Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

ଦିୟା ମିର୍ଜାଙ୍କ କମ୍ ବ୍ୟାକ

Date: Oct 10, 2017    Views: 82


ମୁମ୍ବାଇ: ପ୍ରଖ୍ୟାତ ନିଦେ୍ର୍ଧଶକ ରାଜକୁମାର ହିରାନୀଙ୍କ ଆଗାମୀ ଫିଲ୍ମ ଜରିଆରେ ଅଭିନେତ୍ରୀ ଦିୟା ମିର୍ଜା ପୁଣିଥରେ ଫିଲ୍ମ ଦୁନିଆକୁ କମ୍ ବ୍ୟାକ୍ କରୁଛନ୍ତି  । ଏଥିରେ ଅଭିନେତା ସଂଜୟ ଦତ୍ତଙ୍କ ପତ୍ନୀ ମାନ୍ୟତାଙ୍କ ଭୂମିକାରେ ତାଙ୍କୁ ଦେଖିବାକୁ ମିଳିବ  । ତେବେ ଏପର୍ଯ୍ୟନ୍ତ ଏହି ଫିଲ୍ମର ଟାଇଟଲ୍ ଫାଇନାଲ୍ ହୋଇନଥିବା ବେଳେ ଦୀୟା ଫିଲ୍ମ ସେଟ୍କୁ ଆସିବା ପୂର୍ବରୁ ନର୍ଭସ ହୋଇଛନ୍ତି  । ଆଉ ଏ କଥାକୁ ଖୋଦ୍ ନିଜେ ସ୍ୱୀକାର କରିଛନ୍ତି ଅଭିନେତ୍ରୀ ଦୀୟା  । ତେବେ ଏହାର କାରଣ ପଚରାଯିବାରୁ ସେ କହିଛନ୍ତି ଯେ, ବିଗତ ଦୁଇବର୍ଷ ଧରି ଲାଇମ୍ ଲାଇଟ୍ରୁ ଦୂରେଇ ରହିବା କାରଣରୁ ସେ ସୁଟିଂ ସେଟ୍କୁ ଯିବା ପୂର୍ବରୁ ନର୍ଭସ ହେଉଥିଲେ  । ହେଲେ ଯେତେବେଳେ ସେ ସୁଟିଂ ସେଟ୍ରେ ପହଞ୍ଚି ତାଙ୍କର ଆକ୍ଟିଂ କରୁଛନ୍ତି ସେତେବେଳେ ତାଙ୍କୁ ବହୁତ ମଜା ଲାଗୁଛି  । ସଂଜୟ ଦତ୍ତଙ୍କ ବାୟୋପିକ୍ ବୋଲି କୁହାଯାଉଥିବା ଏହି ସିନେମାରେ ରଣବୀର କପୁର ଅଛନ୍ତି ସଂଜୟ ଦତ୍ତଙ୍କ ଭୂମିକାରେ  । ଏତଦ୍ବ୍ୟତୀତ ଅନୁଷ୍କା ଶର୍ମା, ପରେଶ ରାୱଲ ଓ ସୋନମ କପୁର ବି ଅଛନ୍ତି ଏହି ଫିଲ୍ମରେ  ।


    

Maximum 500 characters