Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

ଅକ୍ଷୟ ମହାନ୍ତିଙ୍କର ଆଜି ଜନ୍ମ ଦିନ

Date: Oct 12, 2017    Views: 57


ଭୁବନେଶ୍ୱର: ଆଧୁନିକ ଓଡ଼ିଆ ସଂଗୀତ ଜଗତର କିମ୍ବଦନ୍ତୀ ପୁରୁଷ ଅକ୍ଷୟ ମହାନ୍ତିଙ୍କର ଆଜି ଜନ୍ମ ଦିନ । ୧୯୩୭ ମସିହା ଅକ୍ଟୋବର ୧୨ତାରିଖରେ ଜନ୍ମ ଗ୍ରହଣ କରିଥିଲେ ସେ ।  ତାଙ୍କ ବାପାଙ୍କ ନାଁ ବିଚିତ୍ରାନନ୍ଦ ମହାନ୍ତି ଓ ମା”ଙ୍କ ନାମ ସବୁର୍ଣ୍ଣା ମଞ୍ଜରୀ ମହାନ୍ତି । ପିଲାଟି ଦିନରୁ ସେ ସଂଗୀତ ପ୍ରତି ଆକର୍ଷିତ ହୋଇଥିଲେ ।  ଦୀର୍ଘ ପାଞ୍ଚ ଦଶନ୍ଧି ଧରି ଓଡ଼ିଆ ସଂଗୀତ ଜଗତକୁ ବାନ୍ଧି ରଖିଥିଲେ ନିଜ ଯାଦୁକାରୀ କଣ୍ଠର ଚମକ୍ରାରିତାରେ ।  ଖଟିରୁ ଖଟିରୁ ହୋଇଯାଉଥିଲା ଗୀତ ରଚନା, କମ୍ପୋଜିସନ୍ ଓ ସବୁକିଛି । ସେ ଖଟି ସଂଗୀତ ହିଁ ଅକ୍ଷୟକୁ ଦେଇଥିଲା ଏକ ଭିନ୍ନ ପରିଚୟ । ଆଉ  ଓଡ଼ିଆ ସଂଗୀତ ଜଗତକୁ ଦେଇ ·ଲିଥିଲେ ଗୋଟିଏ ପରେ ଗୋଟିଏ ସୁପହିଟ୍ ଗୀତ ।
ସେ ୧୯୫୬ରେ ଆକାଶବାଣୀର କଣ୍ଠଶିଳ୍ପୀ ଓ ଗୀତକାର ଭାବେ ସ୍ୱୀକୃତି ପାଇଲେୟ । “ମଧୁ ସଞ୍ଜରେ ଭ୍ରମରା’..ଥିଲା ଆକାଶବାଣୀରେ  ତାଙ୍କ ଗାଇଥିବା ପ୍ରଥମ ଗୀତ । ଓଡ଼ିଆ ଚଳଚ୍ଚିତ୍ର ମା”ରେ ଗୋରୀ.ଗୋରୀ..ଗୋରୀ.ଗୀତରୁ ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ ।  ୧୩୦ଟି ଚଳଚ୍ଚିତ୍ରର ସେ ଥିଲେ ପ୍ରଚ୍ଛଦପଟ ଗାୟକ ।


    

Maximum 500 characters