Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

ମୋଦି ସରକାରଙ୍କ ଉପରେ ୮୫ ପ୍ରତିଶତ ଭାରତୀୟଙ୍କ ବିଶ୍ୱାସ ରହିଛି

Date: Oct 18, 2017    Views: 29


ନୂଆଦିଲ୍ଲୀ: ଭାରତର ୮୫ ପ୍ରତିଶତ ଲୋକ ଏବେ ବି ମୋଦି ସରକାରଙ୍କ ଉପରେ ବିଶ୍ୱାସ ରଖିଛନ୍ତି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଅଧାରୁ ଅଧିକ ଲୋକ ଦେଶରେ ସାମରିକ ଶାସନ ଚାହୁଁଛନ୍ତି । ଏ ବିଷୟରେ ଅନ୍ତଃର୍ଜାତୀୟ ରିସର୍ଚ୍ଚ ଏଜେନ୍ସି ‘ପିୟୁ’ର ରିପୋର୍ଟରେ ଦର୍ଶାଯାଇଛି । ୩୮ ଦେଶ ଉପରେ କରାଯାଇଥିବା ଏହି ସର୍ବେକ୍ଷଣରେ ଭାରତ ଭଳି ଦେଶ ଯେଉଁଠି ୭ ଦଶକ ଧରି ମଜବୁତ ଲୋକତନ୍ତ୍ର ରହିଛି । ସେଠାରେ ୫୫ ପ୍ରତିଶତ ଲୋକ ସାମରିକ ଶାସନ ଚାହୁଁଛନ୍ତି । ସେଭଳି ୨୭ ପ୍ରତିଶତ ଲୋକେ ଶକ୍ତିଶାଳୀ ନେତାଙ୍କ କାମନା କରୁଛନ୍ତି । କେବଳ ସେତିକି ନୁହେଁ ଭାରତ ଏସିଆ ମହାଦେଶର  ୩ ଟି ଦେଶ ଭିତରେ ରହିଛି ଯେଉଁଠିକାର ଲୋକ ଟେକ୍ନୋକ୍ରାସିକୁ ମଧ୍ୟ ସମର୍ଥନ କରିଥାନ୍ତି । ଭାରତରେ ଏଭଳି ୬୫ ପ୍ରତିଶତ ରହିଛି । ଭିଏତନାମାରେ ୬୭ ଓ ଫିଲପାଇନ୍ସରେ ୬୨ ପ୍ରତିଶତ ରହିଛି ।  ଏହି ସର୍ବେକ୍ଷଣରୁ ଜଣାପଡିଛି ଯେ ଭାରତ ଓ ଦକ୍ଷିଣ ଆଫ୍ରିକା ଭଳି ଦୁଇଟି ଲୋକତାନ୍ତ୍ରିକ ରାଷ୍ଟ୍ର କ୍ରମଶ ୫୩ ଓ ୫୨ ପ୍ରତିଶତ  ଲୋକ ସାମରିକ ଶାସନକୁ ନିଜ ଦେଶ ପାଇଁ ଭଲ ବୋଲି ମନେକରିଥାନ୍ତି ।  ଏଠାରେ ଉଲ୍ଲେଖନୀୟ ଯେ ଦୁଇ ଦେଶର ୫୦ ବର୍ଷରୁ ଅଧିକ ବୟସର ଲୋକ ସାମରିକ ଶାସନ ସପକ୍ଷରେ ନାହାଁନ୍ତି ।


    

Maximum 500 characters