Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

ବିଜେପି ଶାସିତ ରାଜ୍ୟରେ ଅଙ୍ଗନୱାଡ଼ି କର୍ମୀଙ୍କୁ କେତେ ଦରମା ମିଳୁଛି: ପ୍ରତାପ ଦେବ

Date: Oct 18, 2017    Views: 30


ଭୁବନେଶ୍ୱର: ଦିଦିଙ୍କ ସମସ୍ୟାକୁ ନେଇ ରାଜ୍ୟ ଉଠୁଛି ପଡୁଛି  । ଅଙ୍ଗନୱାଡି କର୍ମୀଙ୍କ ସମସ୍ୟାକୁ ନେଇ ବିଜେଡି କରିଛି ପ୍ରେସମିଟ  । ମୁଖ୍ୟମନ୍ତ୍ରୀ ଅଙ୍ଗନୱାଡି କର୍ମୀଙ୍କ ସମସ୍ୟା ଶୁଣିଛନ୍ତି  । ସମସ୍ତଙ୍କ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ  । ଯେଉଁ ଅଙ୍ଗନୱାଡି କର୍ମୀମାନେ ଆନେ୍ଦାଳନରେ ବସିଛନ୍ତି ତୁରନ୍ତ ଆନେ୍ଦାଳନ ପ୍ରତ୍ୟାହାର କରିବାକୁ ସାମ୍ବାଦିକ ସମ୍ମିଳନୀରେ ପ୍ରତାପ ଦେବ ଅନୁରୋଧ କରିଛନ୍ତି । ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ସର୍ବୋଚ୍ଚ ପ୍ରାପ୍ୟ ଦିଆଯାଉଛି ବୋଲି ସେ କହିଛନ୍ତି । ବିଜେପି ଶାସିତ ରାଜ୍ୟରେ କର୍ମୀଙ୍କୁ କେତେ ଦରମା ମିଳୁଛି ବୋଲି ବିଜେପିକୁ ପ୍ରଶ୍ନ କରି ଘାଏଲ କରିଛନ୍ତି ପ୍ରତାପ ଦେବ  ।  ଅଙ୍ଗନୱାଡି କର୍ମୀଙ୍କୁ ବିଜେପି ବିଭ୍ରାନ୍ତିକର ତଥ୍ୟ ଦେଉଛି ବୋଲି ପ୍ରତାପ ଅଭିଯୋଗ କରିଛନ୍ତି  । ର୍ନର୍ବାଚନ ନେଇ ବିଜେପି ଧୂଆଁବାଣ କରୁଥିବା ବିଜେଡି ଅଭିଯୋଗ କରିଛି  ।
ସେପଟେ ବରଗଡରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁରେଶ ପୂଜାରୀ ସାମ୍ବାଦିକ ସମ୍ମିଳନୀରେ ବିଜେଡିକୁ ପାଲଟା ଆକ୍ରମଣ କରିଛନ୍ତି  ।  ୧୭ ବର୍ଷ ଧରି ସରକାର କଣ କରୁଥିଲେ ? ରାଜନୈତିକ ଉଦେଶ୍ୟ ରଖି ଦରମା ବଢାଯାଇଥିବା ବିଜେପି କହିଛି  । ୩୬ ଦିନ ହେଲାଣିି ମାଆ-ଭଉଣୀମାନେ ହଇରାଣ ହେଉଛନ୍ତି  । ଅଙ୍ଗନୱାଡି କର୍ମୀ ସଂଘ ଭାଙ୍ଗିବା ବିରଳ ଘଟଣା ବୋଲି କହିଛି ବିଜେପି  ।


    

Maximum 500 characters