Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

ନୀତୀଶ କୁମାରଙ୍କୁ ୭ ଜନ୍ମ ପର୍ଯ୍ୟନ୍ତ କ୍ଷମା କରିବିନି: ଲାଲୁ

Date: Oct 17, 2017    Views: 35


ପାଟନା: ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ କହିଛନ୍ତି ମୁଁ ଆଗାମୀ ୭ ଜନ୍ମ ପର୍ଯ୍ୟନ୍ତ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କ୍ଷମା କରିବି ନାହିଁ । ଲାଲୁ  ଆଜି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଏବେ ନୀତୀଶ କୁମାରଙ୍କୁ ପୁଣିଥରେ ମୁଁ କେବେ ବି ସାହାର୍ଯ୍ୟ କରିବିନି । ଗତ ରବିବାର ପାଟଣାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନୀତୀଶ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାହାସୀ ଓ କଡା ପଦକ୍ଷେପ ନେଉଥିବା ବ୍ୟକ୍ତି । ଏନେଇ ଲାଲୁ କହିଥିଲେ ସୃଜନ ଦୁର୍ନୀତି ମାମଲା ଭୟରେ ନୀତୀଶ କୁମାର ଏବେ ମୋଦି ଓ ବିଜେପିର ମାଳା ଜାପୁଛନ୍ତି । ଲାଲୁ କହିଛନ୍ତି ନୀତୀଶ କୁମାର ବହୁତ ବଡ ଭୟାଳୁ ବ୍ୟକ୍ତି । ପାଟଣା ଫେରିବା ପରେ ଲାଲୁ ଯାଦବ ପ୍ରଥମ ଥର ପାଇଁ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଥିଲେ ନୀତୀଶଙ୍କ ଉପରେ ରାଗିଥିଲେ ମଧ୍ୟ ମୁଁ ତାଙ୍କୁ ଦୁଇଥର ରାଜ ତିଳକ ଲଗାଇଛି । କିନ୍ତୁ ଏହାପରେ ମଧ୍ୟ ନୀତୀଶ ବିଜେପି ସହ ଚାଲିଗଲେ । ଏବେ ନୀତୀଶଙ୍କୁ ବିଜେପି କେବଳ ବ୍ୟବହାର କରୁଛି ।


    

Maximum 500 characters