Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

ହୃଦଘାତ

Date: Oct 10, 2017    Views: 71


ସଂପ୍ରତି ଭାରତରେ ହୃଦ୍ଘାତ ସମସ୍ୟା ଏକ ମାରାତ୍ମକ ରୂପ ନେଇଛି  । ଭାରତୀୟମାନଙ୍କର ମୃତୁ୍ୟର ଏକ ପ୍ରମୁଖ କାରଣ ହେଉଛି ହୃଦ୍ରୋଗ  । ଆକଳନ କରାଯାଇଛି ଯେ, ୨୦୨୦ ସୁଦ୍ଧା ହୃଦ୍ରୋଗଜନିତ ମୃତୁ୍ୟ ଏକ ସାଧାରଣ କାରଣ ହେବ ଏବଂ ଅନେକ ଭାରତୀୟ ଏଥିରେ ଅକ୍ଷମ ହୋଇଯିବେ  । ପୁନଶ୍ଚ ଏହି ବିଷୟ ଉପରେ ଏକ ସତର୍କ ସଙ୍କେତ ରହିଛି ଯେ ହୃଦ୍ରୋଗ ଏବଂ ହୃଦ୍ଘାତଜନିତ ସମସ୍ୟା ପାଶ୍ଚାତ୍ୟ ଦେଶଗୁଡ଼ିକ ତୁଳନାରେ ବିଶେଷତଃ ଯୁବବର୍ଗର ଲୋକମାନଙ୍କୁ ବହୁଳ ଭାବରେ ପ୍ରଭାବିତ କରିବ  । ଯଦ୍ୱାରା ଆମର ଉପôାଦକତାରେ ଏକ ପ୍ରମୁଖ କ୍ଷତି ଘଟିବାର ସମ୍ଭାବନା ରହିଛି  । ହୃଦ୍ଘାତ ଦ୍ୱାରା କାହିଁକି ଏତେ ପରିମାଣରେ ଲୋକ ପ୍ରଭାବିତ ହେଉଛନ୍ତି, ଏହା ପଛରେ ଅନେକଗୁଡ଼ିଏ କାରଣ ରହିଛି  । ଏଥି ମଧ୍ୟରେ ରହିଛି ବୟସ ବୃଦ୍ଧି, ମାତ୍ରାଧିକ ଡାଇବେଟିସ୍, ଉଚ୍ଚ ରକ୍ତଚାପ, ଡିସଲିିପିଡେମିଆ କିମ୍ବା ଉଚ୍ଚସ୍ତରୀୟ କୋଲେଷ୍ଟରଲ୍, ଧୂମପାନ, ମେଦବହୁଳତା, ବିଳାସପୂର୍ଣ୍ଣ ଜୀବନଶୈଳୀ ଏବଂ ଶାରିରୀକ କାର୍ଯ୍ୟକ୍ଷମତାର ଅଭାବ  । ମାୟୋକାର୍ଡିୟମ କିମ୍ବା ହୃତ୍ପିଣ୍ଡର ମାଂସପେଶୀକୁ ଉପଯୁକ୍ତ ଭାବରେ ରକ୍ତ ସରବରାହ ଯୋଗାଣ କ୍ଷେତ୍ରରେ କରୋନାରୀ ଆର୍ଟେରିଜ୍ ଅବରୁଦ୍ଧ ହୋଇଯିବାରୁ ହୃଦ୍ଘାତଜନିତ ପରିଣାମ ଦେଖାଦେଇଥାଏ  ।
ହୃଦ୍ଘାତଜନିତ ବିପଦଗୁଡ଼ିକ ସାଧାରଣତଃ ଆକସ୍ମିକ ଭାବରେ ଦେଖାଦିଏ  । ଏଥିପୂର୍ବରୁ କିଛି ନିର୍ଦ୍ଧିଷ୍ଟ ବିପଦ ସଙ୍କେତ / ବୈଶିଷ୍ଟ୍ୟ ଯେପରିକି ଅସ୍ୱାସ୍ଥ୍ୟକର ବୋଧ ହେବା, ବେକ ପାଶ୍ୱର୍ ଟାଣି ଧରିବା କିମ୍ବା ଅସୁବିଧା ଲାଗିବା ଓ ଛାତିରେ ସମସ୍ୟା ଦେଖାଦିଏ  । ଅନେକ କ୍ଷେତ୍ରରେ ଲୋକମାନେ ଏହିସବୁ ସମସ୍ୟାକୁ ଅଣଦେଖା କରିଥାନ୍ତି ଏବଂ ସଠିକ୍ ଉପଚାର କରାଇନଥାନ୍ତି  । ପ୍ରାଥମିକ ପର୍ଯ୍ୟାୟରେ ହୃଦ୍ଘାତ ସମସ୍ୟାକୁ ଜାଣିବା ଓ ତାହାକୁ ସଠିକ୍ ରୂପେ ପରୀକ୍ଷା କରିବା ଦ୍ୱାରା ଉତ୍ତମ ପରିଣାମ ମିଳିଥାଏ  । ତେଣୁ ଛାତିରେ ଯନ୍ତ୍ରଣା କିମ୍ବା ଅସ୍ୱାଭାବିକତା କିମ୍ବା ରୁଦ୍ଧ ହୋଇଯିବା ପରି ଅନୁଭବ, ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ, ଝାଳ ବାହାରିବା, ନିଶ୍ୱାସ ରୁନ୍ଧି ହେବା ପରି ଲାଗିବା ଏବଂ ଅବସନ୍ନତା ଏପରି ସମସ୍ୟା ଦେଖିବାକୁ ପାଇଲେ ତାହାକୁ ଅଣଦେଖା ନକରି ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ ନେବା ଉଚିତ୍‍  ।  
ହୃଦ୍ଘାତ ହେଉଛି ଏକ ଜଣାଶୁଣା ରୋଗ  । ଛାତି ଯନ୍ତ୍ରଣା, ରୁଦ୍ଧତା, ଛାତି ଓଜନିଆ ଲାଗିବା, ଝାଳ ବାହାରିବା, ନିଶ୍ୱାସପ୍ରଶ୍ୱାସରେ କଷ୍ଟ ଅନୁଭବ ଏହି ସବୁ ବିପଦକାରକଗୁଡ଼ିକୁ ଉପଯୁକ୍ତ ପରୀକ୍ଷାନିରୀକ୍ଷା କରାନ୍ତୁ  । ଇସିଜି, ରକ୍ତ ପରୀକ୍ଷା, ଇକୋ ପରୀକ୍ଷା ଦ୍ୱାରା ନିରୂପଣ କରାଯାଇ ଉପଯୁକ୍ତ ଚିକିତ୍ସା ବିଧାନ କରାଯାଇଥାଏ  । ଯଦି ପ୍ରାଥମିକ ଇସିଜିରେ କୌଣସି ସୂଚନା ନବାହାରେ, କିନ୍ତୁ ସମସ୍ୟା ରହିଥାଏ ସେତେବେଳେ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ଆବଶ୍ୟକ  । କ୍ରମାଗତ ଇସିଜି ଓ ରକ୍ତ ପରୀକ୍ଷା କରିବା ଉଚିତ୍  ।
ଥରେ ରୋଗ ନିରୂପଣ ସୁନିଶ୍ଚିତ ହେବା ପରେ ସମସ୍ୟା ପାଇଁ ଉପଯୁକ୍ତ ପରିଚାଳନା ସହିତ ଆଞ୍ଜିଓପ୍ଲାଷ୍ଟି କିମ୍ବା ବାଇପାସ୍ ସର୍ଜରୀ ସାଙ୍ଗକୁ ଔଷଧପତ୍ର ଦିଆଯାଏ  । ଯେତେବେଳେ ହୃତ୍ପିଣ୍ଡର ମାଂସପେଶୀର ଗୋଟିଏ ଅଂଶକୁ ରକ୍ତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥାଏ ସେତେବେଳେ ଏଥିପାଇଁ ତୁରନ୍ତ ପ୍ରାଇମେରୀ ଆଞ୍ଜିଓପ୍ଲାଷ୍ଟି (ଷ୍ଟେଣ୍ଟିଂ) କିମ୍ବା ଥ୍ରୋମ୍ବୋଲିସିସ୍ ମାଧ୍ୟମରେ ରକ୍ତ ପ୍ରବାହ ଜାରିରଖିବା ପାଇଁ ଚେଷ୍ଟା କରାଯାଏ  । ଉଭୟ ପ୍ରକାରର ଚିକିତ୍ସା ଯଥା ଆଞ୍ଜିଓପ୍ଲାଷ୍ଟି ଏବଂ ବାଇପାସ୍ ସର୍ଜରୀ ଦ୍ୱାରା ଉଲ୍ଲେଖନୀୟ ଭାବରେ ସୁଫଳତା ମିଳେ  । ଏହା ଦ୍ୱାରା ହୃତ୍ପିଣ୍ଡର କାର୍ଯ୍ୟକାରିତାକୁ ସଠିକ୍ ରଖାଯାଇ ରୋଗୀର ଜୀବନ ରକ୍ଷା କରାଯାଇଥାଏ  ।
ଯେଉଁମାନଙ୍କଠାରେ ହୃଦ୍ଘାତ ସମସ୍ୟା ରହିଥାଏ ସେମାନଙ୍କୁ ଜୀବନବ୍ୟାପୀ ଔଷଧ ସେବନ କରିବାକୁ ପଡେ଼  । ଆଉ ମଧ୍ୟ ସେମାନଙ୍କୁ ନିୟମିତ ପର୍ଯ୍ୟାୟରେ ଡାକ୍ତରଙ୍କ ସହିତ ସମ୍ପର୍କ ରଖିବାକୁ ହୁଏ  । ଏଥିସହିତ ଡାଇବେଟିସ୍ ଓ ଉଚ୍ଚ ରକ୍ତଚାପ ସମସ୍ୟା ଥିଲେ ତାହାକୁ ମେଡିସିନ୍ ଓ ଜୀବନଶୈଳୀ ପରିବର୍ତ୍ତନ କରି ନିୟନ୍ତ୍ରଣରେ ରଖିବା ଉଚିତ୍  । ଧୂମପାନକୁ ସମ୍ପୂର୍ଣ୍ଣ ପରିହାର କରିବା ଆବଶ୍ୟକ  । ଶାରୀରିକ କାର୍ଯ୍ୟକ୍ଷମତା ବୃଦ୍ଧି ସାଙ୍ଗକୁ ଓଜନକୁ କମାଇବା ମଧ୍ୟ ଦରକାର  । ଭୋଜନରେ ସ୍ୱଳ୍ପ ଚର୍ବିଜାତୀୟ ଖାଦ୍ୟ, ସ୍ୱଳ୍ପ କ୍ୟାଲୋରୀ ସହିତ ତେଲର ମାତ୍ରା କମ୍ ରଖିବା ଆବଶ୍ୟକ  । ସବୁଜ ପତ୍ରଯୁକ୍ତ ପନିପରିବା ଓ ଫଳ ଅଧିକ ଖାଇବା ଉଚିତ୍  ।
ଜୀବନଶୈଳୀରେ ଉପଯୁକ୍ତ ପରିବର୍ତ୍ତନ ଆଣି ହୃଦ୍ରୋଗର ପ୍ରତିକାର କରାଯାଇପାରେ  । ଉଚ୍ଚ କୋଲେଷ୍ଟରଲ୍, ଡାଇବେଟିସ୍ ଓ ଉଚ୍ଚ ରକ୍ତଚାପ ପ୍ରତି ବିଶେଷ ଧ୍ୟାନ ଓ ପରିଚାଳନା କରାଯାଇପାରିଲେ ଏହି ସମସ୍ୟାରୁ ମୁକ୍ତି ପାଇବା ସମ୍ଭବ  । ଏଥିପାଇଁ ସଚେତନତାର ଆବଶ୍ୟକତା ରହିଛି  । ଉପଚାରଠାରୁ ପ୍ରତିକାର ସର୍ବଦା ଗୁରୁତ୍ୱପୂର୍ଣ୍ଣ  ।


    

Maximum 500 characters