Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

ୟୁପିର ୨୬୮୨ ମଦ୍ରାସାର ମାନ୍ୟତା ରଦ୍ଧ ହେବ

Date: Oct 18, 2017    Views: 29


ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମାଦ୍ରାସା ବୋର୍ଡ ସହିତ ଜଡିତ ୨୬୮୨ ମଦ୍ରାସା ଦ୍ୱାରା ଧାର୍ଯ୍ୟ ସମୟ ସୀମା ଭିତରେ ଅନଲାଇନ୍ ଯୋଗେ ସୂଚନା ନଦେଲେ ଏହାର ମାନ୍ୟତା ରଦ୍ଧ କରାଯିବ । ଜଣେ ଅଧିକାରୀ ଏହିି ବିଷୟରେ ସୂଚନା ଦେଇଛନ୍ତି । ଅଧିକାରୀ ଜଣକ କହିଛନ୍ତି ଅନଲାଇନ୍ ବିତରଣ  ଅପଲୋଡ୍ କରିବାର ଅନ୍ତିମ ତାରିଖୁ ୧୫ ଅକ୍ଟୋବର ଥିଲା । ସେଭଳି ୱେବ ପୋର୍ଟାଲରେ ବିବରଣୀ ଅପଲୋଡ୍ କରିଥିବା ୧୬୪୬୧ ମଦ୍ରାସାର ମାନ୍ୟତା ଜାରି ରଖିବା ଓ ଏହାକୁ ଅନୁଦାନ ହେବାର ହକ୍ ରହିବ । କିନ୍ତୁ ଯେଉଁମାନେ ନିଜର ସୂଚନା ପୋର୍ଟାଲରେ ଦେଇନାହାଁନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଠାରେ ଉଲ୍ଲେଖନୀୟ ଯେ ଶିକ୍ଷା ପରିଷଦ ନକଲି ମାଦ୍ରାସା ଗୁଡିକ ଉପରେ ଲଗାମ ଲଗାଇବା ପାଇଁ ୱେବ ପୋର୍ଟାଲର ଆରମ୍ଭ କରିଥିଲା । ଏହି ୱେବସାଇଟ୍ରେ ସମସ୍ତ ୧୯୧୪୩ ମାଦ୍ରାସାକୁ ନିଜର ବିବରଣୀ ଅପଲୋଡ୍ କରିବାର ଥିଲା । ଏଥିରେ ଶିକ୍ଷକ, ଅନ୍ୟ କର୍ମଚାରୀ, ଛାତ୍ରଙ୍କ ବିବରଣୀ ବ୍ୟତୀତ ଭବନର ଫଟୋ, ଶ୍ରେଣୀର ମାପ ଓ ଅନ୍ୟ ସମସ୍ତ ପ୍ରକାର ସୂଚନା ସାମିଲ ରହିଛି । ମାଦ୍ରାସା ବୋର୍ଡ ବିବରଣୀ ଅପଲୋଡ୍ କରିବାର ତିଥିକୁ ଦୁଇଥର ବଢାଇ ସାରିଛି ।  ଏହା ପୂର୍ବରୁ ଶେଷ ତାରିଖ ସେପ୍ଟେମ୍ବର ୧୫ ଥିଲା । ଯାହାକୁ ବଢାଇ ୩୦ ସେପ୍ଟେମ୍ବରୁ କରିଦିଆଯାଇଥିଲା । ତା ପରେ ପୁଣି ୧୫ ଅକ୍ଟୋବର କରିଦିଆଯାଇଥିଲା । ଏହାପରେ ୧୬,୧୬୧ ଟି ମାଦ୍ରାସା ନିଜର ବିବରଣୀ ପୋର୍ଟଲରେ ଅପଲୋଡ କରିଛି ।


    

Maximum 500 characters