Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

ଆଲୋକ ପ୍ରଦାନ କରୁଥିବା ସାର୍କ

Date: Oct 10, 2017    Views: 61


ନିକଟରେ ଗଭୀର ସମୁଦ୍ରରେ ଆଲୋକ ପ୍ରଦାନ କରୁଥିବା ଏକ ଭିନ୍ନ ପ୍ରଜାତିର ସାର୍କ ମାଛ ଠାବ କରାଯାଇଛି  । ଏହା ନାମ ରଖାଯାଇଛି ‘ଲ୍ୟାନ୍‍ଟର୍ଣ୍ଣ୍‍ ସାର୍କ’  । ମଧ୍ୟ ଆମେରିକାର ପ୍ରଶାନ୍ତ ମହାସାଗର ତଟବର୍ତ୍ତୀ ଅଞ୍ଚଳରେ ଏହାକୁ ଠାବ କରାଯାଇଛି  । ଏହାକୁ ମଧ୍ୟ ନିଞ୍ଜା ଲ୍ୟାନ୍‍ଟର୍ଣ୍ଣ୍‍ ସାର୍କ କୁହାଯାଏ  । ଏହାକୁ ମିଶାଇ ଅଦ୍ୟାବଧି ସର୍ବମୋଟ ୪୦ ପ୍ରଜାତିର ସାର୍କ ମାଛ ଠାବ କରାଯାଇପାରିଛି  । ତେବେ ଏହି ମାଛର ରଙ୍ଗ ହେଉଛି ଖଇରିଆ  । ଆମେରିକାର କାଲିଫର୍ଣ୍ଣିଆ ସ୍ଥିତ ପାସିଫିକ୍‍ ସାର୍କ ରିସର୍ଚ୍ଚ ସେଣ୍ଟର୍‍ ପକ୍ଷରୁ କୁହାଯାଇଛି ଯେ, ପ୍ରାୟ ସମସ୍ତ ସାର୍କ ଦେଖିବାକୁ ଏକାଭଳି ହୋଇଥିଲେ ମଧ୍ୟ ସେମାନଙ୍କ ରଙ୍ଗ, ଗଠନ, ଆକାରକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରଜାତିରେ ବିଭକ୍ତ କରାଯାଇଥାଏ  ।


    

Maximum 500 characters