Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

ମହିଳା ଟଏଲେଟରେ ପଶିଗଲେ ରାହୁଳ

Date: Oct 12, 2017    Views: 65


ଗୁଜୁରାଟ: ଗୁଜୁରାଟ ଗସ୍ତରେ ଥିବା ରାହୁଳ ଗାନ୍ଧି ବାଉଳା ହୋଇ ଛୋଟା ଉଦୟପୁର ଜିଲ୍ଲାସ୍ଥିତ ଏକ ମହିଳା ଟଏଲେଟେରେ ପଶି ଯାଇଥିଲେ ।
ଯୁବ ସମାଜ ସହ ଭାବ ଆଦାନ ପ୍ରଦାନ ନିମନ୍ତେ “ସମ୍ବନ୍ଧ’ କାର୍ଯ୍ୟକ୍ରମ ସକାଶ ରାହୁଳ ଗାନ୍ଧୀ ସେହି ଜିଲ୍ଲାରେ ଅବସ୍ଥାନ କରୁଥିଲେ । କାର୍ଯ୍ୟକ୍ରମ ଶେଷ କରି ଟାଉନ୍ ହଲକୁ ଫେରିବା ସମୟରେ ସେ ମହିଳାମାନଙ୍କ ପାଇଁ ଉଦ୍ଧିଷ୍ଟ ଟଏଲେଟେରେ ପଶି ଯାଇଥିଲେ । ଯୋଗକୁ କେଉଁଟା ମହିଳାମାନଙ୍କ ପାଇଁ କେଉଁଟା ପୁରୁଷମାନଙ୍କ ପାଇଁ ତାହା ଚିହ୍ନିତ ହୋଇ ନ ଥିଲା । କିନ୍ତୁ, ସେଠାରେ “ମହିଲାଓ ମାତେ ସଉଚାଲୟ’ ବୋଲି ଗୁଜୁରାଟୀ ଭାଷାରେ ଏକ ପୋଷ୍ଟର ଲଗା ଯାଇଥିଲା । ଗୁଜୁରାଟୀ ପଢି ନ ଜାଣି ଥିବାରୁ ରାହୁଳ ମହିଳାଙ୍କ ନିମନ୍ତେ ଉଦ୍ଧିଷ୍ଟ ଟଏଲେଟେରେ ପଶି ଯାଇଥିଲେ ବୋଲି କୁହା ଯାଉଛି । ଏହି ଘଟଣା ପରେ, ତାଙ୍କର ଭୁଲ୍ ସଂକ୍ରାନ୍ତରେ ଶୁଣିବାକୁ ଟଏଲେଟ୍ ବାହାରେ ଥିବା ସାମ୍ବାଦିକମାନଙ୍କୁ ରାହୁଳଙ୍କ ସାଥିରେ ଯାଇଥିବା ଏସଓଜି ଘଉଡ଼ାଇ ଦେଇଥିଲେ । ରାହୁଳ ଟଏଲେଟରୁ ବାହାରିବା ପରେ ସେଠାରେ ଉପସ୍ଥିତ ଜନତା ହସି ପକାଇଥିଲେ ବୋଲି ଜଣା ପଡ଼ିଛି । ସମୁଦାୟ ଦୃଶ୍ୟାବଳୀ ସେଠାରେ ଉପସ୍ଥିତ ସାମ୍ବାଦିକମାନେ ରେକର୍ଡ କରିଛନ୍ତି ।


    

Maximum 500 characters