Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

ପେଟ୍ରୋଲ୍ ଓ ଡିଜେଲ୍ ଉପରୁ ଭାଟ୍ ହ୍ରାସ କଲା ମଧ୍ୟପ୍ରଦେଶ

Date: Oct 13, 2017    Views: 60

ନୂଆଦିଲ୍ଲୀ: ପେଟ୍ରୋଲ୍ ଓ ଡିଜେଲ୍ ଉପରୁ ଭାଟ୍ ହ୍ରାସ କଲା ଆଉ ଏକ ରାଜ୍ୟ । ମଧ୍ୟପ୍ରଦେଶ ସରକାର ଆଜି ପେଟ୍ରୋଲ୍ ଉପରେ ୩ ପ୍ରତିଶତ ଓ ଡିଜେଲ୍ ଉପରେ ୫ ପ୍ରତିଶତ ଭାଟ ହ୍ରାସ ପାଇଁ ନିଷ୍ପତ୍ତି ନେଇଛନ୍ତି । ନୂଆ ଦର ଆଜି ମଧ୍ୟରାତ୍ରରୁ ଲାଗୁ ହେବ ବୋଲି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି । ତୃତୀୟ ରାଜ୍ୟ ଭାବେ ମଧ୍ୟପ୍ରଦେଶ ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ ହ୍ରାସ କରିଛି ।  ପୂର୍ବରୁ ବିଜେପି ଶାସିତ ରାଜ୍ୟ ଗୁଜୁରାଟ ଓ ମହରାଷ୍ଟ୍ର ସହ ହିମାଚଳ ପ୍ରଦେଶ ସରକାର ମଧ୍ୟ ପେଟ୍ରୋଲ୍ ଓ ଡିଜେଲ୍ ଉପରୁ ଭାଟ୍ କମାଇଥିଲେ ।
ଗତସପ୍ତାହରେ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ୨ ଟଙ୍କା କମାଇବା ପରେ ତେଲ ଦର କମିଥିଲାୟ । ଏହାପରେ ସବୁ ରାଜ୍ୟମାନଙ୍କୁ ତୈଳ ଉପରୁ ଭାଟ୍ କମାଇକୁ ପେଟ୍ରୋଲିୟମ୍ ମନ୍ତ୍ରୀ ପ୍ରସ୍ତାବ ରଖିଥିଲେ । ଓଡ଼ିଶାରେ କେବେ ଭାଟ୍ କମିବ ବୋଲି ପ୍ରଶ୍ନ ଉଠୁଥିବାବେଳେ କିଛି ଦିନ ତଳେ ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା ଏହା ଓଡ଼ିଶାରେ ସମ୍ଭବ ନୁହେଁ ବୋଲି କହିଥିଲେ । ଆଉ ଆଜି ପୁଣି ସେ ସମାନ କଥା ପରୋକ୍ଷରେ ଦୋହରାଇଛନ୍ତି ।


    

Maximum 500 characters