Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

ଗୁଜରାଟ, ମହାରାଷ୍ଟ୍ର ଓ ହିମାଚଳରେ ଶସ୍ତା ହେଲା ତେଲ

Date: Oct 11, 2017    Views: 81


ନୂଆଦିଲ୍ଲୀ : ବିଜେପି ଶାସିତ ଗୁଜରାଟ, ବିଜେପି ନେତୃତ୍ୱାଧୀନ ଏନଡିଏ ଶାସିତ ମହାରାଷ୍ଟ୍ର ଓ କଂଗ୍ରେସ ଶାସିତ ହିମାଚଳ ପ୍ରଦେଶରେ କମିଛି ପେଟ୍ରୋଲ ଓ ଡିଜେଲ ଦର । ଏହି ତିନି ରାଜ୍ୟର ସରକାର ମଙ୍ଗଳବାର ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍ କମାଇଛନ୍ତି । ଗୁଜରାଟ ଓ ହିମାଚଳ ପ୍ରଦେଶରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ।
ମଙ୍ଗଽାର ଆଗେ ଗୁଜରାଟ ସରକାର ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଉପରେ ୪ ପ୍ରତିଶତ ଭାଟ୍ କମାଇଥିଲେ । ଏହି ନିଷ୍ପତ୍ତି ଫଳରେ ସେହି ରାଜ୍ୟରେ ପେଟ୍ରୋଲ ଲିଟର ୨.୯୩ ଟଙ୍କା ଓ ଡିଜେଲ ଲିଟର ୨.୭୨ ଟଙ୍କା ଶସ୍ତା ହୋଇଛି । ଭାଟ୍ ହାର କମିବା ପରେ ଗୁଜରାଟରେ ପେଟ୍ରୋଲ ଦର ଲିଟର ପିଛା ୬୭.୫୩ ଟଙ୍କା ଓ ଡିଜେଲ ଦର ଲିଟର ପିଛା ୬୦.୭୭ ଟଙ୍କାକୁ ଖସିଛି । ମୁଖ୍ୟମନ୍ତ୍ରୀ ବିଜୟ ରୁପାନି କହିଛନ୍ତି ଯେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଲାଗିଥିବା ଉପôାଦନ ଶୁଳ୍କ କମାଇବା ପରେ ଗୁଜରାଟ ସରକାର ଭାଟ୍ କମାଇବାକୁ ନିଷ୍ପତ୍ତି ନେଇଛନ୍ତି ।
ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କର ଏହି ଘୋଷଣା ପରେ ପରେ ମହାରାଷ୍ଟ୍ର ସରକାର ମଧ୍ୟ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍ ହ୍ରାସ କରିଛନ୍ତି । ମହାରାଷ୍ଟ୍ର ଅର୍ଥମନ୍ତ୍ରୀ ସୁଧୀର ମୁଙ୍ଗାନ୍ତିବାର ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍ କମାଇବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଦେବେନେ୍ଦ୍ର ଫଡ଼ନାବିସ ଅନୁମୋଦନ କରିଛନ୍ତି । ସରକାରଙ୍କର ଏହି ନିଷ୍ପତ୍ତି ଫଳରେ ମହାରାଷ୍ଟ୍ରରେ ପେଟ୍ରୋଲ ଲିଟର ପିଛା ୨ ଟଙ୍କା ଓ ଡିଜେଲ ଲିଟର ପିଛା ୧ ଟଙ୍କା ହ୍ରାସ ପାଇଛି । ଏହା ରାଜ୍ୟବାସୀଙ୍କୁ ରାଜ୍ୟ ସରକାରଙ୍କର ଦୀପାବଳି ଭେଟି ବୋଲି ସେ କହିଛନ୍ତି । ଏହି ନିଷ୍ପତ୍ତି ଫଳରେ ରାଜ୍ୟ ସରକାର ବାର୍ଷିକ ୨ ହଜାର କୋଟି ଟଙ୍କାର ରାଜସ୍ୱ ହରାଇବେ ବୋଲି ସେ ସୂଚନା ଦେଇଛନ୍ତି । ମହାରାଷ୍ଟ୍ରର ଆର୍ଥନୀତିକ ସ୍ୱାସ୍ଥ୍ୟ ସେତେ ଭଲ ନଥିଲେ ବି ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ସରକାର ଭାଟ୍ ହାର କମାଇବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି ।
ଏ ଦୁଇ ସରକାର ଏହି ନିଷ୍ପତ୍ତି ଘୋଷଣା କରିବା ପରେ ହିମାଚଳ ପ୍ରଦେଶ ସରକାର ମଧ୍ୟ ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍ କମାଇଛନ୍ତି । ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ପେଟ୍ରୋଲ ଓ ଡିଜେଲ ଉପରୁ ୧ ପ୍ରତିଶତ ଭାଟ୍ ଛାଡ଼ କରିବାକୁ ନିଷ୍ପତ୍ତି ନିଆଯାଇଛି । ହିମାଚଳ ପ୍ରଦେଶରେ ପେଟ୍ରୋଲ ଉପରେ ୨୭ ପ୍ରତିଶତ ଓ ଡିଜେଲ ଉପରେ ୧୬ ପ୍ରତିଶତ ଭାଟ୍ ଲାଗୁ ହେଉଥିଲା । ଆଜିଠାରୁ ତାହା ଯଥାକ୍ରମେ ୨୬ ଓ ୧୫ ପ୍ରତିଶତକୁ ଖସିଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅନ୍ତର୍ଜାଜୀୟ ବଜାରରେ ଅଶୋଧିତ ପେଟ୍ରୋଲିୟମ ଦର ଖସିବା ସତ୍ତ୍ୱେ ଭାରତରେ ପେଟ୍ରୋଲ ଓ ଡିଜେଲ ଦର କମିବା ପରିବର୍ତ୍ତେ ବଢ଼ି ଚାଲିଥିବାରୁ ଦେଶବ୍ୟାପୀ ଏହା ବିରୋଧରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଭାରତ ସରକାର ପେଟ୍ରୋଲ ଓ ଡିଜେଲ ଦର କମାଇବା ବଦଳରେ ଏହା ଉପରେ ଉପôାଦ ଶୁଳ୍କ ବଢ଼ାଇ ଚାଲିଥିଲେ । ଚାରି ଆଡ଼ୁ ସମାଲୋଚନାର ଶରବ୍ୟ ହେବା ପରେ ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରସ୍ତାବ କ୍ରମେ ପ୍ରଧାନମନ୍ତ୍ରୀ ମୋଦି ପେଟ୍ରୋଲ ଓ ଡିଜେଲ ଉପରୁ ୨ ଟଙ୍କାର ଉପôାଦ ଶୁଳ୍କ କମାଇଥିଲେ । ଏହା ସହିତ ରାଜ୍ୟ ସରକାରଗୁଡ଼ିକ ଭାଟ୍ କମାଇବାକୁ ସେ ପରାମର୍ଶ ଦେଇଥିଲେ । ଧର୍ମେନ୍ଦ୍ରଙ୍କ ବିବୃତି ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ରାଜ୍ୟଗୁଡ଼ିକୁ ଏ ସଂକ୍ରାନ୍ତରେ ଚିଠି ଲେଖିଥିଲେ ।
ତେବେ କେନ୍ଦ୍ରର ଏହି ପରାମର୍ଶକୁ ଓଡ଼ିଶା ସମେତ ଅନେକ ରାଜ୍ୟ ଗ୍ରହଣ କରିନାହାନ୍ତି । ଓଡ଼ିଶା ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ସିଧାସଳଖ ଭାଟ୍ ହ୍ରାସ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ସେ କହିଛନ୍ତି ଯେ କେନ୍ଦ୍ର ସରକାର ତାଙ୍କ ଆଡ଼ୁ ତୈଳ ଦର କମାନ୍ତୁ । ଭାଟ୍ ଛାଡ଼ କଲେ ରାଜ୍ୟର କ୍ଷତି ହେବ । ସେହିପରି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲର ମୂଳ ଦର କମାଇଲେ ରାଜ୍ୟଗୁଡ଼ିକର ଭାଟ୍ ଆପେଆପେ କମିଯିବ ଓ ଲୋକେ କମ୍ ଦରରେ ତେଲ ପାଇବେ ।


    

Maximum 500 characters