Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

ବିମୁଦ୍ରାକରଣ ଓ ଜିଏସ୍ଟିକୁ ଆଇଏମ୍ଏଫ୍ ମୁଖ୍ୟଙ୍କ ପ୍ରଶଂସା

Date: Oct 16, 2017    Views: 45


ୱାଶିଂଟନ୍: ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ବିମୁଦ୍ରାକରଣ ଓ ଜିଏସ୍ଟିକୁ ଦେଶରେ ଧିମା ବିକାଶ ଦରକୁ ନେଇ ଅର୍ଥମନ୍ତ୍ର ଓ ମୋଦିଙ୍କୁ ଦାୟୀ କରାଯାଉଛି । କିନ୍ତୁ ଏନେଇ ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ (ଆଇଏମଏଫ୍)ର ମୁଖ୍ୟ କ୍ରିଷ୍ଟନ ଲେଗାର୍ଡ ଭାରତୀୟ ଅର୍ଥବ୍ୟବସ୍ଥାର ପ୍ରଶଂସା କରିଛନ୍ତି । ମାତ୍ର କିଛି ଦିନ ପୂର୍ବେ ଆଇଏମଏଫ ଭାରତୀୟ ଅର୍ଥବ୍ୟବସ୍ଥାର ଆନୁମାନିକ ବିକାଶ ଦରକୁ ହ୍ରାସ କରିଥିଲା । ଆଇଏମ୍ଏଫ୍ ମୁଖ୍ୟ ଲେଗାର୍ଡ ଶନିବାର କହିଛନ୍ତି ଯେ ଭାରତୀୟ ଅର୍ଥବ୍ୟବସ୍ଥା ବହୁତ ମଜବୁତ ରାସ୍ତାରେ ଗତି କରୁଛି । ଲେଗାର୍ଡ କହିଛନ୍ତି ଆମେ ଭାରତୀୟ ଅର୍ଥବ୍ୟବସ୍ଥାର ବିକାଶ ଦରକୁ ହ୍ରାସ କରିଛୁ । ମାତ୍ର ଆମର ଭରସା ରହିଛି ଯେ ଭାରତ ମଧ୍ୟମ ଏବଂ ଲମ୍ବା ସମୟର ବିକାଶ ରାସ୍ତାରେ ରହିଛି । ଆଇଏମଏଫ୍ ମୁଖ୍ୟ କହିଛନ୍ତି ଗତ ଦଶକରେ ଆର୍ଥିକ କ୍ଷେତ୍ରରେ କରାଯାଇଥିବା ସରଞ୍ଚନାତ୍ମକ ପରିବର୍ତ୍ତନ କାରଣରୁ ଭାରତକୁ ଭଲ ପରିଣାମ ମିଳିଛି । ଲେଗାର୍ଡ ଭାରତରେ ଆର୍ଥିକ ସୁଧାର ପାଇଁ ନିକଟରେ ଉଠାଯାଇଥିବା ଦୁଇଟି ବଡ ପଦକ୍ଷେପ ନୋଟବନ୍ଦୀ ଓ ଜିଏସ୍ଟି ବହୁତ ଭଲ ପ୍ରୟାସ ବୋଲି କହିଛନ୍ତି । ଲେଗାର୍ଡ ଏହା ମଧ୍ୟ କହିଛନ୍ତି ଯେ ଏହି ଆର୍ଥିକ ସୁଧାର ଯୋଗୁଁ ଅଳ୍ପ ସମୟ ପାଇଁ ବିକାଶ ଦର ନିମ୍ନମୁଖୀ ହେବା ଆଶ୍ଚଯ୍ୟର କଥା ନୁହେଁ । ଭାରତୀୟ ଅର୍ଥବ୍ୟବସ୍ଥାରେ କରାଯାଇଥିବା ସୁଧାର ଦ୍ୱାରା ଭବିଷ୍ୟତରେ ଦେଶର ଯୁବ ବର୍ଗଙ୍କୁ ରୋଜଗାର ମିଳିବ ।


    

Maximum 500 characters