ ପଦକ୍ଷେପ । ଲିଙ୍ଗଗତ ବିଦ୍ୱେଷ ଭଙ୍ଗ କରି ରାଜ୍ୟର ବୃହତ୍ତମ ସେକ୍ଟରରେ ମହିଳାଙ୍କ ପାଇଁ କର୍ମସଂସ୍ଥାନ ଉନ୍ମୁକ୍ତ କରିବା ଘଟଣା ନିଶ୍ଚୟ ଗୁରୁତ୍ୱ ବହନ କରେ ।


    

Maximum 500 characters