Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

ଆରଟିଆଇ ସୂଚନା: ମୋଦି ସରକାରଙ୍କ ସମୟରେ ହୋଇଛି ଅଧିକ ଆତଙ୍କବାଦୀ ଆକ୍ରମଣ

Date: Oct 12, 2017    Views: 62


ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ଲଢିବାକୁ ନେଇ   କେନ୍ଦ୍ର ସରକାର ବହୁ ଯୋଜନା ପ୍ରସ୍ତୁତ କରିଛନ୍ତି । କିନ୍ତୁ ତଥାପି ମଧ୍ୟ ଗତ ମୋଦି ସରକାରଙ୍କ ୩ ବର୍ଷର କାର୍ଯ୍ୟକାଳରେ ଜାମ୍ମୁ ଏବଂ କାଶ୍ମୀରରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବଢିଯାଇଛି । ଏନେଇ ସୂଚନା ଅଧିକାର(ଆରଟିଆଇ) ପକ୍ଷରୁ ଗୃହମନ୍ତ୍ରଣାଳୟକୁ ତଥ୍ୟ ମଗାଯାଇଥିଲା । ଏହି ରିପୋର୍ଟ ଅନୁସାରେ ଗତ ୩ ବର୍ଷ ଭିତରେ ଜମ୍ମୁ ଏବଂ କାଶ୍ମୀରରେ ୮୧୨ଟି ଆତଙ୍କବାଦୀ ଆକ୍ରମଣ ଘଟଣା ହୋଇଛି । ଯେଉଁଥିରେ  ୬୨ ଜଣ ନାଗରିକ ଏବଂ ୧୦୫ ଜଣ ଯବାନ ଶହୀଦ ହୋଇଥିଲେ । ଅଧିକାରୀଙ୍କ ସୂଚନା ଅନୁସାରେ ଏହି ସମୟରେ ମନମୋହନ ସିଂହ ସରକାର ଅନ୍ତିମ ୩ ବର୍ଷ ଗୃହମନ୍ତ୍ରଣାଳୟ ଆତଙ୍କବାଦ ସହ ଲଢିବା ପାଇଁ ପ୍ରାୟ ୮୫୦ କୋଟି  ଟଙ୍କା ଖର୍ଚ୍ଚ କରିଥିଲେ । ତେବେ ମୋଦି ସରକାରଙ୍କ ସମୟରେ ଗୃହମନ୍ତ୍ରଣାଳୟ ୧୮୯୦ କୋଟି ଟଙ୍କା ଖର୍ଚ୍ଚ କରିସାରିଛି । ଗୃହମନ୍ତ୍ରଣାଳୟର ଲୋକ ସୂଚନା ଅଧିକାରୀ ସୂଚନା ଦେଇ କହିଥିଲେ ମଇ ୨୦୧୧  ରୁ ମଇ ୨୦୧୪ ଭିତରେ ଜାମ୍ମୁ ଓ କାଶ୍ମୀରରେ ୭୦୫ ଟି ଆତଙ୍କବାଦୀ ଆକ୍ରମଣ ଘଟଣା ହୋଇଥିଲା । ଯେଉଁଥିରେ ୫୯ ଜଣ ସାଧାରଣ ନାଗରିକ ନିହତ ହୋଇଥିଲେ ଏବଂ ୧୦୫ ଯବାନ ଶହୀଦ ହୋଇଥିଲେ । କିନ୍ତୁ ମୋଦି ସରକାରରେ ଅର୍ଥାତ ମଇ ୨୦୧୪ ରୁ ମଇ୨୦୧୭ ପର୍ଯ୍ୟନ୍ତ ୮୧୨ ଟି ଆତଙ୍କବାଦୀ ଆକ୍ରମଣ ଘଟଣା ଦେଖିବାକୁ ମିଳିଛି । ଯେଉଁଥିରେ ୬୨ ନାଗରିକ ନିହତ ହୋଇଥିଲେ ଏବଂ ୧୮୩ ଜଣ ଯବାନ ଶହୀଦ ହୋଇଛନ୍ତି । ଉତ୍ତରପ୍ରଦେଶର ନୋଏଡା ନିବାସୀ ଆରଟିଆଇ କାର୍ଯ୍ୟକର୍ତ୍ତା ରଞ୍ଜନ ତୋମର ଗୃହମନ୍ତ୍ରଣାଳୟରୁ ହାସଲ କରିଥିବା ସୂଚନା ଆଧାରରେ କହିଛନ୍ତି ସେ ଗୃହମନ୍ତ୍ରଣାଳୟକୁ ୪ ଟି ପ୍ରଶ୍ନ ପଚାରିଥିଲେ । ମୋଦି ସରକାର ଆସିବାର ୩ ବର୍ଷ ଏବଂ ତାଙ୍କ ପୂର୍ବରୁ ମନମୋହନ ସିଂହ ସରକାର ଶେଷ ୩ ବର୍ଷରେ ଜମ୍ମୁ ଏବଂ କାଶ୍ମୀରରେ କେତୋଟି ଆତଙ୍କବାଦୀ ଆକ୍ରମଣ ହୋଇଛି ଏବଂ ଏଥିରେ କେତେ ଜଣ ସାଧାରଣ ନାଗରିକ ଏବଂ ଯବାନ ଶହୀଦ ହୋଇଛନ୍ତି? ଏ ତୃତୀୟ ପ୍ରଶ୍ନରେ ପଚାରିଥିଲେ ଏହି ସମୟରେ ଆତଙ୍କବାଦୀ ଗତିବିଧିକୁ ନିୟନ୍ତ୍ରିତ କରିବା ପାଇଁ ଗୃହମନ୍ତ୍ରଣାଳୟ ମନମୋହନ ସିଂହ ସରକାରଙ୍କ ଶେଷ ୩ ବର୍ଷରେ କେତେ ଟଙ୍କା ଖର୍ଚ୍ଚ କରାଯାଇଥିଲା? ଏହାପରେ ୪ ର୍ଥ ପ୍ରଶ୍ନ ଥିଲା ମୋଦି ସରକାର  ପ୍ରଥମ ୩ ବର୍ଷରେ କେତେ ଟଙ୍କା ଆତଙ୍କବାଦୀ ଦମନ ପାଇଁ ଖର୍ଚ୍ଚ କରିଛନ୍ତି? ଏହାକୁ ବାଦ୍ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଜମ୍ମୁ ଓ କାଶ୍ମୀରରେ ପ୍ରତି ଦିନ ୫ ରୁ ୬ ଜଣ ଆତଙ୍କବାଦୀ ନିହତ ହେଉଛନ୍ତି । ଏକ କାର୍ଯ୍ୟକ୍ରମରେ ରାଜନାଥ କହିଥିଲେ ସେନା, ଅର୍ଦ୍ଧସାମରିକ ବାହିନୀ ଓ ଅନ୍ୟ ସୁରକ୍ଷା ଏଜେନ୍ସିର ଅନବରତ ଚେଷ୍ଟା କାରଣରୁ ଜାମ୍ମୁ ଓ କାଶ୍ମୀରରେ ପ୍ରତିଦିନ  ୫ ରୁ ୬ ଜଣ ଆତଙ୍କବାଦୀଙ୍କୁ ମାରୁଥିବାରୁ ମୁଁ ତାଙ୍କର ପ୍ରଂଶସା କରୁଛି ।


    

Maximum 500 characters