Feb 20, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ୫୦ ହଜାରରୁ ଅଧିକ ଟଙ୍କା କାରବାର କଲେ ଦେବାକୁ ପଡିବ ଅସଲ ପରିଚୟ ପତ୍ର

    Date: Oct 23, 2017    Views: 112

    ଏଣିକି ୫୦ ହଜାରରୁ ଅଧିକ ଅର୍ଥ କାରବାର ଉପରେ ଗ୍ରାହକଙ୍କୁ ଦେବାକୁ ପଡିବ ଅସଲ ପରିଚୟ ପତ୍ର । କେନ୍ଦ୍ର ସରକାରଙ୍କ ଦ୍ୱାରା ନିଦ୍ଦେଶିତ ଏହି ନିୟମ ମୁତାବକ,  ଦେଶର କୌଣସି ବି ବ୍ୟାଙ୍କ କିମ୍ବା ଅର୍ଥ ସଂସ୍ଥା ୫୦ ହଜାର କିମ୍ବା ତାଠାରୁ ଅଧିକ ଟଙ୍କାରୁ ଟ୍ରାନଜାକ୍ସନ କୌଣସି ବ୍ୟକ୍ତିବିଶେଷଙ୍କୁ କରିବାରେ ଥିବ ତେବେ ଏଥିପାଇଁ ଉକ୍ତ ବ୍ୟକ୍ତି ବିଶେଷଙ୍କୁ ନିଜ ପରଚୟ ପତ୍ରର ଅସଲ କପି ଦେଖାଇବା ବାଧ୍ୟତାମୂଳକ ଅଟେ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି କଳାଧନକୁ ରୋକିବା ପାଇଁ କରାଯାଇଛି । ତେଣୁ ଏହି ନିୟମ ଜାରି କରିବା ପାଇଁ ଅର୍ଥ ମନ୍ତ୍ରାଳୟର ଡିପାର୍ଟମେଂଟ ଅଫ ରେଭିନ୍ୟୁ ମନିଲଣ୍ଡରିଂରେ ସଂଶୋଧନ କରାଯାଇଛି ।


    ଏହି ନିୟମ ଦ୍ୱାରା ଦେଶରେ କୌଣସି ବି ବ୍ୟାଙ୍କ କିମ୍ବା ଅର୍ଥ ସଂସ୍ଥାଙ୍କ ନିକଟରେ ଯଦି କୌଣସି ବ୍ୟକ୍ତି ୫୦ ହଜାର ଟଙ୍କାରୁ ଅଧିକ ନଗଦ ଟଙ୍କା ଟ୍ରାନଜାକ୍ସନ କରିବା ପାଇଁ ପହଂଚେ ତେବେ ଉକ୍ତ ବ୍ୟକ୍ତି ବିଶେଷଙ୍କୁ ନିଜର ପରିଚୟ ପତ୍ରର ପ୍ରକୃତ ତଥ୍ୟ ଦେଖାଇବାକୁ ପଡିବ । ନିୟମ ମୁତାବକ, ବ୍ୟାଙ୍କ କିମ୍ବା ଅର୍ଥ ପ୍ରତିଷ୍ଠାନ ନିକଟରେ ଥିବା ଉକ୍ତ ବ୍ୟକ୍ତିବିଶେଷଙ୍କର ପରିଚୟ ପତ୍ରର କପିକୁ ଏହାର ପ୍ରକୃତ ଡକ୍ୟୁମେଂଟ ସହ ମ୍ୟାଚ କରିବା ସହିତ ଏକ ନୂଆ କପିରେ ଟଙ୍କା କାରବାରର ରେକର୍ଡକୁ ଦାଖଲ କରିବାକୁ ପଡିବ । ମନିଲଣ୍ଡରିଂ ନିୟମ ଦେଶରେ ମନିଲଣ୍ଡରିଂ ଏବଂ କଳାଧନ ଉପରେ ଲଗାମ ଆଣିବାକୁ କରାଯାଇଛି । ଏହି ନିୟମ ଅନୁସାରେ, ଅର୍ଥ ସଂସ୍ଥା ସମେତ ମଧ୍ୟସ୍ଥତା କରୁଥିବା ସଂସ୍ଥାଗୁଡକ ଭଳି ଷ୍ଟକ୍ ମାର୍କେଟ ଇତ୍ୟାଦିଙ୍କୁ ନିଜର ଗ୍ରାହକଙ୍କର ସଂପୂର୍ଣ୍ଣ ରେକର୍ଡ ଏଫଆଇୟୁଙ୍କୁ ଦେବାକୁ ପଡିବ ।

     

    Maximum 500 characters

    ଅର୍ଥନୀତି View all

    Find Us on Facebook