Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

ଅନୁପମ ଖେର୍ ଏଫ୍ଟିଆଇଆଇର ଅଧକ୍ଷ ନିଯୁକ୍ତ

Date: Oct 12, 2017    Views: 51


ନୂଆଦିଲ୍ଲୀ: ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଅନୁପମ ଖେରଙ୍କୁ ପୁଣେସ୍ଥିତ ଫିଲ୍ମ ଏଣ୍ଡ ଟେଲିଭିଜନ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଇଣ୍ଡିଆ(ଏଫ୍ଟିଆଇଆଇ)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ସେ ଗଜେନ୍ଦ୍ର ଚୌହାନଙ୍କ ସ୍ଥାନରେ କାର୍ଯ୍ୟ କରିବେ ।
ପ୍ରାୟ ୫୦୦ରୁ ଅଧିକ ଚଳଚ୍ଚିତ୍ରରେ କାମ କରିସାରିଥିବା ଶ୍ରୀ ଖେର୍ ଚଳଚ୍ଚିତ୍ର ଏବଂ କଳା ଜଗତକୁ ତାଙ୍କର ଅବଦାନ ପାଇଁ ୨୦୦୪ରେ ପଦ୍ମଶ୍ରୀ ଏବଂ ୨୦୧୬ରେ ପଦ୍ମଭୂଷଣ ପୁରସ୍କାର ପାଇଥିଲେ । ଏହି ବିଶିଷ୍ଟ ତାରକା ଜଣକ ବହୁ ଜାତୀୟ ଏବଂ ଅନ୍ତର୍ଜାତୀୟ ପୁରସ୍କାର ହାସଲ କରିଛନ୍ତି । ଏଥିମଧ୍ୟରେ ରହିଛି ଶ୍ରେଷ୍ଠ ହାସ୍ୟ ଅଭିନୟ ପାଇଁ ୫ଟି ଫିଲ୍ମଫେୟାର ପୁରସ୍କାର । ଅନ୍ତର୍ଜାତୀୟ ପ୍ରସିଦ୍ଧି ହାସଲ କରିଥିବା ଚଳଚ୍ଚିତ୍ରରେ ମଧ୍ୟ ସେ କାମ କରିଛନ୍ତି । ଯେପରିକି ୨୦୦୨ରେ ଗୋଲ୍ଡେନ୍ ଗ୍ଲୋବ୍ ନାମାଙ୍କନ ହାସଲ କରିଥିବା ‘ବେଣ୍ଡ ଇଟ୍ ଲାଇକ୍ ବେକହାମ୍’, ୨୦୦୭ରେ ଗୋଲ୍ଡେନ୍ ଲିଅନ୍ ପୁରସ୍କାର ଜିଣିଥିବା ‘ଲଷ୍ଟ’, ‘କସନ୍’ ଏବଂ ୨୦୧୩ ଓସ୍କାର ପୁରସ୍କାର ଜିତିଥିବା ‘ସିଲଭର ଲାଇନିଙ୍ଗସ୍ ପ୍ଲେବୁକ୍’ । ସେ ୧୦୦ରୁ ଅଧିକ ନାଟକରେ ମଧ୍ୟ ଅଭିନୟ କରିଛନ୍ତି ଏବଂ ଦି ବେଷ୍ଟ ଥିଙ୍ଗ୍ସ୍ ଏବାଉଟ୍ ୟୁ ଇଜ୍ ୟୁ ପୁସ୍ତକ ରଚନା କରିଛନ୍ତି ।
ଏଥିପୂର୍ବରୁ ସେ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସିବିଏଫସି)ର ଅଧ୍ୟକ୍ଷ ଏବଂ ୨୦୦୧ରୁ ୨୦୦୪ ପର୍ଯ୍ୟନ୍ତ ନ୍ୟାସନେଲ ସ୍କୁଲ ଅଫ ଡ୍ରାମାର ନିଦେ୍ର୍ଧଶକ ଦାୟିତ୍ୱ ତୁଲାଇସାରିଛନ୍ତି । ସେ ମଧ୍ୟ ନ୍ୟାସନେଲ ସ୍କୁଲ ଅଫ ଡ୍ରାମାରେ ୧୯୭୮ ବ୍ୟାଚ୍ର ଛାତ୍ର ଥିଲେ ।
ଏଫ୍ଟିଆଆଇଆଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଏକ ସ୍ୱାୟତ ସଂସ୍ଥା ଭାବେ କାର୍ଯ୍ୟ କରିଥାଏ ଏବଂ ଏହା ସାରା ବିଶ୍ୱରେ ଏକ ଉକ୍ରର୍ଷ କେନ୍ଦ୍ର ଭାବେ ପ୍ରସିଦ୍ଧି ହାସଲ କରିଛି । ଏଫଟିଆଆଇ ଛାତ୍ରଙ୍କ ଦ୍ୱାରା ନିର୍ମିତ ଚଳଚ୍ଚିତ୍ରଗୁଡ଼ିକ ଭାରତ ଏବଂ ଭାରତ ବାହାରେ ଆୟୋଜିତ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବା ସହିତ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଥାଏ ।


    

Maximum 500 characters